ରାଣୀଙ୍କର ନାମ ଥିଲା ଚନ୍ଦ୍ରକାନ୍ତି । ରାଜାଙ୍କ ପରି ରାଣୀ ମଧ୍ୟ ଥିଲେ ଖୁବ୍ ଅପୂର୍ବ ସୁନ୍ଦରୀ, ସ୍ୱର୍ଗର ପରୀମାନେ ମଧ୍ୟ ଚନ୍ଦ୍ରକାନ୍ତିଙ୍କର ରୂପ ସହ ସମକକ୍ଷ ହୋଇ ପାରିବେ ନାହିଁ ।
କଥାରେ ଅଛି ସୁନ୍ଦରୀ ନାରୀଙ୍କୁ ବିଶ୍ୱାସ ନାହିଁ ।
ସେ ରାଣୀ ଯେମିତି ସୁନ୍ଦର ସେମିତି ଚରିତ୍ରହୀନା ଗୁଣରେ ପରିପୂର୍ଣ୍ଣା ଥିଲେ । ପିତାଙ୍କ ଗୃହରେ ଥିବା ସମୟରେ ସେ ଜଣେ ବିଟ ପୁରୁଷକୁ ଭଲ ପାଉ ଥିଲେ, ତାଙ୍କର ଯେତେ ବେଳେ ରାଜା ରୂପ ଦତଙ୍କ ସହିତ ବିବାହ ହୋଇଗଲା, ସେତେ ବେଳେ ସେ ସେହି ବିଟ ପୁରୁଷ ବିଷୟରେ ବହୁତ ଚିନ୍ତା କଲେ । ତାକୁ ଛାଡି ରହିବା ତାଙ୍କ ଲାଗି ବହୁତ କଷ୍ଟ ହେବ । ସେଥି ଲାଗି ସେ ସେହି ବିଟ ପୁରୁଷକୁ ନିଜର ଚାକର ଭାବରେ ରାଜ ପୁରୀକୁ ନେଇ ଆସିଲେ ।
ବୀଟ ପୁରୁଷ ରାଜ ଉଆସ ମଧ୍ୟରେ ରହିଲା – ରାଜାଙ୍କର ମଧ୍ୟ ତାଙ୍କୁ ଆଦେଶ ଥାଏ । ବିଟ ପୁରୁଷ କେବଳ ରାଣୀଙ୍କର କାମ କରିବ । ରାଣୀ ତାକୁ ଯାହା ଆଦେଶ କରିବେ ସେ ତାହା ହିଁ କରିବ । ତା’ ଲାଗି ରାଜ ଉଆସରେ ଅନ୍ୟ କୌଣସି କାର୍ଯ୍ୟ ନାହିଁ ।
ନିଆଁ ଯେପରି ପାଉଁଶ ଭିତରେ ଥିଲେ ତାହା ଦିନେନା ଦିନେ କୁହୁଳି ପୁଣି ପଦାକୁ ଆସେ । ପାପ ପାଉଁଶ ଗଦାରେ ପାପ ଥିଲେ ମଧ୍ୟ ଦିନେ ନା ଦିନେ ତାହା ପ୍ରକାଶ ପାଇ ଯାଏ ।
ରାଣୀଙ୍କ ସହିତ ବିଟ ପୁରୁଷର ଯାହା ସଂପର୍କ ଥିଲା ତାହା ରାଜା ଜାଣି ପାରିଲେ । ନିଜର ମାନ ମର୍ଯ୍ୟାଦାକୁ ରକ୍ଷା କରିବାକୁ ଯାଇ ସେଦିନ ରାଣୀଙ୍କୁ କହିଲେ – ସେପରି ମନ୍ଦ କାର୍ଯ୍ୟ ନିମନ୍ତେ ମୁଁ ତୁମକୁ କ୍ଷମା ଦେଇ ପାରିବି । ହେଲେ ତୁମକୁ ବିଟ ପୁରୁଷକୁ ତ୍ୟାଗ କରିବାକୁ ହେବ ।
ରାଣୀ କହିଲେ – ମୋର ଜୀବନ ଚାଲି ଯାଉ ପଛେ, ମୁଁ ତାଙ୍କୁ କେବେ ହେଲେ ମୋ ଠାରୁ ଅନ୍ତର କରି ପାରିବି ନାହିଁ ।