ଗୋଟିଏ ଜଂଗଲରେ ମହାଚତୁରକ ନାମକ ଏକ ବିଲୁଆ ବାସ କରୁଥାଏ । ଥରେ ଜଂଗଲରେ ବୁଲୁଥିବା ସମୟରେ ଏକ ହାତୀକୁ ମରି ପଡିଥିବାର ଦେଖିଲା । ମଲା ହାତୀକୁ ଦେଖି ସେ ପ୍ରଥମେ ତାର ଚାରି ପାଖରେ କିଛି ସମୟ ପାଇଁ ବୁଲିଲା । ମଲା ହାତୀଟିର ମାଂସ ଖାଇବାକୁ ତା’ର ଲୋଭ ହେଲା । କିନ୍ତୁ ସେ ହାତୀର ଟାଣ ଚମଡାକୁ ଫିଟାଇ ପାରିଲା ନାହିଁ । ଏହି ସମୟରେ ଏକ ସିଂହ ସେଠାରେ ଆସି ପହଁଚିଲା । ସିଂହକୁ ଦେଖି ନମସ୍କାର କରି କହିଲା, ‘ପ୍ରଭୁ’ ଆପଣ ଏ ଜଂଗଲର ମହାରାଜ । ମୁଁ ତ’ ଛାର ସେବକଟିଏ ମାତ୍ର । ଆପଣଙ୍କ ଭୋଜନ ନିମନ୍ତେ ମୁଁ ଏଠାରେ ଏହି ମହାହାତୀଟିକୁ ଜଗି ବସିଛି । ଆପଣତ ବର୍ତ୍ତମାନ ଏଠାକୁ ଆସି ଗଲେଣି । ତେଣୁ ପ୍ରଥମେ ଆପଣ ଏହାକୁ ଭୋଜନ କରନ୍ତୁ ।
ବିଲୁଆର ପ୍ରଭୁ ଭକ୍ତିରେ ସିଂହ ମହାରାଜ ଖୁସି ହୋଇ ତାକୁ କହିଲେ, ‘ବତ୍ସ! ମୁଁ ଅନ୍ୟଦ୍ୱାରା ଶିକାର କରାଯାଇଥିବା ଜୀବକୁ ଭକ୍ଷଣ କରେ ନାହିଁ । ତେଣୁ ତୁମେ ଏହାକୁ ଭୋଜନ ରୂପେ ବ୍ୟବହାର କରିପାର । ସିଂହର ଏତାଦୃଶ କଥାଶୁଣି ଚତୁର ବିଲୁଆ କହିଲା, ‘ମହାରାଜ’, ମୁଁ ଆପଣଙ୍କ ନିକଟରେ ଧନ୍ୟ । ପ୍ରକୃତରେ ଆପଣ ରାଜାର ସ୍ୱଭାବକୁ ବାଦ୍ ଦେଇ ନାହାନ୍ତି । ବିଲୁଆର କଥା ଶୁଣି ସିଂହଟି ମନେ ମନେ କୃତ୍ୟ କୃତ୍ୟ ହୋଇ କିଛି ସମୟପରେ ଚାଲିଗଲା । ସିଂହ ଚାଲିଯିବା ପରେ ବିଲୁଆଟି ଶାନ୍ତିରେ ନିଶ୍ୱାସ ମାରିଲା । କିନ୍ତୁ କିଛି ସମୟପରେ ସେଠାରେ ଏକ ବାଘ ଆସି ପହଁଚିଲା । ବାଘକୁ କିପରି ସେ ସେଠାରେ ଘଉଡାଇବ ସେ ବିଷୟରେ ଚିନ୍ତା କରିବାକୁ ଲାଗିଲା ।