ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିବ୍ରତ

                ତା’ପରେ ଧନୀବାବୁ କହିଲେ “ମୁଁ ଶୁଣିଥିଲି କି ଆପଣଙ୍କ ଗ୍ରାମରେ ଶିକ୍ଷିତ ଲୋକମାନେ ଅଛନ୍ତି । ମୁଁ ଯେଉଁସବୁ ବିଷୟରେ ବିବରଣୀ ସଂଗ୍ରହ କରିଛି ସେଥିରେ ଭୁଲ୍ ତ୍ରୁଟି ମଧ୍ୟ ରହିଛି । ମୁଁ ତ ନିଜେ ତାକୁ ସଂଶୋଧନ କରିବି, ତେବେ ଜଣେ ଶିକ୍ଷିତ ବ୍ୟକ୍ତି ମୋ ସହିତ ଏହା କଲେ ଉତ୍ତମ ହୁଅନ୍ତା ।”

                ଆମ ଗ୍ରାମରେ ଏତେ ଶିକ୍ଷିତ ବ୍ୟକ୍ତି କେହି ନାହାଁନ୍ତି ଯିଏ କି ଆପଣଙ୍କ ଲେଖାକୁ ସଂଶୋଧନ କରିପାରିବେ । ଅବଶ୍ୟ ସେଥିପାଇଁ କେବଳ ନାଗରାଜ ହିଁ ଯୋଗ୍ୟ ବ୍ୟକ୍ତି ।” ଏତିକି କହି ସେ ନାଗରାଜଙ୍କୁ ଚାହିଁ କହିଲେ, “ନାଗରାଜ, ଧନୀବାବୁଙ୍କୁ ତାଙ୍କ କାମରେ ଟିକିଏ ସାହାଯ୍ୟ କର ।”

                ଏକଥା ଶୁଣି ସୁଶୀଳ ବଡ ମନ ଖରାପ କଲେ । ସେ ଭାବିଲେ ଇଏ କିପରି କଥା? ମୁଖିଆ ତାଙ୍କୁ ଏକାବେଳେ ଭୁଲିଗଲେ ନା କ’ଣ? ଏଣୁ ତାଙ୍କର ମନ ବଡ ଦୁଃଖ ହେଲା ।

                ନାଗରାଜ କହିଲେ, “ଏତେ ବଡ ବହି ପଢି ତହିଁରୁ ତୃଟିସବୁ ସଂଶୋଧନ କରିବାକୁ ପ୍ରାୟ ଦଶଦିନ ଲାଗିବ । କାରଣ ଏହା ପ୍ରାୟ ତିନିଶହ ପୃଷ୍ଠାର ବହି ହେବ । ଦିନକ ମଧ୍ୟରେ କରିବା ମୋପକ୍ଷେ ତ ଏହା ବଡ ଅସମ୍ଭବ ।”

                ତାଙ୍କ କଥା ଶୁଣି ଧନୀବାବୁ ନିରାଶ ହେଲେ । ସୁଶୀଳ ନିଜ ତରଫରୁ କହିଲେ, “ଆପଣଙ୍କର କୌଣସି ଆପତ୍ତି ନଥିଲେ ମୁଁ ଏ କାର୍ଯ୍ୟ କରିବି । ଧନୀବାବୁ ତାଙ୍କୁ ଲେଖାତକ ଧରାଇ ଦେଇ କହିଲେ, “ମୁଁ ଆପଣଙ୍କ ନାମ ଆଗରୁ ବହୁତ ଶୁଣିଥିଲି । ଅବଶ୍ୟ ଏହି କାମ କରିବାର ଯୋଗ୍ୟତା କେବଳ ଆପଣଙ୍କ ମଧ୍ୟରେହିଁ ଅଛି । ଆପଣ ବୟସରେ ବଡ । ଯଦି ଆପଣ ଏକାମ କରିବେ ତ ମୁଁ ବଡ ଖୁସି ହେବି ।”

