ମୁକୁନ୍ଦପୁରର ମକ୍ରୁ ବିଶାଳ ଆଉ ତା ଭାର୍ଯ୍ୟା ବୁଢୀ ସନ୍ନିପାତ ବେମାରିରେ ଆଗ ପଛ ହୋଇ ମାସକ ଭିତରେ ଚାଲିଯିବାବେଳେ ତାଙ୍କର ଗୋଟିଏ ମାତ୍ର ପୁଅ ବିରେଇର ବୟସ ହୋଇଥିଲା ପାଂଚ ବର୍ଷ । ଲଙ୍ଗଳା ପିଲାଟା କିଛି ବି ସେ ବୁଝେ ନାହିଁ । ବାପାମାଆଙ୍କୁ କୋକେଇରେ ଘେନିଯିବାବେଳେ ଦାଣ୍ଡରେ ଭୂଇଁରେ ସେ ଗଡି ‘ବାପା ଲୋ’ ‘ମା ଲୋ’ ବୋଲି ଡକା ପାରୁଥାଏ । ସେ ଘରେ ତ ଆଉ କେହି ନାହିଁ, କିଏବା ସେ ପିଲାଟାକୁ ସମ୍ଭାଳି ନେଉଛି? ଘରେ ବାରମାସିଆ ତିନିଜଣ ଥିଲେ ସତ; ହେଲେ, ସେମାନେ କ’ଣ ଜାଣନ୍ତି, କ’ଣ କରିବେ? ତେବେ କ’ଣ ସେ ବିରେଇ ଅନାଥ ହୋଇଯିବ? ନାହିଁ ନାହିଁ, ତିନି ପୁରୁଷର ଭିନ୍ନେ ହେଲା ଭାଇ, ଲେଖାରେ ବିରେଇର ଖୁଡୁତା ଜେଡୁତା ଆଉ ମଉସା ପିଉସାମାନେ ଏକଥା ଶୁଣି ଧାଇଁଆସିଲେ । ସେମାନଙ୍କର ଦୟାର ଶରୀର, ବିରେଇର ବିକଳ କାନ୍ଦଣା ଶୁଣି ସମସ୍ତେ ଧାଇଁଆସିଲେ, ତା’ପରେ ସମସ୍ତେ ଏକାବେଳକେ ମିଶି ସେ ପିଲାଟିକୁ ଝାଡିଝୁଡି ଦେଇ କାଖେଇ ନେବାଲାଗି ଟଣାଟଣି କଲେ । ଏହିଭଳି ଟଣାଓଟରାରେ ସେ ପିଲାକୁ ବହୁତ ବାଧିଲାଣି, ଫଳରେ ସେ ଆହୁରି ଅଧିକ ବିକଳ ହୋଇ ଡକା ପକାଉଥାଏ । ହେଲେ ସେକଥା ଶୁଣୁଛି ବା କିଏ? ଦାଦି ପିଉସା, ମଉସା ମଧ୍ୟରେ ବୋଲାବୋଲି ହୋଇଗଲା । ସମସ୍ତେ କହୁଛନ୍ତି, “ମୁଁ ଥାଉଁ ଥାଉଁ ଏ ପିଲାଟିକୁ ପାଳିବାର ଆଉ କାହାର ଅଧିକାର?” ଏମାନଙ୍କ ଗୋଳମାଳ ଶୁଣି ସେ ଗାଁ ଲୋକେ ବି ଆସି ସେଠାରେ ରୁଣ୍ଡ ହୋଇଗଲେଣି । ଛୁଆଟା ସମସ୍ତଙ୍କର ମୁହଁକୁ ଚାହୁଁଛି – ସମସ୍ତେ ତ ଅଛନ୍ତି, ହେଲେ ତା ମା’ ବାପା କାହାନ୍ତି? ଠିକ୍ ଏତିକିବେଳେ ସେଠାରେ ପହଁଚିଗଲେ ବିରେଇର ମାମୁ ପୀତେଇ ପାତ୍ରେ । ଖୁବ୍ ଧଇଁସଇଁ ହୋଇ ସେ ଧାଇଁଛନ୍ତି । ଦୂରରୁ ସେ ଡାକିଦେଲେ, ‘ଛାଡ, ଛାଡ, ଅଲଗା ହୋଇଯାଅ, ଛେଉଣ୍ଡକୁ ପାଳେ ବା କିଏ? ପାଳେ ତ ବାପର ମା ଆଉ ପାଳେ ତ ମାଆର ମା । ମାଆର ମା ଆଈ ନାହିଁ ସତ, ହେଲେ ମାଈଁ ତ ଅଛି! ଯେଉଁ ପିଲାର କେହି ନାହିଁ, ତାକୁ ପାଳିବ ମାଈଁ । ତା ମାଈଁ ଆଜକୁ ତିନିଦିନ ହେଲା ଅନ୍ନଜଳ କିଛିବି ଛୁଇଁ ନାହିଁ । ପିଲାଟା ଲାଗି ସେ ଖାଲି ଡକା ପକାଇଛି । ଦୂତୀଅପା ଘଟକିବାବେଳେ ବାର ବାର ସେ କହିଯାଇଛି, ବିରେଇକୁ କେବଳ ତା ମାଈଁ ହିଁ ପାଳିବ । ଗୋଟାଏ କାମରେ ମୁଁ ଆଉ ଗୋଟାଏ ଗାଁକୁ ବାହାରି ଯାଇଥିଲି; ଏଣେ ଏତେ କଥା ହୋଇଗଲାଣି, ମୋତେ ତ ଏସବୁ କିଛି ବି ଜଣା ନାହିଁ । ନୋହିଲେ ସମସ୍ତଙ୍କୁ ମୁକାବିଲା କରାଇ ଦେଇଥାନ୍ତି । ପଂଚୁଆତି ବସିଲା, ସମସ୍ତେ ରଫା କରିଦେଲେ! ପିଲାକୁ ପାଳିବା ମାମୁର ଅଧିକାର । ଲୋକଙ୍କ ମୁହଁରୁ ଏହି କଥା ବାହାରିଛି କି ନାହିଁ, ମାମୁ ତ ଚିଲ ପରି ଝାମ୍ପମାରି ସେ ପିଲାଟିକୁ କାଖେଇ ତାଙ୍କ ଘରକୁ ଧାଇଁଲେ ।’ ବିରେଇ ତ ତା’ମାମୁକୁ ଆଗରୁ କେବେବି ଦେଖି ନାହିଁ । ନୂଆ ମଣିଷଟା କାହିଁକି ତାକୁ ଘେନିଯିବ ବୋଲି ବିରେଇ ‘ମା ଲୋ’ ‘ମା ଲୋ’ କରି ଆହୁରି ଡକା ପାରୁଥାଏ । ମାମୁ ବିରେଇକୁ ଘେନିଯାଇ ମାଈଁ ଗୁରୁବାରୀ ଜିମା କରିଦେଲେ । ତା’ପରେ ମାମୁଁ ତୁନି ତୁନି ଢେର୍ଗୁଡାଏ କି କଥା ମାଈଁକୁ କହିଲେ । ତହୁଁ ମାଈଁ ମୁରୁକି ମୁରୁକି ହସି ହସି କହିଲେ, “ଆରେ ବିରେଇ ଆ, ଚଣ୍ଡୀ ସଙ୍ଗରେ ଖେଳିବୁ ।” ତା’ପରେ ଖଣ୍ଡିଏ ପୋଡପିଠା, ଚିମୁଟାଏ ଭଳି ଚିଟା ଗୁଡ ବିରେଇ ହାତକୁ ମାଈଁ ବଢାଇ ଦେଲେ । ଏଣେ ସେ ବିରେଇ ତ ଢେର୍ ବେଳୁ କିଛି ବି ଖାଇ ନ ଥିଲା, ତେଣୁ ସେ ବଡ ଭୋକିଲା ଥିଲା, ସେତିକି ଖାଇଦେଇ ବିରେଇ ଗୁଡାଏ ପାଣି ପିଇଦେଲା ।
