ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଫଳ କୌଶଳ

ଚାକର କହିଲା “ମହାଶୟ, ଲୋକେ ଯାହା ସବୁ ଆମ ମାଲିକଙ୍କ ନାମରେ କହନ୍ତି ମନେ ହେଉଛି ଆପଣ ବି ସେସବୁ ବିଶ୍ୱାସ କରନ୍ତି । ବାସ୍ତବରେ ଆମ ମାଲିକ ମହା ଦାନୀ । କିନ୍ତୁ ସେ ଯାହା କିଛି ବି ଦାନ ଦିଅନ୍ତି ସେକଥା ବେଶି କେହି ଜାଣନ୍ତି ନାହିଁ, ମୁଁ ଆଉ ନିଜ ମାଲିକଙ୍କ ବିଷୟରେ ବେଶି ବଢାଇ କରି କ’ଣ ବା କହିବି? ଆପଣଙ୍କୁ କାଲି ଭୋଜନ ପାଇଁ ନିମନ୍ତ୍ରଣ କରିବା ଅର୍ଥ ଏପର୍ଯ୍ୟନ୍ତ ଯେତେ ଦାନ ସେ ଦେଲେଣି ସବୁ ସଂଖ୍ୟା ମିଶି କାଲି ଲକ୍ଷେ ପୂରଣ ହେଉଛି । ସେଥିପାଇଁ ମାଲିକ୍ ମନ୍ଦିରରେ ଭଗବାନଙ୍କୁ ଅଭିଷେକ କରିବେ । ସେହି ଉପଲକ୍ଷେ ଜଣେ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଖୁଆଇବା ତାଙ୍କର ଭାରି ଇଚ୍ଛା । ଆମର ଏ ଇଲାକାରେ ଦାନଧର୍ମରେ ତାଙ୍କ ସମକକ୍ଷ ତ କେବଳ ଆପଣ ।”

ଦାନୀ ଭାବିଚିନ୍ତି କହିଲେ, “ଆଚ୍ଛା ବହୁତ ଭଲ କଥା । ତେବେ ମୁଁ ଅବଶ୍ୟ ଆସିବି ।”

ଚାକର ଫେରିଆସି କଞ୍ଜୁସ୍ଙ୍କୁ ସବୁକଥା କହିଲା । ପରଦିନ ଦାନୀ ଆସି ପହଁଚିଲେ କଞ୍ଜୁସ୍ଙ୍କ ଘରେ । କଞ୍ଜୁସ୍ ତାଙ୍କୁ ସ୍ୱାଗତ କରି ଘର ଭିତରକୁ ନେଇଗଲେ ଓ କହିଲେ “ଆପଣଙ୍କ ସହିତ କେହି ଚାକରବାକର କାହିଁକି ଆସି ନାହାଁନ୍ତି?”

ଦାନୀ ଉତ୍ତର ଦେଲେ “ଗୋଟିଏ ଛୋଟ କାମ ପାଇଁ ସେ ପଛରେ ରହିଗଲା । କାମଟି ପୁରା ହୋଇଗଲେ ଟିକିଏ ପରେ ସେ ଆସିବ ।”

କଞ୍ଜୁସ୍ କହିଲେ, “ଆଜ୍ଞା, କାଲି ତ ମୋ ଚାକର ଆପଣଙ୍କୁ ସବୁ କହିଛି । ମୁଁ ମୋ ନିଜର ଦାନ ଦେବା ବିଷୟରେ ବେଶି କିଛି ପ୍ରକାଶ କରେ ନାହିଁ । ଦାନଧର୍ମ କରିବା ତ ମୋର ଉଦ୍ଧେଶ୍ୟ, ମାତ୍ର ଯଶପ୍ରାପ୍ତି ନୁହେଁ । ଆପଣ ମଧ୍ୟ ମୋର ଏ ଗୁପ୍ତରହସ୍ୟ କେଉଁଠାରେ ପ୍ରକାଶ ନ କରିବାକୁ ବିନମ୍ର ଅନୁରୋଧ ।”

ଠିକ୍ ସେତିକିବେଳେ କଞ୍ଜୁସ୍ଙ୍କ ଚାକରଟି ଆସି କହିଲା, “ମାଲିକ୍ । ମୁଁ ମନ୍ଦିର ଯାଇ, ଭଗବାନ୍ଙ୍କର ଅଭିଷେକ କରାଇ ଫେରି ଆସିବି ।” ତା’ପରେ ସେ ନିଜ ଘରକୁ ଯାଇ ଏକ ବୁଢା ଭିକାରୀର ବେଶ ଧରି ଆସି ପହଁଚିଲା । ଦାନୀଙ୍କ ସହିତ କଞ୍ଜୁସ୍ କଥା ହେଉଥିଲେ । ଭିକାରୀକୁ ଦେଖି ହାତ ପାଖରେ ଥିବା ଥଳୀରୁ ଶହେଟଙ୍କା କାଢି ଦେଇଦେଲେ । ବୁଢା ଭିକାରୀ ଚାଲିଯିବା ପରେ ଜଣେ ବାବାଜୀ ଆସି ପହଁଚିଲେ । କଞ୍ଜୁସ୍ ତାକୁ ମଧ୍ୟ ଶହେଟଙ୍କା ଦେଲେ ।

ତା’ପରେ ଭୋଜନର ସମୟ ହେବା ପୂର୍ବରୁ, ଜଣେ ଘୁଙ୍ଗା, ଜଣେ ଅନ୍ଧ, ଜଣେ ଛୋଟା, ଜଣେ ତୀର୍ଥଯାତ୍ରୀ, ଏହିପରି ଦଶଜଣ ଲୋକ ପରେ ପରେ ଆସି ପହଁଚିଥା’ନ୍ତି । କଞ୍ଜୁସ୍ ସମସ୍ତିଙ୍କୁ ଶହେ ଟଙ୍କା ଲେଖାଏଁ ଦାନ ଦେଉଥା’ନ୍ତି ଆଉ ମନେ ମନେ ନିଜ ଚାକରକୁ ଖୁବ୍ ପ୍ରଶଂସା କରୁଥା’ନ୍ତି । କେତେ ଶୀଘ୍ର ଶୀଘ୍ର ସେ ବେଶ ବଦଳେଇ ଆସୁଛି!

