ସୁଶୀଳ ଏହି କାମକୁ ଅତି ସହଜରେ କରିପାରନ୍ତେ । କିନ୍ତୁ ସେ ଚିଡିଯାଇ କହିଲେ “ତୁମେ ବରଂ ଗ୍ରାମମୁଖିଆଙ୍କ ପାଖକୁ ଯାଅ ।” ବାସୁଦେବ ମୁଖିଆଙ୍କ ପାଖରୁ ଫେରି କହିଲେ, “ଏହି ଗ୍ରାମରେ ନାଗରାଜ ନାମକ ଜଣେ ସକ୍ଷମ ବ୍ୟକ୍ତି ଅଛନ୍ତି ବୋଲି ମୁଖିଆ କହିଲେ, ସେ କହିଲେ କେବଳ ତୁମେହିଁ ତାକୁ ଏଥିପାଇଁ ସମ୍ମତ କରାଇ ପାରିବ ।”
ମାତ୍ର ସୁଶୀଳ ଏଥିରେ ଅଧିକ ରାଗିଯାଇ କହିଲେ, “ଜମିଦାରଙ୍କ ଅଧିକାରୀ ଧନୀବାବୁଙ୍କର ତିନିଶହ ପୃଷ୍ଠାର ଲେଖା ମୁଁ ଦିନକରେ ପଢି ତାକୁ ସଂଶୋଧନ କରି ଦେଇ ପାରିଲି । ଦିନକ ମଧ୍ୟରେ ଦୂର ଗ୍ରାମକୁ ଯାଇ ଜଡିବୁଟି ନେଇ ଫେରିଲି । କାଳୀମାତାଙ୍କ ପୂଜାରେ ତିନିଦିନ କାଳ ମୁଁ ଅକ୍ଳାନ୍ତ ପରିଶ୍ରମ କରି ପୂଜା କରି ଗ୍ରାମର ଇଜ୍ଜତ ରକ୍ଷା କଲି । ଏସବୁ କୁଆଡେ ଗଲା ଏବେ ପୁଣି ନାଗରାଜକୁ ଡାକ ପଡିଛି । ମୁଁ ଆଉ କଦାପି ତା’ ପାଖକୁ ଯିବି ନାହିଁ । ବାସୁଦେବ ଆଶ୍ଚର୍ଯ୍ୟ ହୋଇ କହିଲେ “ତେବେ ତୁମର ଗ୍ରାମମୁଖିଆ ଯାହା କହିଲେ ତାହା ଏକଦମ୍ ସତ ।” ତା’ପରେ ସୁଶୀଳ ପଚାରିଲେ “କାହିଁକି, ସେ ମୋ ବିଷୟରେ କ’ଣ ଏମିତି କହିଲେ କି?”
ବାସୁଦେବ ଉପଦେଶ ଦେଲେ “ସେ କହିଲେ ତୁମେ ଆଗରୁ ବହୁ କଷ୍ଟ କାମ କରି କହୁଥିଲ, “ଇଏ କିଛି ନୁହେଁ!” ଏବେ କହୁଛ ବଡ କଷ୍ଟ କାମ ମୁଁ କରି ପାରିଲି । ତେଣୁ ବାର୍ଦ୍ଧକ୍ୟ ଆସିଲାଣି । ଏଣିକି ତୁମେ ଅବସର ନିଅ ।”
ଏବେ ମଧ୍ୟ ସେ କଷ୍ଟସାଧ୍ୟ କାମ କରୁଛନ୍ତି ଓ କରିଚାଲୁଛନ୍ତି । ଏବେ ସେହି କାମ କଷ୍ଟ କରି କରୁଛନ୍ତି । କିନ୍ତୁ ଲୋକେ ଆଙ୍ଗୁଠି ଦେଖାଇ କହିବେ ବାର୍ଦ୍ଧକ୍ୟ ଆସିଲାଣି ବୋଲି, ସେଇଟା ଆଉ ସେ କିପରି ସହ୍ୟ କରିବେ? ନାଗରାଜ ଯାହା ପାରନ୍ତି କରନ୍ତି, ଯାହା ନପାରନ୍ତି ସିଧା ସିଧା ସେ ନାହିଁ କରି ଦିଅନ୍ତି । କାରଣ ନିଜର ଦକ୍ଷତା ଓ କ୍ଷମତା ପ୍ରମାଣିତ କରିବାକୁ ସେ ଆଦୌ ବ୍ୟସ୍ତ ନୁହଁନ୍ତି । କିନ୍ତୁ ସୁଶୀଳଙ୍କର ବାର୍ଦ୍ଧକ୍ୟ ଆସିବାରୁ ସେ ଏହା ପ୍ରମାଣ କରିବାରେ ବ୍ୟସ୍ତ ଯେ ତାଙ୍କର ସମସ୍ତ ପ୍ରକାର ଶକ୍ତି, ସାମର୍ଥ୍ୟ ଓ ଦକ୍ଷତା ଠିକ୍ ପୂର୍ବବତ୍ ବଳବତ୍ତର ରହିଛି । ଏପରି କ୍ଷେତ୍ରରେ ଲୋକମାନଙ୍କର ମନୋଭାବ ବଦଳିଲେ ହୁଏତ ସୁଶୀଳ ଟିକେ ଶାନ୍ତିରେ ରହିପାରନ୍ତେ । ନା ସୁଶୀଳ ବୁଝୁଛନ୍ତି, ନା ଗ୍ରାମବାସୀ ଓ ମୁଖିଆ ଏକଥା ବୁଝୁଛନ୍ତି ।