“ତଥାସ୍ତୁ । ତୁମର ତିନିଟି ଇଚ୍ଛା ପୂର୍ଣ୍ଣ ହେବ ।” ଏତିକି କହି ଭିକାରୀଟି ସେଠାରୁ ଚାଲିଗଲା । ତା’ପରେ ଆନନ୍ଦ କ୍ଳାନ୍ତ ହୋଇଥିବାରୁ ପଥରଟିଏ ଉପରେ ଶୋଇଗଲା । ଉଠି ଦେଖିଲା ତା’ପାଖରେ ବେଣୁଟିଏ ଓ ଗୁଲେଲ୍ଟିଏ ଅଛି । ସେସବୁ ଧରି ସେ ଖୁସିରେ ଯାଇ ସହରରେ ପହଁଚିଲା । ସହରରେ ବଡ ଦୋକାନରୁ ଲୁଗା ମାଗିଲା, ଦୋକାନୀ ଦେଇ ଦେଲା । କାହାଠାରୁ ଘୋଡାଟିଏ ମଧ୍ୟ ସେ ପାଇଗଲା । ତା’ପରେ ଭଲ ପୋଷାକ ପିନ୍ଧି ଘୋଡାରେ ବସି ସେ ତା’ ଗ୍ରାମକୁ ଗଲା ।
ଗ୍ରାମ ମୁଖିଆକୁ ଦେଖି ଘୋଡାରୁ ଓହ୍ଲାଇ ପଡି ସେ କହିଲା, “ପ୍ରଣାମ, ମାଲିକ ।” ଏସବୁ ଦେଖି ସେ ମୁଖିଆ ଅତ୍ୟନ୍ତ ଆଶ୍ଚର୍ଯ୍ୟ ହୋଇ କହିଲେ, “ଆରେ ଏତେ କମ୍ ସମୟ ଭିତରେ ଏତେ ବଡ ମଣିଷ ହୋଇଗଲୁ?”
ତାଙ୍କ ପ୍ରଶ୍ନ ଶୁଣି ଆନନ୍ଦ କହିଲା “ଏସବୁ ଭାଗ୍ୟର ଖେଳ ।”
ମୁଖିଆ ଥଟ୍ଟାକରି ପଚାରିଲେ “ହାତରେ କ’ଣ ବଂଶୀଟିଏ ଧରିଛୁ? କାମ ଛାଡି ସଂଗୀତଜ୍ଞ ହେବୁ ନା କ’ଣ?”
ଏକଥା ଶୁଣି ଆନନ୍ଦ ଖୁସିରେ କହିଲା “ସଙ୍ଗୀତଜ୍ଞ ହେବାକୁ ଚାହିଁଲେ, କେତେ ସମୟ ବା ଲାଗିବ? ଏହି ଗୁଲେଲ୍ର ଏକ ଅଦ୍ଭୁତ ଶକ୍ତି ଅଛି । ଅନେକ ଦୂରରୁ ବି ଲକ୍ଷ୍ୟଭେଦ କରିହେବ । ଦୂର ତାଳଗଛରେ ଯେଉଁ ପକ୍ଷୀ ବସିଛି ତାକୁ ମଧ୍ୟ ମୁଁ ମାରିଦେଇ ପାରିବି ।”
ତା’କଥା ଶୁଣି ମୁଖିଆ ଥଟ୍ଟାରେ କହିଲେ “ତୋ ମୁଣ୍ଡ ।”
ଆନନ୍ଦ କହିଲା “ବାଜି ପକାଇ ଦେଖନ୍ତୁ ତ?”
ମୁଖିଆ କହିଲେ “ତୁ ଯଦି ସେହି ପକ୍ଷୀକୁ ମାରିବୁ ତ ମୁଁ ମୋର ସାରା ଜମି ତୋ ନାମରେ କରିଦେବି । ଏମିତିକି ମୋର ସବୁ ଧନ ମୁଁ ତୋତେ ଦେଇଦେବି । ଏକାମ ତୁ କରିପାରିବୁ ବୋଲି ଭାବୁଛୁ? ଛାଡ ଛାଡ ରାସ୍ତା ଛାଡ ମୁଁ ଯିବି । ତୁଚ୍ଛା କଥା ସବୁ କହି ସମୟ ଖାଲି ନଷ୍ଟ କରୁଛୁ ।”
ଆନନ୍ଦ ପକ୍ଷୀକୁ ଗୁଲେଲ୍ ଦ୍ୱାରା ମାରି ତଳେ ପକାଇ ଦେଲା । ତାଳଗଛ ପାଖରେ ଥିବା ବୁଦାରେ କେଉଁଠି ପଡିଲା । ମୁଖିଆ ପକ୍ଷୀକୁ ଆଣିବାକୁ କଂଟାବୁଦା ପାଖକୁ ଗଲେ । କଂଟାସବୁ ସେ ମୁଖିଆଙ୍କ ଦେହରେ ଫୁଟିଯାଉଥାଏ, ଠିକ୍ ସେତିକିବେଳେ ଆନନ୍ଦ ବେଣୁ ବଜାଇଲା । ମୁଖିଆ ନାଚିବାକୁ ଆରମ୍ଭ କଲେ । ମୁହଁ ହାତରେ କଂଟା ଫୁଟି ଯାଇ ରକ୍ତ ବହୁଥାଏ । ଲୁଗାସବୁ କଂଟାରେ ଲାଗି ଛିଣ୍ଡିଗଲା । ତା’ପରେ ଆନନ୍ଦ ବେଣୁ ବାଦନ ବନ୍ଦ କରି ତାଙ୍କ ପାଖକୁ ଆସି କହିଲା, “ମୁଁ ଯେଉଁ ଦିନ ତୁମ ଘର ଛାଡିଲି ମୋ ପୋଷାକ ମଧ୍ୟ ଠିକ୍ ଏହିପରି ଚିରା ଥିଲା ।”
ମୁଖିଆ ବାଜି ହାରିଲେ । ତେଣୁ ତାଙ୍କୁ ବହୁତ ଧନ ଦେବାକୁ ପଡିଲା । ଆନନ୍ଦ ସହରକୁ ଯାଇ ବସବାସ କଲା । ତା’ ବାପାକୁ ସାଙ୍ଗରେ ନେଇ ସେଠାରେ ସେ ରଖିଲା; ତା’ର ଉତ୍ତରୋତର ଉନ୍ନତି ହେଲା ।
Watch Full Movie Online Streaming Online and Download