ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଳମ୍ବିତ ବୁଦ୍ଧି!

ଠିକ୍ ଏଇ ସମୟରେ ଜଣେ ଘୋଡ୍ସବାର ସେଇ ବାଟ ଦେଇ ଯାଉଥିଲା । ରସୁଲ୍ ତାକୁ ଅଟକାଇ ପଚାରିଲା, “ଭାଇ, କୁଆଡେ ଯାଉଛ?”

ଘୋଡ୍ସବାର କହିଲା, “ଏଇ ଯେଉଁ ଗାଁଟି ଦୂରରେ ଦେଖୁଛ ସେଇ ଗାଁ ଦେଇ ମୁଁ ସହରକୁ ଯାଉଛି । ମୁଁ ସେଠି ଚାକିରୀ କରେ ।”

“ଆଚ୍ଛା ତେବେ ତ ଭଲ ହେଲା । ଭାଇ, ଯଦି ଦୟାକରି ଏଇ ପୁଟୁଳାଟିକୁ ନେଇଯା’ନ୍ତ ଓ ସେଇ ଗାଁର ଅତିଥିଶାଳାର ମାଲିକଙ୍କ ହାତରେ ଦେଇଯା’ନ୍ତ, ତେବେ ସଂନ୍ଧ୍ୟାବେଳେ ମୁଁ ସେଠି ପହଁଚି ମୋ ପୁଟୁଳା ନେଇଯା’ନ୍ତି । ସେ ବ୍ୟକ୍ତି ମୋର ବନ୍ଧୁବାନ୍ଧବ ହେବେ । ମୁଁ ଏ ପୁଟୁଳା ବୋହି କରି ଆଉ ଚାଲିପାରୁ ନାହିଁ । ଏତକ ସାହାଯ୍ୟ କଲେ ମୁଁ ତୁମ ପାଖରେ ଚିର କୃତଜ୍ଞ ରହିବି ।”

ରସୁଲ୍ର କଥା ଶୁଣି ସେ ଘୋଡ୍ସବାର ହସି ଉଠି କହିଲା, “ଦେଖ ବନ୍ଧୁ, ପୁଟୁଳାଟି ତୁମପାଇଁ ବହନ କରିବା କଷ୍ଟ ହେଲେ ମୋ ଘୋଡା ପାଇଁ ମଧ୍ୟ କଷ୍ଟ ହେବ । ତେଣୁ ମୁଁ ନେଇ ପାରିବି ନାହିଁ । ମୋତେ ଭୁଲ୍ ବୁଝିବ ନାହିଁ ।” ଏତିକି କହି ସେ ଚାଲିଗଲା ।

ରସୁଲ୍ ବିଚାରା ନିରାଶ ହୋଇ ଭାବିଲା, “ଓଃ କି ଆଶ୍ଚର୍ଯ୍ୟ ମଣିଷ, ଅନ୍ୟର ଟିକିଏ ସାହାଯ୍ୟ କରିବାକୁ ମଧ୍ୟ ନାରାଜ୍ ।”

କିଛି ସମୟ ପରେ ଦେଖାଗଲା ଘୋଡ୍ସବାରଟି ପଛକୁ ଫେରୁଛି । ଇତିମଧ୍ୟରେ ସେ ଭାବୁଥିଲା, “ହାୟ ମୁଁ କେଡେ ମୂର୍ଖ, ତା’ ପୁଟୁଳା ଭିତରେ ଯଦି ମୂଲ୍ୟବାନ କିଛି ଥା’ନ୍ତା ତ ମୁଁ ତାକୁ ନେଇ ସିଧା ସହରକୁ ଚାଲି ଯାଇଥାନ୍ତି ଓ ବିନା ପରିଶ୍ରମରେ ବହୁତ ଧନର ମାଲିକ ହୋଇଥା’ନ୍ତି । ବରଂ ଯାଏ ଆଉଥରେ ଚେଷ୍ଟା କରେ ।” ଏଣେ କ’ଣ ହୋଇଛି ନା, ରସୁଲ୍ ତା’ ମନକୁ ମନ ଭାବିଲା, “ଦଶବର୍ଷର ଏତେ ପରିଶ୍ରମର ଫଳ ମୁଁ କିପରି ମୂର୍ଖଙ୍କ ପରି ଜଣେ ଅଜଣା ଲୋକ ହାତରେ ଟେକି ଦେଉଥିଲି? ମୁଁ ଅତ୍ୟନ୍ତ ମୂର୍ଖ । ଏବେ ତ ମୋର ଦଶବର୍ଷର ସଂଚିତ ସାରା ଧନ ମୋ ହାତରୁ ଯାଉ ଯାଉ ବଂଚିଗଲା!” ଏଇ ସବୁ କଥା ଭାବୁ ଭାବୁ ସେ ଖୁବ୍ ଖୁସି ହୋଇ ଆଲ୍ଲାଙ୍କୁ ଧନ୍ୟବାଦ ଦେଲା ।

ଘୋଡ୍ସବାର୍ ଫେରି କହିଲା, “ଭାଇ, ଏବେ ମୁଁ ଭାବୁଛି ତୁମକୁ ସାହାଯ୍ୟ କରିବା ମୋର ପରମ ଧର୍ମ । ତେଣୁ ମୁଁ ଫେରି ଆସିଲି । ଏବେ ତୁମର ସେ ପୁଟୁଳିଟି ଦିଅ ।”

ରସୁଲ୍ କହିଲା “ଧନ୍ୟବାଦ! କିନ୍ତୁ ଥାଉ । ତୁମ ଘୋଡାକୁ ବାସ୍ତବିକ ମୁଁ କାହିଁକି ଆଉ କଷ୍ଟ ଦେବି? ଥାଉ ।”

ଘୋଡ୍ସବାର୍ କହିଲା “ନାହିଁ ମ, ମୋ ଘୋଡା ତ ଏବେ ପର୍ବତ ବି ନେଇ ଯାଇ ପାରିବ । ଦିଅ, ଦିଅ ।”

ରସୁଲ୍ ହସି ହସି କହିଲା, “ଏବେ ମୁଁ ଭାବୁଛି ପୁଟୁଳିଟି ନିଜେ ବୋହିବାରେ ବହୁତ ଆନନ୍ଦ ଅଛି । ତା’ଛଡା ଆଲ୍ଲାଙ୍କ ଦୟାରୁ ମୋର ମୂର୍ଖତା କଟି ଯାଇଛି । ଏବେ ତମେ ଏଠୁ ଯାଇପାର । ଧନ୍ୟବାଦ ।” ସେତେବେଳକୁ ଘୋଡ୍ସବାର୍ ନିରାଶ ହୋଇ ଘୋଡାକୁ ନିଜ ବିପରୀତ ଦିଗରେ ଫେରାଇଲାଣି । ଦୁହେଁ ଦୁହିଁଙ୍କ ମନକଥା ବେଶ ବୁଝିପାରିଥିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