ଭାଲୁ ଯିବା ପରେ ସେହି ଚାଲାକ୍ ମିତ୍ର ମଦନ ଆସି ସେଠାରେ ପହଁଚିଲା । ନିଜର ସିଧା ସାଧା ମିତ୍ର ପଦନ ପାଖକୁ ଆସିଲା ଆଉ ହସି ହସି କହିଲା – ତୁମେ ତ ଭାଲୁ ସହିତ ବନ୍ଧୁତା କରି ପକାଇଲ । ମଦନ କହିଲା କହିଲ ଦେଖି ଭାଲୁ ତୁମ କାନ ପାଖରେ କ’ଣ ସବୁ କହୁ ଥିଲା ।
ପଦନ କହିଲା ସେ କଥା ମୋତେ ପଚାରନା? ଭାଲୁ ମୋ କାନରେ କ’ଣ ସବୁ କହି ଗଲା ବୋଲି । ସେ ଯାହା କହିଲା ବହୁତ କାମର କଥା ।
ମଦନ ପୁଣି କହିଲା – କୁହ ତ ବନ୍ଧୁ । ମୋତେ ମଧ୍ୟ କୁହ । କ’ଣ ତୁମେ ତୁମର ପରମ ବନ୍ଧୁ ପାଖରେ ମଧ୍ୟ କହିବ ନାହିଁ । ମୋ ପାଖରେ ପୁଣି ଅଛପା ରଖିବ ।
ପଦନ ଉତ୍ତର ଦେଲା – ଆଚ୍ଛା, ତାହେଲେ ଶୁଣ ! ଭାଲୁ ମୋ କାନରେ ଏହି କଥା କହିଲା ଯେ – ଯେଉଁ ବନ୍ଧୁ ବନ୍ଧୁ ବିପଦରେ ପଡି ଥିବା ସମୟରେ ଉପସ୍ଥିତ ନ ରୁହେ, ବିପଦରେ ଛାଡି କରି ଚାଲି ଯାଏ ସେ ବନ୍ଧୁ ପ୍ରକୃତ ବନ୍ଧୁର ପଦବାଚ୍ୟ ନୁହେଁ । ତା’ଉପରେ ଭରଷା କରିବା ଉଚିତ୍ ନୁହେଁ । ବନ୍ଧୁ ଯିଏ ସେ ବିପଦରେ ସାହାଯ୍ୟ କରିବା ପାଇଁ ଧାଇଁ ଆସେ । ସେ ହିଁ ପ୍ରକୃତ ବନ୍ଧୁର ପଦବାଚ୍ୟ ।