ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିପଦର ବାନ୍ଧବୀ ଅପ୍ସରା

                ଏସବୁ ଶୁଣି ରୂପେଲିର ସାଙ୍ଗମାନେ ସେଠାରୁ ତୁରନ୍ତ ପଳାଇଗଲେ । ହେଲେ ରୂପେଲି କିନ୍ତୁ ସେ ଚଢେଇଟିର ସମସ୍ତ କଥା ଶୁଣି ଟିକିଏ ମନ ଦୁଃଖ କଲା । ରୂପେଲିର ଆଉ ବୁଝିବାକୁ ବାକି ରହିଲା ନାହିଁ ଯେ, ବିଲୁଆ ରୂପ ଧାରୀ ସେ ତାନ୍ତ୍ରିକ ଅପ୍ସରାକୁ ଚଢେଇ କରି ପଥର ତଳ ଗାତରେ ରଖିଥିଲା । ଆଜି ମଣିଷ ପାଦ ବାଜିବାରୁ ତହିଁରୁ ଏ ଚଢେଇଟି ବାହାରି ଆସିଲା । କିନ୍ତୁ ଏବେ ଅପ୍ସରା ତା ନିଜ ରୂପ କିପରି ଫେରି ପାଇବେ ବୋଲି ରୂପେଲି ସେ ଚଢେଇକୁ ପଚାରିଲା । ତହୁଁ ସେ ଚଢେଇ କହିଲା –

                                ଅମାବାସ୍ୟା ରାତ୍ରି ତାନ୍ତ୍ରିକ ପାଇଁ

ଶୁଭଦିନ ଅଟେ ଜାଣିଥା’ ତୁହି ।

ନିଜ ରୂପ ଧରି ଯିବ ସେ ମଶାଣି,

ପାଖରେ ରଖିଛି ଗୋଟିଏ ମୁଣି ।

                                କାଉଁରୀ ହାଡଟି ସେଥିରେ ଅଛି,

                                                ତାକୁ ଛୁଆଁଇ ମୋତେ ସେ ଚଢେଇ କରିଛି ।

                                ଏବେ ଛୁଆଁଇଲେ ନିଶ୍ଚେ ହେବି ମୁଁ ଅପ୍ସରା,

                                                ଅସାଧ୍ୟକୁ କିଏ ସାଧିବ ପରା!

                ଏପରି କଥା ଶୁଣି ରୂପେଲି ସେ ଚଢେଇଟିକୁ କହିଲା, ତୁମ କଥା ମୁଁ ମୋ ବାପାଙ୍କୁ କହି ତୁମ ଲାଗି କିଛି ବ୍ୟବସ୍ଥା କରିବି କି? ଏହା ଶୁଣି ସେ ଚଢେଇଟି ହଁ କହି ଗଛ ଉପରକୁ ଉଡିଗଲା । ସେ ରୂପେଲିର ବାପା ମଧ୍ୟ ଜଣେ ତାନ୍ତ୍ରିକ ଥିଲେ । କିନ୍ତୁ ସେ ଏତେ ବଡ ଧରଣର ତାନ୍ତ୍ରିକ ନଥିଲେ । ରୂପେଲିଠାରୁ ସବୁକଥା ଶୁଣି ସେ ଚଢେଇକୁ ସାହାଯ୍ୟ କରିବା ପାଇଁ ରୂପେଲିର ବାପା ନିର୍ଭର ପ୍ରତିଶୃତି ଦେଲେ ।

                ଅମାବାସ୍ୟା ରାତ୍ରିରେ ରୂପେଲିର ବାପା ସେ ଶ୍ମଶାନ ଆଡକୁ ଗଲେ । ସେ ନିଜର ସ୍ଥିତି ସମ୍ଭାଳି ଆଗରୁ ଦେହକୁ କିଳି ଦେଇଥିଲେ । ହଠାତ୍ ତାଙ୍କ ସାମନାରେ ଜଣେ ମୋଟା ଲୋକ ବସି କାଉଁରୀ ହାଡ ଚଳାଇ କ’ଣ ସବୁ ବୋଲୁଥିବାର ସେ ଦେଖିପାରିଲେ । ଏହି ସମୟରେ ରୂପେଲିର ବାପା କହିଥିଲେ –


ଗପ ସାରଣୀ

ତାଲିକାଭୁକ୍ତ ଗପ