ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଦ୍ୟା ଅଟଇ ମହାଧନ

ବିଦ୍ୟାକୁ ଜ୍ଞାନ ଓ ଶକ୍ତି କୁହାଯାଏ । ଏହା ଅମୂଲ୍ୟ । ମଣିଷମାନଙ୍କ ପ୍ରତି ସୃଷ୍ଟିର ଏହା ହେଉଛି ଏକ ଶ୍ରେଷ୍ଠ ବରଦାନ । ପାଠ ପଢିଲେ ଆମେ ଅନେକ ଜାଣିନଥିବା କଥା ବି ଜାଣିପାରୁ । ଶିଖି ନଥିବା କଥା ମଧ୍ୟ ଶିଖିଥାଉ । ଯେତେ ଅଧିକ ପଢୁ, ଆମର ସେତେ ବେଶି ଜାଣିବାକୁ ଉତ୍ସାହ ବଢିଥାଏ । ଯେଉଁମାନେ ପାଠପଢି ନଥା’ନ୍ତି, ବିଦ୍ୟାର୍ଜ୍ଜନ କରନ୍ତି ନାହିଁ, ସେମାନେ ଅଜ୍ଞାନ । ଅନ୍ୟମାନେ ସେମାନଙ୍କୁ ମୂର୍ଖ ବୋଲି କହି ଥଟ୍ଟା, ଉପହାସ କରିଥା’ନ୍ତି । ଏତେବଡ ପୃଥିବୀ ବିଷୟରେ ତାଙ୍କୁ କିଛି ବି ଆଦୌ ଜଣାନଥାଏ । ଯେତେ ଯାହା ପଚାରିଲେ ସେମାନେ ଖାଲି ତଳକୁ ମୁହଁପୋତି ବସନ୍ତି । ସବୁବେଳେ ନିଜକୁ ଛୋଟ ମନେକରି ଜ୍ଞାନୀ ଲୋକମାନଙ୍କଠାରୁ ସେମାନେ ଦୂରରେ ରହିବା ପାଇଁ ଉଚିତ୍ ମନେକରନ୍ତି । ଜ୍ଞାନ, ବିଜ୍ଞାନ, ଆଚାର, ବିଚାର ଏପରିକି କୌଣସି କଥା ବି ସେମାନଙ୍କୁ ଆଦୌ ପ୍ରଭାବିତ କରେନାହିଁ । ଛୋଟ ଚିନ୍ତା, ଅମଙ୍ଗଳ ଭାବ ମାଧ୍ୟମରେ ଏତେ ବଡ ଜୀବନକୁ ଅକାରଣ କରି ଦିଅନ୍ତି ସେମାନେ । ପିଲାଦିନେ ଯେତେ କଟକଣା କରି ସ୍କୁଲକୁ ପଠାଇଲେ ମଧ୍ୟ ସେମାନଙ୍କର ଯିବାକୁ ମୋଟେ ଆଗ୍ରହ ନଥାଏ । ସବୁବେଳେ ସେମାନେ ଖାଲି ଖେଳିବା, ବୁଲିବାରେ ସମସ୍ତ ସମୟ ବିତାଇ ଦିଅନ୍ତି । ବାଟରେ ଗଲାବେଳେ ଗୋଡ ଖସାଇ ପଡିଯିବାର ଅଭିନୟ କରନ୍ତି । ସେହି ପିଲାମାନେ ହିଁ ବଡ ହେଲେ କେହି ସେମାନଙ୍କୁ ବାସୀ ପାଣିରେ ସୁଦ୍ଧା ପଚାରନ୍ତି ନାହିଁ । ସେତେବେଳେ ସେମାନଙ୍କ ମଧ୍ୟରେ ମୋହ, ଅଭିମାନ, ରାଗ, ରୁଷା ବସାବାନ୍ଧି ଯାଇଥାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