ବିରେଇ ବିଶାଳ
You may also like
ଗପ ସାରଣୀ
ଲୋକପ୍ରିୟ
ତାଲିକାଭୁକ୍ତ ଗପ
- ଝକମକି ବାକ୍ସ
- ଅସଲ କଥା
- ପତିବ୍ରତା
- କୁହୁକ ହାଣ୍ଡି
- ଡାହାଣୀ ଓ ସାହାସୀ ଭଉଣୀ
- ପାଣି ଓ ପ୍ରକୃତି
- ସୁନାକୁଣ୍ଡରେ ସ୍ନାନ
- ପାର୍ଥକ୍ୟ
- ଚଢେଇର ମନ୍ଦବୁଦ୍ଧି
- ବିଦ୍ୟା – ଦାନ
- ସୁଧଖୋର୍ ଓ ପିଶାଚ
- ସୁନାମାଛ କଥା
- ବିଚିତ୍ର ସ୍ୱପ୍ନ
- କୃପାଧନ୍ୟ ଭୂଷଣ୍ଡକାକ
- ଯେମିତି ପୂର୍ବେ ସେମିତି ପରେ
- ସିଂହ ଜାତକ
- ଥମ୍ବଲୀନା
- ଶାଶୁଙ୍କ ଆତ୍ମା
- ବିଜୟ ରହସ୍ୟ
- ମାରୁତି କବି
- ପ୍ରକୃତ ସନ୍ନ୍ୟାସୀ
- ଜାତକ
- ଅଯେୟ ଯୋଦ୍ଧା
- ଖରପୁତ ଜାତକ
- ବନବିଦ୍ୟାଳୟର କର୍ତ୍ତବ୍ୟନିଷ୍ଠ ଛାତ୍ରଗଣ
- ରାଜହଂସ
- ବଳୁଆ କିଏ, ଡରୁଆ କିଏ?
- ଠେକୁଆ ଏବଂ ଚୁଟିଆ ମୂଷା
- ସୁନାବୋହୂ
- ଚତୁର ପ୍ରଶ୍ନ
- ଖୋଳିଥିବା ଗର୍ତ୍ତରେ ନିଜେ
- ମୂଷା ମାନଙ୍କର ଉତ୍ପାତ
- ମା’ ସାନ୍ଧିଲିଙ୍କ କଥା
- କିଏ ଠକ?
- ରାକ୍ଷସର ଦାନ
- କନକ ଉପତ୍ୟକାର କାହାଣୀ
- ଧର୍ମ ଅଧର୍ମ
- ମିଠା କଥା କୁହା ଦୁଷ୍ଟ ମିତ୍ର
- ମୂଲ୍ୟବାନ ଶିକ୍ଷା!
- ଏ ବାକ୍ସ କାହାର?
- ସୃଷ୍ଟିର ଆନନ୍ଦ
- ରାଜାଙ୍କର କୋଷ୍ଠ ସାଫ୍
- କଥା କୁହା ଗୁମ୍ଫା
- କର୍ମକ୍ଷେତ୍ରରେ ଦୃଢତାହିଁ ସଫଳତା ଆଣିଦିଏ
- ହରିଣର ସୁନ୍ଦର ଶିଙ୍ଗ
- ମହାଭାରତ
- ବ୍ୟର୍ଥବର
- ଠେକୁଆ ଓ ମହୁଫେଣା
- ପିଶାଚୀ
- ପୁରସ୍କାର
- ପ୍ରାୟଶ୍ଚିତ
- ପ୍ରମାଣ
- ବୃକ୍ଷ ମହାତ୍ମା
- ରାଜବୈଦ୍ୟଙ୍କ ଚିକିତ୍ସା
- ଗୋଟିଏ ହାତରେ ତାଳି ବାଜେନା
- କୁହୁଡି ଆମ୍ବ ବଉଳ
- ନେଳି ଟୋପି
- ପକ୍ଷୀ ଏବଂ ମାଙ୍କଡ କଥା
- ବୁଢୀଟି କାନ୍ଦୁଥିଲା କାହିଁକି?