ଏବେ ଦାନୀ କଞ୍ଜୁସ୍ଙ୍କୁ କହିଲେ, “ଆହା, ଆପଣଙ୍କ ପରି ଦାନବୀର ମୁଁ ଏପର୍ଯ୍ୟନ୍ତ କେଉଁଠି ହେଲେ ବି ଦେଖି ନଥିଲି ବା ଶୁଣି ନଥିଲି । ଏଇ ଏତିକି ସମୟ ଭିତରେ ଆପଣ ଚାହୁଁ ଚାହୁଁ ହଜାରେ ଟଙ୍କା ଦାନ ଦେଇଦେଲେ ।”

କଞ୍ଜୁସ୍ କହିଲେ, “ନାହିଁ ଆଜ୍ଞା, ମାତ୍ର ଦଶଜଣ ତ ଆସିଛନ୍ତି । ମୁଁ ତ ସବୁଦିନେ ଦଶଜଣଙ୍କୁ ଦିଏ ।”

କିଛି ସମୟ ପରେ ଚାକର ପୁଣି ବେଶ ବଦଳାଇ ହାତରେ ଥାଳୀ ଓ ପ୍ରସାଦ ଧରି ସାଧାରଣ ଚାକର ରୂପରେ ଆସି ପହଁଚିଲା ଓ କହିଲା, “ଆଜ୍ଞା, ମୋର ଟିକିଏ ଡେରି ହୋଇଗଲା । ତେଣୁ କ୍ଷମା କରିବେ । ଲକ୍ଷେ ବେଲପତ୍ର ଦେଇ ଅଭିଷେକ କରିବାରେ ସମୟ ତ ଲାଗିବ! ଏତିକି କହୁ କହୁ ଥାଳୀ ଧରି ସେ ଘରର ଭିତର ପଟକୁ ଚାଲିଗଲା । ତା’ପଛେ ପଛେ ସେ କଞ୍ଜୁସ୍ ମଧ୍ୟ ଭିତରକୁ ଉଠିଗଲେ ।

କଞ୍ଜୁସ୍ ତାଙ୍କ ଚାକରକୁ ପଚାରିଲେ, “ବାଃ, ତୁ ବଡ ମଜାର ନାଟକ ତିଆରି କଲୁ । ଆଣ ଏବେ ମୋର ସବୁ ପଇସା । ତୁ ଆଉ କୁଆଡେ କିଛି ହଜାଇ ନାହୁଁ ତ?”

“ନିଅନ୍ତୁ, ଆପଣଙ୍କ ପାଂଚଶ ଟଙ୍କା” ଏହା କହି ସେ ଚାକର ପାଂଚଶ ଟଙ୍କା ଦେଲା ।

କଞ୍ଜୁସ୍ ବ୍ୟସ୍ତ ହୋଇ କହିଲେ “ଆରେ ପାଂଚଶ କିପରି? ମୁଁ ତ ତତେ ହଜାର ଟଙ୍କା ଦେଇଛି ।”

ତା’ପରେ ଚାକର କହିଲା “ଆଜ୍ଞା ନା, ମୁଁ ତ କେବଳ ପାଂଚଥରହିଁ ବେଶ ବଦଳ କରି ଆସିଛି । ଆଉ ପ୍ରତ୍ୟେକ ଥର ତ ଆପଣ ମୋତେ ଶହେ ଟଙ୍କା ହିଁ ଦେଇଛନ୍ତି ।”

ତା’କଥା ଶୁଣି କଞ୍ଜୁସ୍ ଭାରି ବ୍ୟାକୁଳ ହେଲେ “ତେବେ ସେ ଦଶଜଣ କୁଆଡୁ ଆସିଲେ? ତୁ ଯଦି ପାଂଚଥର ଆସିଲୁ ତେବେ ଅନ୍ୟ ପାଂଚଥର ଆଉ କିଏ ଆସିଲା?”

ଦାନୀ କହିଲେ “ସେ ହୁଏତ ମୋ ଚାକର ହୋଇଥିବ ।” ଯେତେବେଳେ ଚାକର ଓ ମାଲିକ ଟଙ୍କା ପାଇଁ କଥା ହେଉଥିଲେ ଦାନୀ ବ୍ୟକ୍ତି ସବୁ ଶୁଣି ପାରୁଥିଲେ ।

ଦାନୀ କହିଲେ “ଏବେ ମୋ ଚାକର ମଧ୍ୟ ଆସିଯିବ । ସେ ବହୁତ ବିଶ୍ୱାସୀ । ଆପଣଙ୍କ ପାଂଚଶ ଟଙ୍କା ଫେରାଇ ଦେବ ।”

ଏପରି କଥା ଶୁଣି କଞ୍ଜୁସ୍ ଲଜ୍ଜାରେ ତାଙ୍କ ମୁଣ୍ଡ ତଳକୁ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