ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଧବା ସ୍ତ୍ରୀଟିର ବିଚାର

       ଜଣେ ବିଧବା ସ୍ତ୍ରୀ ଲୋକର ଗୋଟିଏ ବୋଲି ଗେହ୍ଲାପୁଅ । ଥରେ ସେ ପୁଅକୁ ନେଇ କୌଣସି ଏକ ଗାଁକୁ ଯାଉଥାଏ । ଯାଉ ଯାଉ ବାଟରେ ଏକ ଜଙ୍ଗଲ ପଡିଲା । ସେମାନେ ଘରୁ ସକାଳୁ ବାହାରିଗଲେଣି ଯେ, ବେଳ ଆସି ଦ୍ୱିପ୍ରହର ହେଲାଣି । ମୁଣ୍ଡଫଟା ଖରାରେ ଦୁହେଁ ଚାଲିଚାଲି ଥକି ପଡିଲେ । ରାସ୍ତା କଡ ଗଛମୂଳରେ ବିଶ୍ରାମ ନେଲେ ।

       କିଛି ସମୟ ପରେ ହାଲିଆ ହୋଇ ପଡିଥିବା ପୁଅଟି ନିଘୋଡ ନିଦରେ ଶୋଇପଡିଲା । ଟିକିଏ ଦୂରରେ ମାଆ ବସି କ’ଣ ଚିନ୍ତା କରୁଥାଏ । ଠିକ୍ ଏତିକିବେଳେ ହଠାତ୍ ପିଲାଟି ଚମକି ପଡି ଉଠିବସିଲା ଓ କାନ୍ଦିବାକୁ ଲାଗିଲା ।

       ପିଲାଟି କାହିଁକି କାନ୍ଦିଲା ବୋଲି ତା’ର ମା’ ଚାହିଁଲା ବେଳକୁ ଦେଖିଲା, ଗୋଟିଏ ନାଗସାପ ପିଲାଟିକୁ ଚୋଟମାରି ପାଖରେ ଥିବା ଉଈ ହୁଙ୍କା ଭିତରେ ପଶିବାକୁ ଯାଉଛି । ସେତେବେଳକୁ ପିଲାଟି ହାତଗୋଡ ପିଟି ଭୂଇଁରେ ଗଡିବାକୁ ଲାଗିଲାଣି । ଚାହୁଁ ଚାହୁଁ ଖୁବ୍ କମ୍ ସମୟ ଭିତରେ ପିଲାଟି ମୃତ୍ୟୁବରଣ କଲା । ଏହା ଦେଖି ତା’ର ମାଆ ଆଉ କି ସମ୍ଭାଳେ? ପିଲାଟିର ମୃତ୍ୟୁରେ ଭାଙ୍ଗିପଡି କ୍ରନ୍ଦନ କରି ସେଇଠି ଭୂଇଁରେ ଗଡିବାକୁ ଲାଗିଲା । ଆଶ୍ୱାସନା ଦେବାପାଇଁ ପାଖରେ କେହି ହେଲେ ନ ଥିଲେ ।

       ଠିକ୍ ଏତିକି ବେଳେ ସେହି ବାଟ ଦେଇ ଜଣେ ଦସ୍ୟୁ ଯାଉଥାଏ । ସେ ସ୍ତ୍ରୀ ଲୋକଟିର ବିକଳ କ୍ରନ୍ଦନରୋଳ ଶୁଣି ପାଖକୁ ଆସି କାନ୍ଦିବାର କାରଣ ପଚାରିଲା । ସାପକାମୁଡାରେ ଅକାଳ ମୃତ୍ୟୁ ହେବା ଏବଂ ସାପଟି ନିକଟରେ ଥିବା ଉଈ ହୁଙ୍କାରେ ପଶିଯାଇଥିବା କଥା ଦସ୍ୟୁ ଶୁଣିଲା । ସେ ଦୁଃଖ ପ୍ରକାଶ କରିବା ସହିତ ଉଈ ହୁଙ୍କା ତାଡି ସାପଟିକୁ ମାରିଦେବା ପାଇଁ ବାହାରିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