ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଚିତ୍ର ଚୋରୀ

ରାଜା କୃଷ୍ଣ ଦେବରାୟଙ୍କର ବଗିଚା ବିଭିନ୍ନ କିସମର ଫୁଲଫଳରେ ଭର୍ତ୍ତି ହୋଇଥାଏ । ତେଣୁ ସେ ବଗିଚା ଭିତରକୁ ଯିଏ ବି ବୁଲିବାକୁ ଗଲେ ସେଠାରୁ ଆସିବାକୁ ମୋଟେ ମନ କରେନାହିଁ । ଦିନେ ରାଜା ତାଙ୍କର ସେବକ ମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ଏହି ବଗିଚାକୁ ଆଜିଠାରୁ ଜଗିରହିବ । ଯେମିତି କେହି ବି ମୋ ବଗିଚାରେ ଫଳିଥିବା ବାଇଗଣ ଚୋରି ନ କରନ୍ତି । ରାଜାଙ୍କ ଏହି କଥା ତ ହଠାତ୍ ସେ ତେନାଲୀରାମାଙ୍କ କାନରେ ବାଜିଥିଲା । ବଗିଚାରେ ଏତେ ସୁନ୍ଦର ଫଳନ୍ତି ବାଇଗଣ ଗୁଡିକୁ ଦେଖି ଲୋଭ ତ ହେବା ସ୍ୱାଭାବିକ୍ । ତେନାଲୀରାମାଙ୍କୁ ମଧ୍ୟ ବାଇଗଣ ଖାଇବାକୁ ଖୁବ୍ ଭଲ ଲାଗେ । ତେଣୁ ସେ ତାଙ୍କ ଘରକୁ ଯାଇ ପତ୍ନୀଙ୍କ ଆଗରେ ରାଜାଙ୍କ ବଗିଚାରେ ହୋଇଥିବା ବାଇଗଣର ଖୁବ୍ ପ୍ରଶଂସା କଲେ । ତେନାଲୀରାମାଙ୍କ ଏପରି କଥା ଶୁଣି ତାଙ୍କୁ ତାଙ୍କ ପତ୍ନୀ କହିଲେ, “ତୁମେ ତ’ କହୁଛ ରାଜାଙ୍କ ଘର ବାଇଗଣ ଗୁଡିକ ଏତେ ସ୍ୱାଦିଷ୍ଟ । ମୋତେ ଥରେ ସେହି ସ୍ୱାଦିଷ୍ଟ ବାଇଗଣ ଆଣି ଚଖାଇବ ନାହିଁ ।” ପତ୍ନୀଙ୍କର ମନର କଥା ଶୁଣି ତେନାଲୀରାମା କହିଲେ, “ମହାରାଜଙ୍କ ବଗିଚାରେ ତ ସେବକମାନେ କଡା ପ୍ରହରା ଦେଉଛନ୍ତି । ସେଠାରୁ ମୁଁ ବା କିପରି ବାଇଗଣ ଚୋରି କରି ଆଣିବି । ପୁଣି ରାଜା ଘୋଷଣା କରିଛନ୍ତି ଯିଏ ବାଇଗଣ ଚୋରି କରିବ ତାକୁ ମୁଣ୍ଡକାଟ ଶାସ୍ତି ଦିଆଯିବ । ନା ବାବା ନା, ମୁଁ ଏତେବଡ ଅପରାଧ କେବେବି କରିପାରିବି ନାହିଁ ।” ତେନାଲୀରାମାଙ୍କ ଏଭଳି କଥା ଶୁଣି ତାଙ୍କ ପତ୍ନୀ କହିଲେ, “ଆଜିପର୍ଯ୍ୟନ୍ତ ମୁଁ ତ ତୁମକୁ କିଛି ବି ମାଗି ନାହିଁ । ମୋର ଏହି ଆଶାଟିକକ ତୁମକୁ ଯେମିତିବି ହେଉ ନିଶ୍ଚୟ ପୂରଣ କରିବାକୁ ପଡିବ ।” ଶେଷରେ ପତ୍ନୀଙ୍କ ଯୁକ୍ତି ଆଗରେ ତେନାଲୀରାମାଙ୍କୁ ହାର୍ ମାନିବାକୁ ହିଁ ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