ହରିବଂଶ ନିଜ ପ୍ରିୟାକୁ ଦେଖି ଡାକିଲା ପ୍ରାଣେଶ୍ୱରୀ, ତୁ ମୋତେ ଭୁଲି ଏହିଠାରେ ରହିଛୁ । ମୁଁ ତୃଷାତୁର ଥିଲି । ତୁ ଜଳ ନେବାକୁ ଆସି ଏଠାରେ ରହିଲୁ । ଜଳ ନେଇ ତୁ ଯିବୁ କ’ଣ ମୋତେ ପାଶୋରି ଦେଲୁ । ଶୁଣ୍ଢୀର ଗୃହରେ ରହି ତୁ କି ସୁଖ ପାଉଛୁ । ପ୍ରାଣପ୍ରିୟା ଆସ ଆମ୍ଭେ ଯିବା । ତୋ ବିନେ ମୋତେ ଅଧୈର୍ଯ୍ୟ ଲାଗୁଛି । ସେ ତ ବିଟପି ନାରୀ, ହରିବଂଶକୁ ଦେଖି ମୁହଁ ମୋଡିଦେଲା । ତା’ ଆଡକୁ କର୍ଣ୍ଣପାତ କଲା ନାହିଁ । ହରିବଂଶ ନିରୁପାୟ ହୋଇ ତା’ ଗୋଡ ତଳେ ପଡିଲା । ମୁଁ ତୋଠାରେ କି ଅପରାଧ କରିଛି ସଖୀ । ତୁ ମୋତେ ଛାଡି ଆସିଲୁ । ଯାହା ହୋଇଛି ହେଲା । ଏବେ ଆସ । ହରିବଂଶର ଆକୁଳ ସ୍ୱଭାବ ଦେଖି ରାଜକନ୍ୟା ଏକ କଟୁରି ଧରି ହରିବଂଶକୁ ହାଣିଦେଲା । ତା’ର ମୁଣ୍ଡ ଓ ଗଣ୍ଡିକୁ ନେଇ ଅନ୍ୟ ସ୍ଥାନରେ ଫିଙ୍ଗିଦେଲା । ଶୁକ କହିଲା ହେ ରାଜନ, ଦୋଚାରୁଣୀ ନାରୀର ଏହିପରି ଗତି । ଅତି ପ୍ରୀତି କରିବାରେ ମୃତ୍ୟୁ ସୁନିଶ୍ଚିତ । ଶୁକ କହିଲା ହେ ନୃପ ଏବେ ମୋ କଥା ଶୁଣ । ଶୁକ କଥା ଶୁଣି ନୃପ କହିଲେ ମୁଁ ତୁମ୍ଭ କଥାରେ ଆଜି ସନ୍ତୋଷ ହେଲି । ତାହାପରେ ଶୁକ ନୃପତିଙ୍କୁ ଯିବାପାଇଁ ବିଦାୟ ମାଗିଲେ । ରାଜା ବିକ୍ରମାଦିତ୍ୟ ଶୁକପକ୍ଷୀକୁ ବିଦାୟ ଦେଲେ । ପରେ ରାଜାଙ୍କର ମନରେ ଖେଦ ଜାତ ହେଲା । ଶାରୀ କଥା ଚିନ୍ତାକରି ଶୁକ ଗଗନ ମାର୍ଗରେ ଗମନ କରି ଶାରୀ ପାଖରେ ପହଁଚିଲା । ଶୁକ ଆସିବାର ଦେଖି ଶାରୀ ତାଙ୍କୁ ଅଧା ବାଟରୁ ପାଛୋଟି ନେଲା । ଅତି ଆନନ୍ଦ ହୋଇ ନିଜର ସ୍ୱାମୀଙ୍କୁ ଭୋଜନ ଦେଇ ତାଙ୍କର କୁଶଳ ପୁଚ୍ଛିଲା । ଶୁକ କହିଲା ପ୍ରିୟ ସହି ବହୁତ ଭଲରେ ରହିଥିଲି । ହେ ସଖି କୁହ ତୁମ୍ଭେ କୁଶଳରେ ଅଛ ତ । ଶୁକ କହିଲା ପ୍ରିୟେ ତୁମ୍ଭ କଥା ମୁଁ ଯେତେବେଳେ ଭାବେ ସେତିକି ମୋତେ ଦୁଃଖ ଲାଗେ । ଶୁକ ମୁଖରୁ କୁଶଳ କଥା ଶୁଣି ଶାରୀ କହିଲା ମୁଁ ଭଲରେ ଅଛି । ପୁତ୍ରକୁ ଧରି ମୁଁ ଯେତେବେଳେ ଏକା ଅଛି ତେଣୁ ଅନ୍ୟ ନାରୀ ପାଇ ତୁମ୍ଭେ ମୋତେ ଭୁଲି ଯାଇଛ । ତେଣୁ ତୁମ୍ଭର ଆସିବା ବିଳମ୍ବ ହେଲା । ଶାରୀ କଥା ଶୁଣି ଶୁକ କହିଲା ହେ ଶାରୀ, ମୁଁ ଲମ୍ପଟ ପୁରୁଷ ନୁହେଁ । ଦରବାରରେ ମୁଁ ପ୍ରତିଦିନ ଥାଏ । ମନରେ ଚିନ୍ତାକରେ ମୋତେ ନଦେଖି ମୋ ପ୍ରିୟା ଆନ ଶୁକକୁ ଭଜିଲାଣି । ଶାରୀ କହିଲା ହେ କାନ୍ତ ସେ କଥା ମନରୁ ତ୍ୟାଗକର । ତୁମ୍ଭେ ମୋର ପତି, ଆତ୍ମୀୟସ୍ୱଜନ । ତୁମ୍ଭବିନା ମୋର ଅନ୍ୟକେହିନାହିଁ । ଶୁକ ନିତି ବସାରେ ରହେ ଶାରୀ ଯାଇ ଅରଣ୍ୟରୁ ପକ୍ୱଫଳ ଆଣି ଶୁକକୁ ଭୁଞ୍ଜିବାକୁ ଦିଏ । ଆନନ୍ଦରେ ଦୁହେଁ ରଜନୀ ବିତାନ୍ତି । ଏପରି ଭାବରେ ପନ୍ଦର ଦିନ ସମୟ ଅତିକ୍ରାନ୍ତ ହେଲା । ଶୁକ ଦିନେ ଶାରୀକୁ କହିଲା ପ୍ରିୟେ ଏବେ ମୋତେ ଖୁସିରେ ବିଦାୟ ଦେଲେ ମୁଁ ମୋ କର୍ମକ୍ଷେତ୍ରକୁ ଯିବି । ବିଶେଷ ବିଳମ୍ବ ହେଲେ ରାଜା ବିକ୍ରମାଦିତ୍ୟ ଦୁଃଖିତ ହେବେ । ଶାରୀକୁ ଶୁକ ବହୁତ ବୁଝାଇ ଶୂନ୍ୟମାର୍ଗକୁ ଉଡିଗଲା । ଆକାଶମାର୍ଗରେ ଶୁକପକ୍ଷୀ ଯାଉ ଯାଉ ଗୋଟିଏ ଦେଉଳ ଦେଖିଲା । ମନମଧ୍ୟରେ ଚିନ୍ତା କଲା ମୁଁ ପଥ ଭୁଲିଗଲି କି? କିଛି ନଭାବି ସେ ମନ୍ଦିରକୁ ଗଲା । ସେଠାକାର ବୃକ୍ଷରେ ଅମର ଫଳ ଫଳିଥିବାର ଦେଖି ଚିନ୍ତାକଲା ଏ ଫଳ ସ୍ୱର୍ଗରେ ଅତି ଦୁର୍ଲଭ । ପୁଣ୍ୟବନ୍ତ ଜନମାନେ ଏ ଫଳ ପ୍ରାପ୍ତ ହୁଅନ୍ତି ।
ବିଟପି ରାଜକୁମାରୀ କାହାଣୀ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଯଶହିଁ ମାନବର ଅତୁଳନୀୟ ସଂପଦ
- ଯେସାକୁ ତେସା, ସାନ୍ତ୍ୱନା
- ଚନ୍ଦ୍ରକଳା କଥା
- ସମ୍ରାଟ ଅଶୋକ
- ଅଙ୍ଗୁର ଖଟା
- ବୋକାମାନଙ୍କର ତାଲିକା
- ହତଭାଗ୍ୟ ଓଟର କାହାଣୀ
- ହଳଧର ସିଂହଡାକ
- ବୀର ହନୁମାନ
- ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ
- ମୌସୁମୀ ବର୍ଷା
- ଉଦାରତା
- ବାବୁ କହିଥିଲେ
- ଠେକୁଆ ଏବଂ ଭୂମିକମ୍ପ
- ମୋର ପ୍ରେରଣାଦାୟିନୀ ମୋ’ ମାଆ
- ଯଥାର୍ଥ ଦାନ
- ତୋଫାନ ଆଗରେ ନଇଁ ପଡିବ
- ପରମେଶ୍ୱରଙ୍କ କରୁଣା
- କୃଷ୍ଣାବତାର
- କୃଷ୍ଣାବତାର
- ଅତି ଲୋଭରେ ତନ୍ତୀ ମରେ
- ବାସ୍ତବ ଓ କଳ୍ପନା
- ମୟୂରର ଦୁଃଖ
- ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି
- ଦୁରାଶା
- ଡାକୁ ଉଗ୍ରଶୀଳ
- କେହି କାହାର ପ୍ରଭୁ ନୁହଁନ୍ତି
- ଗୁରୁଭକ୍ତି
- ମୂଷା ଛୁଆର ଜଙ୍ଗଲ ଯାତ୍ରା
- ଭୁଲାପଣ
- ରୂପଧରଙ୍କ ଯାତ୍ରା
- ଉଦାରତା
- ନେଳି ଟୋପି
- ଦେଶ ଭକ୍ତ
- ତେନାଲୀରାମାଙ୍କ ଚତୁରତା
- ବୀର ହନୁମାନ
- ଅଶୋକ ସୁନ୍ଦରୀ
- ହାମେଲିନ୍ର ବିଚିତ୍ର ବଂଶୀବାଦକ
- ଗୋପାଳର କୃଷ୍ଣ ପ୍ରାପ୍ତି
- ବୋକାମିର ଫଳ
- ଗୁରୁଙ୍କୁ ଘୃଣା କରନାହିଁ
- ଅଶୁଭ ଗୃହ
- ସ୍ତ୍ରୀ କାହାର
- ବୃକ୍ଷର ଜୀବନ
- ଅଭିନବ ପରୀକ୍ଷା
- ଉପଯୁକ୍ତ ବରପାତ୍ର
- ସମ୍ରାଟ ଅଶୋକ
- ରୂପଧରଙ୍କ ଯାତ୍ରା
- ଗୋପାଳ ଭାଣ୍ଡ
- ପ୍ରକୃତ ଧନ
- ଦି ମୁଣ୍ଡିଆ ଚଢେଇ
- ମା’ ସାନ୍ଧିଲିଙ୍କ କଥା
- ବହ୍ନି ଦ୍ୱୀପ
- ଆକବର ଏବଂ ତାଙ୍କର ସ୍ୱପ୍ନ
- ଦିପ ଜାତକ
- ଅନ୍ଧ ସରକାର
- ଆତ୍ମବଳି
- ସିଦ୍ଧୁର ଅହଂକାର
- ମିଠା କଥାର ମହତ୍ୱ
- ରାଜାଙ୍କ ପରୀକ୍ଷା
- ରୂପଧରଙ୍କ ଯାତ୍ରା
- ବଳରାମ ଓ ଜଗନ୍ନାଥ
- କଲ୍ୟାଣୀର ପରିଣୟ
- ଗର୍ବ କଲେ ଖର୍ବ ହୁଏ
- ଦେବୀଙ୍କ ଅଳଙ୍କାର
- ପୋଖରୀର ଛୋଟ ମାଛ
- ପୁତ୍ରର କର୍ତ୍ତବ୍ୟ
- ସୃଷ୍ଟିର ଆନନ୍ଦ
- ତୃତୀୟ ପ୍ରତିବେଶୀ
- ପର ପାଇଁ ଗାତ ଖୋଳା
- ମହାଭାରତ
- ଅନୁରୋଧବତୀ କଥା
- ଚୁଲ୍ଲପଦୁମ ଜାତକ
- ଚୁଲ୍ଲଧନୁଗ୍ଗହ ଜାତକ
- ବଳ ପରୀକ୍ଷା
- ବଗୁଲିଆ ପିଲା ଲେଖକ ହେଲା
- କାକୁଡି କାବ୍ୟ
- ରଙ୍ଗଡ!
