“ଆମ ଆର ପାଖ ଘରେ ଯିଏ ଆସି ରହିଛନ୍ତି, ସେ ଜଣେ ଖୁବ୍ ଭଲ ଜ୍ୟୋତିଷ । ତାଙ୍କ ନାମ ହରି ଶର୍ମା । ତାଙ୍କୁ ଆମ ଝିଅର ଜାତକ ଦେଖାଅ । ସେ ତା’ ବିବାହ ବିଷୟରେ କିଛି କହି ପାରିବେ ।” କଳ୍ପନା ଦେବୀ ତାଙ୍କ ସ୍ୱାମୀ ରବିବାବୁଙ୍କୁ ଏକଥା ବାରମ୍ବାର କହିଲେ । ରବିବାବୁ ବି ଲକ୍ଷ୍ୟ କଲେ, ଜଣେ ଭଦ୍ରଲୋକ ସେଦିନ ସକାଳେ ଯାଇ ପଡୋଶୀ ଘରେ ଖଣ୍ଡିଏ ଜାତକ ଦେଇ ଆସିଲେ ।
ରବିବାବୁ କଳ୍ପନା ଦେବୀଙ୍କୁ ଧରି ପଡୋଶୀ ଘରେ ଯାଇ ପହଁଚିଲେ । ଯିଏ କବାଟ ଖୋଲିଲା, ସିଏ ଗୋଟିଏ ଝିଅ । ରବିବାବୁ ହରି ଶର୍ମାଙ୍କୁ କହିଲେ, “ଆମେ ଆପଣଙ୍କ ପ୍ରତିବେଶୀ । ପରିଚୟ ପାଇଁ ଆସିଲୁ । ଆପଣଙ୍କ ଝିଅଟିର ଚାଲିଚଳଣି ଭାରି ଭଲ । ତା’ ବାହାଘର ବ୍ୟବସ୍ଥା କଲେଣି?”
ହରି ଶର୍ମା କହିଲେ “ଭାଇ, ବ୍ୟବସ୍ଥା କରିବାକୁ ମୁଁ କିଏ? ତା’ ଅଦୃଷ୍ଟରେ ଯେବେ ଯେଉଁଠି ଥିବ, ସେବେ ସେଠି ତାହା ନିଶ୍ଚୟ ହେବ ।”
ରବିବାବୁ କହିଲେ, “ବେଶ୍, ବେଶ୍ । ଆମ ସହ ପରିଚୟ ହେଲା । ସୁବିଧା ଅସୁବିଧା ବେଳେ ଆମକୁ କହିବେ । ପରେ ଦେଖା ହେବ ।”
ବିଦାୟ ନେଇ ଆସି ରାସ୍ତାରେ ରବିବାବୁ କଳ୍ପନା ଦେବୀଙ୍କୁ କହିଲେ, “ତାଙ୍କୁ ଝିଅର ଜାତକ ଦେଖାଇବାର ଆଉ କୌଣସି ପ୍ରକାର ଆଗ୍ରହ ଅଛି?”
କଳ୍ପନା ଦେବୀ ଆଉ କିଛିବି କହିଲେ ନାହିଁ ।