ସୁଶୀଳ ବହୁତ ଚେଷ୍ଟା କରି ଓ କଷ୍ଟ କରି ସମସ୍ତ ତୃଟି ସଂଶୋଧନ କରି ଦିନକ ମଧ୍ୟରେ ତାଙ୍କୁ ଲେଖାତକ ଫେରାଇଲେ । ପରଦିନ ଧନୀବାବୁ ସେହି ଲେଖାସବୁ ଜମିଦାରଙ୍କୁ ଦେଖାଇଲେ, ଜମିଦାର ସେସବୁ ପଢି ବଡ ଖୁସି ହେଲେ ଓ କୌଣସି ଦୋଷତୃଟି ନାହିଁ ବୋଲି କହି ଧନୀବାବୁଙ୍କର ସେ ବଡ ପ୍ରଶଂସା କଲେ । ଜମିଦାର ଏକଥା ଅନ୍ୟ କେତେଜଣଙ୍କୁ ମଧ୍ୟ କହିଲେ ।

ସୁଶୀଳ ମଧ୍ୟ କହି ବୁଲିଲେ ଯେ ସେ କିପରି ଦିନକ ମଧ୍ୟରେ ସମଗ୍ର ଲେଖା ପଢି ତୃଟି ସଂଶୋଧନ କରି ଦେଇ ପାରିଲେ । ତା’ପରେ ମଧ୍ୟ ସେ ନିଜର ବୁଦ୍ଧିମତା ଓ କ୍ଷମତାକୁ ପ୍ରମାଣ କରିବାକୁ ସେପରି ଦୁଇ ତିନିଟି ସୁଯୋଗ ପାଇଲେ ।

ଥରେ ଗ୍ରାମ ମୁଖିଆ ବହୁତ ଅସୁସ୍ଥ ହୋଇ ପଡିଲେ । ବୈଦ୍ୟଙ୍କ ପାଇଁ ନୂଆ ପ୍ରକାରର ଜଡିବୁଟି ଦରକାର ହେଲା । ତାହାସବୁ ବରୁଣନଗରର ବ୍ୟାସାନନ୍ଦଙ୍କ ବ୍ୟତୀତ ଆଉ କେଉଁଠି ହେଲେବି ମିଳିବ ନାହିଁ । ବୈଦ୍ୟ କହିଥିବା ରୋଗର ଲକ୍ଷଣ ତାଙ୍କୁ ଯାଇ କହିଲେ ସେ ସେହି ଅନୁସାରେ ଜଡିବୁଟି ଦେବେ । କିନ୍ତୁ ଅସୁବିଧା ହେଉଛି ବ୍ୟାସାନନ୍ଦ କେବଳ ସଂସ୍କୃତ କୁହନ୍ତି ।

ମୁଖିଆ ତାଙ୍କ ନିକଟକୁ ନାଗରାଜଙ୍କୁ ପଠାଇବାକୁ ଚାହିଁଲେ । କିନ୍ତୁ ବରୁଣନଗରକୁ ଯିବାକୁ ହେଲେ ଲୁଣାନଦୀ ପାର ହେବାକୁ ହେବ । ଆଉ ସେହି ଲୁଣା ପବନ ନାଗରାଜଙ୍କ ଦେହରେ ବାଜିଲେ ସେ ଅସୁସ୍ଥ ହୋଇ ପଡନ୍ତି । ତଥାପି ମଧ୍ୟ ସପ୍ତାହକ ଆଗରୁ ଔଷଧ ଖାଇଲେ ସେ ନିଜ ଦେହକୁ ଠିକ୍ ରଖି ସେଠାକୁ ଯାଇ ପାରିବେ । ଖାଦ୍ୟ ନିୟନ୍ତ୍ରଣ କରିବାକୁ ହେବ । କିନ୍ତୁ ହାତରେ ତ ଆଉ ଏତେ ସମୟ ନାହିଁ ।

ଏହା ସୁଶୀଳଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଥିଲା । ଲୁଣା ପବନରେ ତ ତାଙ୍କର ଆଦୌ କିଛିବି କ୍ଷତି ହୁଏ ନାହିଁ । ତେଣୁ ଏହି ଦାଇତ୍ତ୍ଵ ସେ ନିଜ ଉପରେ ନେଲେ ଓ ଖୁବ୍ଶୀଘ୍ର କାମ ସାରି ଅଳ୍ପଦିନରେ ଜଡିବୁଟି ଧରି ସେଠାରୁ ଫେରି ଆସିଲେ ।