- ଯଶ ଲିପ୍ସା
- ବୁଢୀଟି କାନ୍ଦୁଥିଲା କାହିଁକି?
- ବନ୍ୟା ପୀଡିତ
- କାହାର ଦୋଷ?
- ପାଗଳ ପ୍ରେମୀ
- ଚିକିତ୍ସକଙ୍କର ସାଂସାରିକ ଜ୍ଞାନ
- ସାଗର ଓ ନଦୀ କଥା
- ଗୁରୁ ସନ୍ଦିପନୀ
- ଗଜ ମୂର୍ଖ
- ସାହାସୀ ହେନେରୀ
- ସେବା ଧର୍ମ
- ଯୋଗିନୀ
- ପବନ ଓ ସୂର୍ଯ୍ୟ
- ତିନୋଟି ମାଛର କାହାଣୀ
- ଲୋଭି ବିଲୁଆ
- ମୁଁ ଜଣେ ରାଜଭକ୍ତ
- ମହାଭାରତ
- ଅନୁତାପର ନିଆଁ
- ଦୁଇଜଣଙ୍କ କଳିରେ ତୃତୀୟର ଲାଭ
- ମହାସାଗର ଜାତକ
- ମୂଷା ମାନଙ୍କର ଉତ୍ପାତ
- ବିଚିତ୍ର ପୁଷ୍ପ
- ଦାନୀ ଶ୍ରୀଧର
- ରୂପରେଖା କଥା
- ବନ୍ଧକ ରଖା ହୋଇଥିବା ଦେଶ
- ପାଖରେ ଶୁଏ କାନରେ କହେ
- ପରିଶ୍ରମର ଫଳ
- ହଂସୀ ପରୀ
- ଗୁଣବାନ୍ ଜାମାତା
- ବଣ ଆମର ବନ୍ଧୁ
- ପରର ମନ୍ଦ ଚିନ୍ତ ନାହିଁ
- ନ୍ୟାୟ
- କଥାକୁହା ଫଳ
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- କାର୍ଯ୍ୟରେ ସଫଳତା ପାଇଁ ଲକ୍ଷ୍ୟ ସାଧନ ଲୋଡା
- ଗଧର ବୁଦ୍ଧି
- ପ୍ରଶଂସାରେ ଭୁଲ ନାହିଁ
- ଯେସାକୁ ତେସା
- ଚିକିତ୍ସା ରହସ୍ୟ
- ସନ୍ତୋଷଲାଭର ରହସ୍ୟ
- ବେଙ୍ଗ ରାଜକୁମାର
- ନୂତନ ପଞ୍ଜିକା
- କାରଣ
- କୀର୍ତ୍ତିସିଂହ
- ଶ୍ରେଷ୍ଠ ବିଦ୍ୟା
- ଅଜବ ଚିଜ
- ବିଚାରବାନ ଚୋର
- ସାପ ଓ ନେଉଳ
- ଭାଲୁର ପଣସ ଖିଆ
- ବନ୍ଧୁଙ୍କ ଅସୁଲି
- ଗଧ ଉପରେ ସିଂହ ଚମଡା
- ପର୍ସିଅସ୍ ଓ ଆଣ୍ଡ୍ରେମିଡା
- ପକ୍ଷ ଅପସରା
- ଦସ୍ୟୁରାଜକୁମାର
- ଗୋପାଳ ଗଧ
- ଅପୂର୍ବ ଯୁକ୍ତି
- ମୁଁ ଘାତକିନୀ ରାଜ ଜେମା
- ସୌନ୍ଦର୍ଯ୍ୟ
- ବତ୍ରିଶ ସିଂହାସନ
- କଖାରୁ ଓ ରାଜାଝିଅ
- ଶ୍ରେଷ୍ଠ ଉପହାର
- ମିତ୍ର ପ୍ରାପ୍ତି
- ଆଜ୍ଞାକାରୀ କୁକୁର
- ଇଏ ମଣିଷ ନା ଦେବତା
- ବିରବଲଙ୍କର ବୁଦ୍ଧି
- ଯିଏ ଅନ୍ୟର ଦୁଃଖ ଦୂର କରେ ସିଏ ହିଁ ଈଶ୍ୱର
- ନ୍ୟାୟ ବିଚାର
- ସୁଲତାନାଙ୍କ ଚାତୁରୀ
- ସାପ ଏବଂ ନେଉଳ କଥା
- ଶଶ ଜାତକ
- ଉଦ୍ଧତ ଛାଗ
- ପ୍ରକୃତ ବନ୍ଧୁ
- କୃଷ୍ଣାବତାର
- ମହାନ୍ କିଏ?
