ଏକଦା ବହୁ ଦିନ ଧରି ବିକ୍ରମକେତୁଙ୍କ ରାଜ୍ୟରେ ବର୍ଷା ହେଲା ନାହିଁ । ଫଳରେ ମରୁଡି ପରିସ୍ଥିତି ସୃଷ୍ଟି ହେଲା । ରାଜା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କଲେ । ପରିସ୍ଥିତିର ଗମ୍ଭୀରତା ହ୍ରାସ କରିବା ପାଇଁ ଯଥାସମ୍ଭବ ଉଦ୍ୟମ ମଧ୍ୟ କଲେ ।
ଏହି ଦୁର୍ବିପାକର ସମାଧାନ ପାଇଁ ସେ କିଛି କ୍ଷୁଦ୍ରମିଆଦି ଯୋଜନା ଆରମ୍ଭ କଲେ ।
ରାଜକୋଷରୁ ଅର୍ଥର ସ୍ରୋତ ଛୁଟିଲା । ବର୍ତ୍ତମାନ ଏହା ରାଜ୍ୟ ପାଇଁ ନୂତନ ସମସ୍ୟାର କାରଣ ହେଲା । ରାଜ୍ୟର ସୀମାରେ ବନ୍ୟଜନ୍ତୁମାନେ ମୁକ୍ତ ଭାବରେ ବିଚରଣ କରୁଥିଲେ । ଜଂଗଲ ନିକଟରେ ବାସ କରୁଥିବା ଲୋକେ ଜଂଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିଲେ । ସେମାନଙ୍କର ଜୀବିକା ଥିଲା ଜଂଗଲଜାତ ଦ୍ରବ୍ୟ ଆହରଣ । ବନ୍ୟଜନ୍ତୁମାନଙ୍କ ଯୋଗୁଁ ସେମାନଙ୍କର ଜୀବନ ବିପନ୍ନ ହେଲା ।
ଲୋକେ ରାଜାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରାର୍ଥନା କଲେ ।
ରାଜକୋଷରୁ ଅର୍ଥ ସରି ସରି ଆସୁଥିଲା । ତେଣୁ ରାଜା ଖର୍ଚ୍ଚ କାଟ୍ କରିବା ପାଇଁ ନିଜେ ଏହି ସମସ୍ୟାର ସମାଧାନ ଦାୟିତ୍ୱ ନେଲେ । ସେ ମନ୍ତ୍ରୀଙ୍କ ସହିତ ପରାମର୍ଶ କଲେ ।
ରାଜା ବ୍ୟକ୍ତିଗତ ଭାବରେ ଏହି ସମସ୍ୟାର ସମାଧାନ କରିବେ ଏ କଥା ଶୁଣି ମନ୍ତ୍ରୀ ଅସନ୍ତୋଷ ବ୍ୟକ୍ତ କଲେ । ସେ ବାରଣ ମଧ୍ୟ କଲେ ।
“ଜଣେ ଶାସକ ଯେ କି ଲୋକମାନଙ୍କର ଅସୁବିଧା ସମୟରେ ସେମାନଙ୍କୁ ସହାୟତା କରିପାରେ ନାହିଁ ସେ ଜଣେ ନିଷ୍ଠୁର ବର୍ବର ଶାସକ ହିଁ ହୋଇପାରେ । ଏପରି ଶାସକ ମରିଯିବା ଭଲ । ବଂଚି ରହି କୌଣସି ଲାଭ ନାହିଁ । ଜଣେ ଭଲ ଶାସକ ଭାବରେ ମୋର ପ୍ରଜାମାନଙ୍କର ଜୀବନ ରକ୍ଷା କରିବା ହେଉଛି ମୋର ପ୍ରଥମ ଦାୟିତ୍ୱ ।” ରାଜା ବିକ୍ରମକେତୁ ଏହା କହିଲେ ଏବଂ ଶିକାରରେ ଯିବା ପାଇଁ ପ୍ରସ୍ତୁତ ହେଲେ ।
ଏଣେ ମନ୍ତ୍ରୀ ମଧ୍ୟ ତାଙ୍କୁ ଅନୁସରଣ କଲେ ।