ସେବର୍ଷ କାଳୀପୂଜା ଅତି ନିଷ୍ଠାର ସହ କରାହେବ ବୋଲି ସ୍ଥିର ହେଲା । ଗ୍ରାମ୍ୟଲୋକଙ୍କର ବିଶ୍ୱାସ ଗ୍ରାମର ପୁରୁଷମାନେ କାଳୀମାତାଙ୍କ ସମ୍ମୁଖରେ ନାଚିବେ, କୁଦିବେ କିନ୍ତୁ ସେମାନେ ଥରେ ହେଲେବି ବସିବେ ନାହିଁ । ବସିଲେ ତାହା ଗ୍ରାମ ପାଇଁ ଅମଙ୍ଗଳ ।

ପୁଣି ଗ୍ରାମନିକଟସ୍ଥ ଜଙ୍ଗଲରେ ଗୋଟିଏ ଗଛ ଅଛି ଯାହାର ଅଧିକାଂଶ ପତ୍ରରେ ତ୍ରିଶୂଳ ରେଖା ଥାଏ । ସେପରି ପତ୍ରସବୁ ବାଛି ସେଥିରେ ହାର କରି କାଳୀମାତାଙ୍କୁ ଦେଇ ସେହି ଗଛରେ ଝୁଲାଇ ଦିଆଯିବ । ଯିଏ ପତ୍ର ଆଣିବ ସେଇହିଁ ମାଳାଟି ନେଇ ଯିବ ।

ଜଙ୍ଗଲ ଯାତ୍ରା ବହୁତ କଷ୍ଟ । ଏତେ ଦୀର୍ଘ ଓ କଷ୍ଟସାଧ୍ୟ ଯାତ୍ରା ପରେ ପତ୍ର ଆଣି ମାଳା କରି ଦେବ, ପୁଣି ଉତ୍ସବରେ ଭାଗ ନେବ, ପୁଣି ମାଳା ଫେରାଇବାକୁ ଜଙ୍ଗଲକୁ ଯିବ, ଏହା ଏତେ ସହଜ ନ ଥିଲା । ନାଗରାଜ କହିଲେ ଯେ ସେ କାମଟି ହୁଏତ କରିପାରିବେ । କିନ୍ତୁ ଏତେ ପରିଶ୍ରମ ସେ କରିବାକୁ ନାରାଜ ହେଲେ । କାରଣ ମଝିରେ ଆଦୌ ବିଶ୍ରାମ ନାହିଁ ।

ସୁଶୀଳ ତ ଏହି କାର୍ଯ୍ୟ ପୂର୍ବରୁ ମଧ୍ୟ ଚାରି ପାଂଚ ଥର କରିଥିଲେ । ଏଥର ମଧ୍ୟ ଏହି କାମ କରିବାକୁ ସେ ସମ୍ମତ ହେଲେ । ସେ ଜଙ୍ଗଲ ଗଲେ, ପତ୍ର ଆଣିଲେ । ସାରା ଦିନ ସେ ଠିଆ ହୋଇ ରହିଲେ । ତା’ପରେ ଦେବୀଙ୍କ ଗଳାରେ ସେ ମାଳାଦେଲେ ଓ ତା’ପରେ ସେ ମାଳା ନେଇ ଗଛରେ ଝୁଲାଇ ଦେଇ ଆସିଲେ । ଲୋକ ପ୍ରଶଂସା କରି କହିଲେ କି ଏତେ ପରିଶ୍ରମ କରି ମଧ୍ୟ ସୁଶୀଳ ଟିକେବି ଥକ୍କା ହୋଇ ନାହାଁନ୍ତି । ବୀଣା ମଧ୍ୟ ସ୍ୱାମୀଙ୍କର ସହନ ଶକ୍ତି ଦେଖି ବହୁତ ଖୁସି ହେଲେ ।

