“ଆଶୀର୍ବାଦ ବିନା କେହି ଜଣେ କେବେ ହୋଇପାରି ନାହିଁ ବଡ ମଣିଷ
ସ୍ୱାମିଜୀ ବି ଦିନେ ବଡ ହୋଇଥିଲେ ଲଭି ଗୁରୁଜନଙ୍କର ଆଶିଷ ।
ଡରୁଥିଲେ ଯିଏ ଭାଷଣ ଦେବାକୁ ମହା ମହା ଜ୍ଞାନୀ ଜ୍ଞାନୀ ବର୍ଗେ
ଓଜଃସ୍ୱିନୀ ଭାଷଣରେ କାବୁ କରି ଠିଆ ହୋଇଗଲେ ସଭିଙ୍କ ଆଗେ ।”
ଚିକାଗୋଠାରେ ବିଶ୍ୱଧର୍ମ ସମ୍ମିଳନୀର ଘଟଣା । ସେଠାରେ ଅନେକ ଖ୍ୟାତିସମ୍ପନ୍ନ ବିଦ୍ୱାନ ନିଜ ନିଜ ଧର୍ମର ଧ୍ୱଜା ଉଡାଇବାର କାର୍ଯ୍ୟକ୍ରମ ଥାଏ । ଏହି ଖବର ଶୁଣି କେତେକ ଇଣ୍ଡିଆନ ସ୍ୱାମୀ ବିବେକାନନ୍ଦଙ୍କ ପାଖରେ ପହଁଚି ତାଙ୍କୁ ହିନ୍ଦୁଧର୍ମ ପାଇଁ ଇଣ୍ଡିଆରୁ ପ୍ରତିନିଧିତ୍ୱ କରିବାକୁ ମତବ୍ୟକ୍ତ କଲେ ।
ସବୁ କଥା ଶୁଣି ସାରିଲା ପରେ ବିବେକାନନ୍ଦ କହିଲେ, “ମୁଁ ଏ ସମ୍ବନ୍ଧରେ ବିଚାର କରିବି । ହେଲେ ସେ ମନେ ମନେ ବିଚାର କରୁଥିଲେ ବିଭିନ୍ନ ଦେଶର ବଡ ବଡ ଜ୍ଞାନୀ ଙ୍କ ଭିତରେ ମୁଁ କ’ଣ ବା କରିପାରିବି? ତଥାପି ବି ସେ ତାଙ୍କ ମନରେ ସାହସ ବାନ୍ଧି ଚିକାଗୋ ଯାତ୍ରା କରିବାକୁ ଠିକ୍ କଲେ । ମାତ୍ର ଯିବାପୂର୍ବରୁ ଗୁରୁଙ୍କର ଅନୁମତି ନେବାଟା ଠିକ୍ ହେବ ବୋଲି ସେ ବିଚାର କଲେ ।”
ସେତେବେଳେ ତ ବିବେକାନନ୍ଦଙ୍କର ଗୁରୁ ରାମକୃଷ୍ଣ ପରମହଂସ ମାନ୍ଦ୍ରାଜରେ ଅବସ୍ଥାନ କରୁଥାନ୍ତି । ଏ ଖବର ଶୁଣିବାମାତ୍ରେ ସେ ମଧ୍ୟ ବିବେକାନନ୍ଦଙ୍କୁ ବିଦେଶ ଯାତ୍ରା କରି ହିନ୍ଦୁଧର୍ମର ଗାରିମା ବଢାଇବା ପାଇଁ ପରାମର୍ଶ ଦେଲେ ।
ଏହା ପରେ ବିବେକାନନ୍ଦ ଚିକାଗୋ ଯାତ୍ରା କଲେ । ହିନ୍ଦୁଧର୍ମର ତତ୍ତ୍ୱ ଅନୁସାରେ ଗୁରୁଙ୍କର ଅନୁମତି ନେଇଗଲେ ନିଶ୍ଚିତ ଶୁଭଦାୟକ ହୋଇଥାଏ । ଏଠାରେ ତାହାହିଁ ହେଲା ।