- ରାଜାଙ୍କ ନ୍ୟାୟ ବିଚାର
- ଚାରିଗୁରୁ
- ମହାରାଜାଙ୍କ କଳା
- ପ୍ରେମ ଜ୍ୟୋତି
- ପବିତ୍ର ଜୀବନ
- ସୁନ୍ଦରୀ ପରୀରାଣୀ
- ଈଶ୍ୱରଙ୍କ ଇଚ୍ଛା
- ଅଧର୍ମ ବିତ୍ତ
- ଦସ୍ୟୁ ରାଜକୁମାର
- ସାଧୁ ଲୋଭ ଯୋଗୁ ମଲେ
- ବୀର ଦାସ
- ଛାଗଳର ଦୃଷ୍ଟାନ୍ତ
- ମାଆଙ୍କ ପାଇଁ ଗହଣା
- ଶିଶିର ପୁଅ ଗଧ
- ସାଙ୍ଗ ସାଙ୍ଗକୁ ସବୁ ବେଳେ ରକ୍ଷା କରେ
- ଶାଶୁ ବୋହୁ
- ଚନ୍ଦ୍ର ଓ ଚକୋର
- ଭୁଲାପଣ
- ମଧୁର ଅନୁଭୁତି
- ମାଡ
- ବିଧବା ତା ଧନ ଫେରିପାଇଲା
- ଏକତାର ମନ୍ତ୍ର
- ସମସ୍ତେ ସୁଖରେ ରହନ୍ତୁ
- ତ୍ୟାଗର ଫଳ
- ଯୋଗ୍ୟ କିଏ?
- କୂଟନୀତି
- ତିନିଟି ଜିନିଷ
- ତିନି ତାନ୍ତ୍ରିକ
- ସୁନ୍ଦର କିଏ?
- କାହାକୁ ହୀନ ମଣିବା କାହିଁକି
- ବିଶ୍ୱସ୍ତ ଭୃତ୍ୟ
- ନିର୍ଭୀକଙ୍କୁ ଭାଗ୍ୟ ସହାୟ
- ପୁଣ୍ଡରିକଙ୍କ ପିତୃମାତୃ ସେବା
- ଉପସ୍ଥିତ ବୁଦ୍ଧିର ବଳ
- ରାଜକୁମାରୀ ଓ ଶିମ୍ବମଞ୍ଜି
- ବାଘ ଏବଂ ସୁବର୍ଣ୍ଣ କଙ୍କଣ
- ଅଂଶୁଘାତ ବୁଢା ଭିକାରି
- ମୋଟା ବୁଦ୍ଧିଆରୁ ବୈଜ୍ଞାନିକ
- ଶିଆଳ ଓ ଠେକୁଆ
- ବିଦ୍ୟାବତୀ କଥା
- ଦୁଷ୍ଟଙ୍କଠାରୁ ଦୂରରେ
- ଗୋପାଳର କାର୍ତିକ ପୂଜା
- ଏତେ ସପନକୁ ରାତି କାହିଁ
- ହୃଦୟ ନିର୍ମଳ ବ୍ୟକ୍ତି ହିଁ ମହାନ୍
- ଯାହା ପାଇଁ ଯିଏ
- କୁକୁଡାର ନାଲିଚୁଳ
- ମତ୍ସ୍ୟ ସୁନ୍ଦରୀ
- ଶିବ ପୁରାଣ