ଏହିପରି କେତେକ ଘଟଣା ମାଧ୍ୟମରେ ସୁଶୀଳ ପ୍ରମାଣ କଲେ କି ସେ ନାଗରାଜଙ୍କଠାରୁ ଅଧିକ ସକ୍ଷମ । ତଥାପି ମଧ୍ୟ ଲୋକମାନେ, କେତେକ କାର୍ଯ୍ୟ ପାଇଁ ନାଗରାଜ ପାଖକୁ ଧାଉଁଛନ୍ତି । ସେ ମନା କରିବା ପରେ ଯାଇ ସେମାନେ ସୁଶୀଳ ପାଖକୁ ଆସୁଛନ୍ତି । ସେଥିପାଇଁ ସୁଶୀଳଙ୍କ ମନରେ ବଡ କଷ୍ଟ ହୁଏ ।

ଦିନେ ବୀଣା ସୁଶୀଳଙ୍କୁ କହିଲେ “ତୁମେ ଆରାମରେ ଘରେ ବସି ପୁରାଣ ଆଦି ଗ୍ରନ୍ଥ ପଢ । ତାହାର ଭାବାର୍ଥ ମୋତେ ବୁଝାଇବ । ଏହିପରି କଲେ ଯାଇ ଆମେ ଦୁହେଁ ଖୁସିରେ ରହିବା । କେହି ଯଦି କାର୍ଯ୍ୟ ପାଇଁ ତୁମ ଉପରେ ନିର୍ଭର କରୁନାହାଁନ୍ତି ତେବେ ତାହାତ ଅତି ଆନନ୍ଦର କଥା, ସେଥିପାଇଁ ତୁମେ କାହିଁକି ନିଜ ମନ ଦୁଃଖ କରୁଛ?”

“ସମସ୍ତେ ଭାବୁଛନ୍ତି କି ମୁଁ ବୁଢା ହୋଇଗଲି । କେତେଜଣ ତ ମୋ ମୁହଁ ଉପରେ ଏହା କହୁଛନ୍ତି । ମୁଁ କ’ଣ ରୋଗୀ, ନା ଶଯ୍ୟାଶାୟୀ? ଯୁବକମାନେ ଯେଉଁକାମ କରିପାରୁଛନ୍ତି ସେସବୁ ତ ମୁଁ କରୁଛି । କରି ଦେଖାଇ ଦେବା ପରେ ମଧ୍ୟ ସେହି ସତ୍ୟକୁ ସେମାନେ ସ୍ୱୀକାର କରିବାକୁ ରାଜି ହେଉ ନାହାଁନ୍ତି ।”

ଥରେ ପାଖ ଗ୍ରାମର ବାସୁଦେବ ତାଙ୍କ ଘରକୁ ଆସିଲେ । ସେ କହିଲେ “ଦି ବର୍ଷ ହେବ ବର୍ଷା ନାହିଁ । କୂଅ ପୋଖରୀ ପୂରାପୁରି ଶୁଖିଗଲାଣି । ଏକଥା ଉପରେ ମୁଖିଆ ମୋଟେ ଧ୍ୟାନ ଦେଉ ନାହାଁନ୍ତି । ଏବେ କ’ଣ କରାଯିବ? ଯିଏ ରାଜଧାନୀ ଯିବ ତାର ରାଜାଙ୍କ ସହିତ ଦେଖା କରିବା ଭାରି କଷ୍ଟ । କିନ୍ତୁ ସବୁଦିନେ ରାଜା ତାଙ୍କ ନଅରର ଛାତରୁ ରାଜଧାନୀରେ ଥିବା ଏକ ବଡ ପଡିଆରେ ହେଉଥିବା କୁସ୍ତିକସରତ ଦେଖନ୍ତି । ଯଦି କେହି ଭଲ କୁସ୍ତି କସରତ କରିପାରେ ରାଜା ତା’ କଥା ପଚାରିବେ ଓ ତାକୁ ପାଖକୁ ଡାକିବେ । ତେବେ ଯାଇ ସେ ରାଜାଙ୍କୁ ଏହି ସବୁ ବିଷୟରେ ଖବର ଦେବ । ଏପରି ଲୋକ ଆମଗ୍ରାମରେ ନାହିଁ । ତୁମ ଗ୍ରାମରେ କିଏ ଏ କାମ ପାରିବ ତୁମେ ତାହା କହି ପାରିବ କି?”


ଗପ ସାରଣୀ

ତାଲିକାଭୁକ୍ତ ଗପ