- ସାପ ଓ ନେଉଳ
- ବୀର ହନୁମାନ
- ବୁଦ୍ଧି ପରୀକ୍ଷା
- ବଲ୍ଲଭ ଓ ବନଦେବୀ
- ଦୃଷ୍ଟିକୋଣ
- ଅର୍ଥହୀନ ସ୍ୱାର୍ଥ
- ଗୀତା, ବନଲତା, ନନ୍ଦିତା ଓ ପୁଷ୍ପାକୁମାରୀ କାହାଣୀ
- ଯାଦୁ ସିଢି
- ଦର୍ପଣବାଲା ରୂପମ୍
- ପ୍ରହ୍ଲାଦଙ୍କ ଭକ୍ତି ପରୀକ୍ଷା
- ଯୋଗ୍ୟତା ଓ ଯଶ
- ଦେବାନଙ୍କ ଶିକ୍ଷା
- ବକ ଜାତକ
- କର୍ତବ୍ୟପାଳନ ସମୟଠାରୁ ବି ବଡ
- ମଣିଷର ବୁଦ୍ଧି ରାକ୍ଷାସର ବଳ
- ଦୂରଦ୍ରଷ୍ଟା ବଣିକ
- ପ୍ରସନ୍ନତା
- ବିରବଲଙ୍କ ଚତୁରତା
- କମଳାପ୍ରସାଦ ଗୋରାପ
- ଅନ୍ତିମ ଇଚ୍ଛା
- ମାଛଖିଆ ଭୂତ
- ରାଜାଙ୍କ ନ୍ୟାୟ ବିଚାର
- ନ୍ୟାୟ ନିର୍ଣ୍ଣୟ
- ମହା ପଣ୍ଡିତ
- ଡାକିନୀ ଝିଅ
- କୁଶଳ ବୁଦ୍ଧି
- ସିଂହର ଅସୁସ୍ଥତା
- ସର୍ପ – ମନ୍ତ୍ର
- ଭୁବନସୁନ୍ଦରୀ
- ହୃଦୟ ପରିବର୍ତ୍ତନ
- କରଜ ଅସୁଲ
- ବିଶ୍ୱାସଘାତକ ପିଜାରୋ
- କୁଆ ଗଣତି
- ଉପକାରୀ ଇଗଲ୍
- ଜାମାତା ନିର୍ବାଚନ
- ବିଦ୍ୟା ଅଟଇ ମହାଧନ
- ଜୀବେ ଦୟା
- ଅଳିଆ
- ଓଟର ନାଚ
- ଜ୍ଞାନ ଓ ଭାଷଣ
- ତତ୍କଳ ଜାତକ
- ମୁଁ ଜଣେ ରାଜଭକ୍ତ
- ଅତିଲୋଭର ପରିଣାମ
- ଗରିବର ଭଗବାନ
- ମାଆ ତୁ ସାହା
- ରାଜାଙ୍କ ମନର ତିନୋଟି ପ୍ରଶ୍ନ
- କାକୁଡି କାବ୍ୟ
- ଦୁଃସାହସର ଫଳ
- ବିଦ୍ୟା ଠାରୁ ବୁଦ୍ଧି ବଡ଼
- ବିଚିତ୍ର ଏ ଦୁନିଆ
- କବିର ପରୀକ୍ଷା
- ପକ୍ଷ ଅପସରା
- ତାଳଗଛ ମୂଳେ!
- ଗୋପାଳର ଘର ଦେଖିବା
- ପରଶ ପଥର
- ବିଗୁଲ୍
- ଚାରିଗୁରୁ
- ରାଜପଦର ମହତ୍ୱ
- କାହାର ମନ୍ଦ କଥା କାହା ଆଗରେ କହନାହିଁ
- ଋଷି ଓ ମୂଷା କନିଆଁ କଥା
- ସମାଲୋଚନା ସଫଳତା ଆଣିଦିଏ
- ଆରୋଗ୍ୟ – ରହସ୍ୟ
- ଅସଲ ଆତସବାଜି
- ବୀର ଦାସ
- ଦୁଃଶ୍ଚରିତ୍ରା ନାରୀ
- ମାତୃ – ଋଣ
- ହଂସ ଓ ଡିମ୍ବକ
- ପୃଥିବୀର ସବୁଠୁ ଗରିବ ରାଷ୍ଟ୍ରପତି
- ଧୂଳିଆବାବା
- ମଶାଙ୍କ ଦାଉ
- ପ୍ରଭାବତୀ କଥା
- ସମ୍ରାଟ ଅଶୋକ
- ରୂପଧରଙ୍କ ଯାତ୍ରା
- ଚନ୍ଦରା ଚନ୍ଦିରୀ ଫାର୍ସ
- ପରୀସୁନ୍ଦରୀ, ବୋକାଙ୍କୁ କରିଲେ ବୁଦ୍ଧିଆ
- ଦିବ୍ୟଗୁଣ
- ଈଶ୍ୱର ଏକ
- ସହଯୋଗରେ ସବୁ କାମ ଚାଲେ
- ଶାଶ୍ୱତର ଆକର୍ଷଣ
- ଧାନ କ୍ଷେତ
- ବ୍ରାହ୍ମଣ ପତ୍ନୀ ଏବଂ ନେଉଳ କଥା
- ସ୍ତ୍ରୀ ପ୍ରେମୀ ଅରଫିଅସ
- କାନ୍ଦୁରୀ ରିଙ୍କି
- ମହାଭାରତ
- କାର୍ଯ୍ୟକୁଶଳତା
- କୁକୁରର ଲାଞ୍ଜ
- ଅଂଶୁଘାତ ବୁଢା ଭିକାରି
- କନକ ସୁନ୍ଦରୀ
- ଭାଗ୍ୟ
- ବିଶ୍ୱାସ ଘାତକ ବନ୍ଧୁ
- ଟଙ୍କା ଥଳୀଟି କାହାର?
