ମାଣିକପୁରୀରେ ଯେଉଁ ବସନ୍ତୋତ୍ସବ ସମ୍ପନ୍ନ ହେଲା, ସେଥିରେ ଉତୁଙ୍ଗ ନାମକ ପାହାଡି ଜାତିର ଜଣେ ଯୁବକ ଭାଗ ନେଇଥିଲା । ସେ ରାଜକୁମାରୀ ପ୍ରିୟମ୍ବଦାଙ୍କୁ ଉପହାର ସ୍ୱରୂପ ଏକ ଫୁଲତୋଡା ଦେଲା । ରାଜକୁମାରୀଙ୍କ ଇଚ୍ଛା ଅନୁସାରେ ରାଜା ପ୍ରତାପବର୍ମା ସେହି ଫୁଲର ଗଛ ଆଣିବାକୁ ସୈନିକମାନଙ୍କୁ ପଠାଇଲେ । କିନ୍ତୁ ସେମାନେ ଅଧିକ କିଛି ଫୁଲ ଧରି ସେଠାରୁ ଫେରି ଆସିଲେ । ରାଜଗୁରୁ ଗୌରୀନାଥ କହିଲେ ଯେ ଏ ଫୁଲ ଅଶୁଭସୂଚକ । ଏଣିକି ଆଗକୁ ପଢନ୍ତୁ …
“ଏଡେ ସୁନ୍ଦର ଓ ସୁଗନ୍ଧ ଥିବା ପୁଷ୍ପ କିପରି ଅଶୁଭସୂଚକ ହୋଇପାରେ? ଯେଉଁ ଫୁଲରେ ଭଗବାନଙ୍କୁ ପୂଜା କରାଯାଇଥାଏ ପ୍ରକୃତିର ଶୋଭା ବଢୁଥାଏ, ସେପରି ଫୁଲକୁ କାହିଁକି ବର୍ଜନ କରାଯିବ?” ରାଜା ପ୍ରତାପ ବର୍ମା ଏ ପ୍ରଶ୍ନ କଲେ ।
ତହୁଁ ସେ ରାଜଗୁରୁ ପଚାରିଲେ “ଏସବୁ ମୁଁ ପରେ କହିବି । ଶୁଣିଲି ଦୁଇଜଣ ସୈନିକ ସେହି ଫୁଲସବୁ ନେଇଆସିଛନ୍ତି । ଫୁଲ ଫୁଟୁଥିବା ଦକ୍ଷିଣ ଦିଗର ଗ୍ରାମକୁ ସୈନ୍ୟମାନେ କାହିଁକି ବା ଯାଇଥିଲେ? ସେଠାରେ ଆଉ କୌଣସି କଳିଗୋଳ ହୋଇ ନାହିଁ ତ?”
“ନା, ଗୁରୁଦେବ । ଆପଣଙ୍କ ଆର୍ଶିବାଦରୁ ଦେଶର ପ୍ରଜାମାନେ ବେଶ୍ ସୁଖଶାନ୍ତିରେ ଅଛନ୍ତି ।” ଏତିକି କହି ରାଜା ଉକ୍ତ ଫୁଲ ବିଷୟରେ ସବୁକିଛି ବର୍ଣ୍ଣନା କରି କହିଲେ । ତାଙ୍କର ସବୁକଥା ଶୁଣି ରାଜଗୁରୁ ପୁଣି ପଚାରିଲେ, “ସେ ଫୁଲଟି ଏବେ କେଉଁଠି?”
ଗୁରୁଦେବଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସେ ରାଜା କହିଲେ “ରାଜକୁମାରୀର ମହଲରେ ତାହା ଅଛି । ଫୁଲକୁ ସେ ଏତେ ଭଲ ପାଉଛି ଯେ ନିଜ କକ୍ଷରେ ତାକୁ ସେ ସଜାଇ ରଖୁଛି । ଯାହାଦ୍ୱାରାକି ଏତେ ଦିନ ପରେ ମଧ୍ୟ ସେ ଫୁଲଟି ମଉଳି ନ ଯାଇ ସୁଗନ୍ଧ ବିତ୍ତରଣ କରି ଚାଲିଛି ।”
ରାଜଗୁରୁ ବୁଝାଇ କହିଲେ “ସେ ଫୁଲକୁ ଏଠାରୁ ଯେତେ ଶୀଘ୍ର ପାରନ୍ତି ଦୂରକୁ ନେଇଯା’ନ୍ତୁ । ମୋ ତରଫରୁ ରାଜକୁମାରୀଙ୍କୁ ଯାଇ ଏହା କୁହନ୍ତୁ ଯେ ଫୁଲ ଏଠାରେ ରହିବା ଅର୍ଥ ଏ ରାଜପରିବାର ଉପରେ ବିପଦ ଆସିବା ସହ ସମାନ ।”
ରାଜା ପଚାରିଲେ “ଗୁରୁଦେବ, ଆପଣଙ୍କ ଆଜ୍ଞା ମୋର ଶିରୋଧାର୍ଯ୍ୟ”, “ଆପଣ କୃପାକରି ମୋତେ ଖାଲି ଏତିକି ବୁଝାଇ ଦିଅନ୍ତୁ ଯେ ସେ ଫୁଲ କାହିଁକି ଅଶୁଭସୂଚକ । ରାଜକୁମାରୀ ପ୍ରିୟମ୍ବଦା ସେ ଫୁଲକୁ ନିଜ ପ୍ରାଣ ଠାରୁ ବଳି ଅଧିକ ଭଲ ପାଉଛି । କେବଳ ସେଇଥିପାଇଁ ମୁଁ ସେ ଫୁଲ ବିଷୟରେ ସବୁକିଛି ଜାଣିବା ପରେ ଯାଇ ତାକୁ ବୁଝାଇବି । ପ୍ରିୟମ୍ବଦାକୁ ଏଠାକୁ ଡାକିବି?”
ତା’ପରେ ସେ ରାଜଗୁରୁ କହିଲେ “ହଁ ।”
ଏଥିଉତାରୁ ପ୍ରିୟମ୍ବଦା ଆସି ରାଜଗୁରୁଙ୍କୁ ପ୍ରଣାମ କଲେ ଓ ପାଖ ଆସନରେ ଯାଇ ବସିଲେ । ସେ ତାଙ୍କ ପିତାଙ୍କୁ ପ୍ରଶ୍ନବାଚୀ ଦୃଷ୍ଟିରେ ଚାହିଁଲେ ଯାହାର ଅର୍ଥ ତାଙ୍କୁ କାହିଁକି ଏଠାକୁ ଡକାଗଲା ।
ରାଜା କହିଲେ ରାଜଗୁରୁ “ଶତାଦ୍ଦିକା” ନାମକ ଫୁଲ ବିଷୟରେ କିଛି କହିବାକୁ ଚାହାଁନ୍ତି । ସେ ଫୁଲ ବିଷୟରେ ଭଲ ମନ୍ଦ ତୁମର ଜାଣିବା ମଧ୍ୟ ଉଚିତ୍ । ତେଣୁ ମୁଁ ତୁମକୁ ଏଠାକୁ ଡକାଇଲି ।”