ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଦ୍ୟା ଅଟଇ ମହାଧନ

ନିରନ୍ନକୁ ଅନ୍ନଦାନ କଲେ ଏବଂ ଅସହାୟକୁ ସହାୟତା ଦେଲେ ଈଶ୍ୱର ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି । ସେହିଠାରେ ହିଁ ଜୀବନୀର ସାର୍ଥକତା ଆସେ । ଧର୍ମ ରକ୍ଷା ହୁଏ । ତେଣୁ ପ୍ରତ୍ୟେକ ମଣିଷ ଧର୍ମ ପ୍ରତି ସଚେତନ ହେବା ନିହାତି ଦରକାର । ଧର୍ମକୁ ଚିହ୍ନିପାରିଲେ ହିଁ ଧର୍ମ ତୁମକୁ ବି ସୁରକ୍ଷା ଦେଇପାରିବ । ଆମ ଧର୍ମ ଆମକୁ ଶିକ୍ଷା ଦେଇଛି – “ମାତୃ ଦେବୋ ଭବ, ପିତୃ ଦେବୋ ଭବ, ଆଚାର୍ଯ୍ୟ ଦେବୋ ଭବ ।” ଅର୍ଥାତ୍ ମାତା, ପିତା ଓ ଗୁରୁ ହେଉଛନ୍ତି ସାକ୍ଷାତ୍ ଈଶ୍ୱରଙ୍କ ଅବତାର । ଏଣୁ ସେମାନଙ୍କୁ ଭକ୍ତି କରିବା ହିଁ ହେଉଛି ଆମର ପରମ ଧର୍ମ । ସେହିପରି ଗୁରୁଜନମାନଙ୍କୁ ସମ୍ମାନ ଦେବା, କାହାକୁ ଗାଳିଗୁଲଜ ନ କରିବା, ଉପଦେଶ ମାନି ଚଳିବା ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ, ଯାହାକି ଧର୍ମ ମଧ୍ୟରେ ଅନ୍ତର୍ଭୁକ୍ତ । ତେଣୁ ଧର୍ମ, କର୍ତ୍ତବ୍ୟ ଓ ଈଶ୍ୱର – ଏକ ଓ ଅଭିନ୍ନ ।

                ଯେଉଁମାନେ ଧର୍ମରେ ରୁହନ୍ତି, ଧର୍ମାଚରଣ କରନ୍ତି, ସେମାନଙ୍କୁ ହିଁ ଧାର୍ମିକ କୁହନ୍ତି । ଧାର୍ମିକ ବ୍ୟକ୍ତି ହିଁ ସମାଜର ଗୋଟିଏ ଗୋଟିଏ ପ୍ରଜ୍ଜ୍ୱଳିତ ଦୀପଶିଖା । ବିଭ୍ରାନ୍ତିକର ମନକୁ ବୁଝାଇଦେବା ପାଇଁ ସେମାନେ ହିଁ ସମର୍ଥ । ତେଣୁ ସମସ୍ତେ ଧର୍ମ ପ୍ରତି ଅନୁରକ୍ତ ହେବା ସହ ଧାର୍ମିକ ଲୋକମାନଙ୍କର ନୀତି ଉପଦେଶ ଅନୁସାରେ କାର୍ଯ୍ୟ କରିବା ଉଚିତ୍ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି ସତ୍ କର୍ମ ଧର୍ମ ହୁଏ ତେବେ ବହୁତ ଧର୍ମ ଏମିତି ଅଛି ଯଉଥିରେକି ଅସତ୍ କର୍ମକୁ ସତ୍ କର୍ମର ମାନ୍ୟତା ଦିଆଯାଇଛି ଯେପରି ଇସ୍ଲାମ୍ ଧର୍ମରେ ଲେଖାଯାଇଛି ଯେଉଁ ମାନେ ମୁସଲିମ୍ ନୁହନ୍ତି ସେମାନଙ୍କୁ ମୁସଲିମ୍ କର କିମ୍ବା ମୁସଲିମ୍ ନହେଲେ ହତ୍ୟା କର । ବ୍ରାହ୍ମଣ ଧର୍ମରେ ଜାତି ପ୍ରଥା ମନୁଷ୍ୟକୁ ଚାରୋଟି ଜାତିରେ ବିଭାଗକରି ମଣିଷ ମଣିଷ ଭିତରେ ପ୍ରଭେଦ ସୃଷ୍ଟିକରୀ ଅନେକ ଅସାମାଜିକ ଅସତ୍ କର୍ମକୁ ଜନ୍ମଦେଇ ମଣିଷ ମଣିଷ ଭିତରେ ଭେଦ ଭାବ ଏବଂ ଅସାମଞ୍ଜସ୍ୟ ମନବୃତି ସୃଷ୍ଟି କରି ବିଭିନ୍ନ ଅସମାଜିକ ଅପରାଧ ସୃଷ୍ଟି କରିଥାଏ, ଅସାମାଜିକ ଅପରାଧ ସୃଷ୍ଟିକରୁଥିବା ଧର୍ମ କେବେ ମଧ୍ୟ ସତ୍ କର୍ମ ହୋଇପାରେନା; ତେଣୁ ମନୁଷ୍ୟର ତର୍କସଙ୍ଗତ ନୈତିକ ମୂଲ୍ୟବୋଧ ଆଧାରକୁ ହିଁ ଧର୍ମ ମାନିବ ଉଚିତ୍ । ଯେଉଁ  ନୈତିକ ମୂଲ୍ୟବୋଧ ତର୍କସଙ୍ଗତ ନୁହେଁ ସେ ଯେଉଁ ଧର୍ମ ହଉନା କାହିଁକି ତାକୁ ନୈତିକତା କୁତର୍କ ସଙ୍ଗତ ମାନିବା ଉଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏଵଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