- ରାଜା ଓ କଳାକାର
- ରାଜାଙ୍କ ଦାନ
- ସତୀ ସଉତୁଣୀ ମନ୍ଦିର କଥା
- ଭୁଲାପଣ
- ଦୁଇ ମୂର୍ଖ ବ୍ୟବସାୟୀ
- ଉଦାରତା
- କାହାର ଦୋଷ?
- ଦୁଇ ଜଣଙ୍କ ବିବାଦରେ, ତୃତୀୟର ଲାଭ
- ଅସନ୍ତୋଷର ରହସ୍ୟ
- ହରିଣ ଓ ଅଙ୍ଗୁର ଲତା
- ହିତୋପଦେଶ
- ମୃତ୍ୟୁକୁ କେହି ଦେଖିପାରନ୍ତି ନାହିଁ କାହିଁକି?
- ନମ୍ରତା ଶ୍ରେଷ୍ଠ ଭୂଷଣ
- ପିତୃଭକ୍ତି
- ତିନୋଟି ମାଛର କାହାଣୀ
- ସଭାମଂଚରେ ବସି ଅତିଥି ପିଲାଙ୍କୁ ଅପେକ୍ଷା କଲେ
- ଶଶ ଜାତକ
- ଗୁରୁତ୍ୱପୂର୍ଣ୍ଣ କଥା
- ହାତୀ ଏବଂ ଘରଚଟିଆ କଥା
- ଦସ୍ୟୁ ରାଜକୁମାର
- ହାତୀମୁଣ୍ଡ ଧାରୀ ମନୁଷ୍ୟ ପୂଜା
- ବିଦୁଷକ ବୃହଲୁଲ୍
- ଅପୂର୍ବଙ୍କ ପରାକ୍ରମ
- ଦାରୁ ଓ ଦିଅଁ
- କନକ ଉପତ୍ୟକାର କାହାଣୀ
- ଭାଗ୍ୟର ଖେଳ
- ସେମାନେ ବି ଥିଲେ ସହଯାତ୍ରୀ
- ରୋଗୀକୁ ଭଲ ପାଅ ରୋଗକୁ ନୁହେଁ
- ମାନବ ସେବାହିଁ ଶ୍ରେଷ୍ଠ ଧର୍ମ
- ଚଢେଇ ଓ ତାର ପର
- ଅଦ୍ଭୁତ ମଣିଚୁଳ କଥା
- ବନଲତା କୁମାରୀ ଚରିତ
- ସାଧୁଙ୍କ ଯାଦୁ
- କୃପଣ ବଣିକ
- ଯେସାକୁ ତେସା
- କୃତଘ୍ନର ଶାସ୍ତି
- ଗର୍ବ କଲେ ଖର୍ବ ହୁଏ
- ଖାଲ ଖୋଳିବା ଲୋକଙ୍କ କୁଅଁ
- ବିଫଳ କୌଶଳ
- ଜଣେ ନିର୍ବୋଧ ନ ହେଲେ ସାହସୀ ହୋଇପାରିବ ନାହିଁ
- ଯେସାକୁ ତେସା
- ଇଚ୍ଛା ପୁର୍ତି
- ସତ ଲୁଚେନା
- ତୋ ବାବା ମୁଁ
- କୃଷ୍ଣାବତାର
- ଚମତ୍କାର ହିସାବ!
- ବିଚିତ୍ର ପୁଷ୍ପ
- ବୀର ହନୁମାନ
- ଅବ୍ଦୁଲ୍ଲାର ଚାଲାକି
- ପଦ୍ମାବତୀ କଥା