ସେମାନେ କିଛି ସମୟ ଧରି ଜଂଗଲରେ ବିଚରଣ କଲେ । ତା’ପରେ ଦେଖିଲେ ଗୋଟିଏ ବାଘ ବୁଦା ଉହାଡରେ ଲୁଚିଗଲା । ରାଜା ବିକ୍ରମକେତୁ ତୁରନ୍ତ ତୀର ମାରି ବାଘଟିକୁ ମାରିଦେଲେ ।
ବାଘଟି ଗର୍ଜ୍ଜନ ମଧ୍ୟ କଲା ନାହିଁ । ତୀର ମାରିବା ମାତ୍ରେ ସେ ତଳେ ପଡିଗଲା । ଆଶ୍ଚର୍ଯ୍ୟ ହୋଇ ସେମାନେ ପାଖକୁ ଯାଇ ଏହା କଣ ଦେଖିଲେ । ସେମାନେ ଦେଖିଲେ ଯେ ଏହା ଏକ ମୂର୍ତ୍ତି । ଆଉ ଟିକେ ଆଗକୁ ଯାଇ ଦେଖିଲେ ଗୋଟିଏ ସିଂହ ହରିଣ ଛୁଆକୁ ପାଟିରେ ଧରି ଛିଡା ହୋଇଛି । ରାଜା ଏବଂ ମନ୍ତ୍ରୀଙ୍କର ଘୋଡା ଏହି ଦୃଶ୍ୟ ଦେଖି ଭୀଷଣ ଛାନିଆ ହୋଇପଡିଲେ ଏବଂ ଏଣେତେଣେ ଧାଇଁଲେ । ବିକ୍ରମକେତୁ ଆତ୍ମରକ୍ଷା କରିବା ପାଇଁ ସିଂହକୁ ଲକ୍ଷ୍ୟ କରି ତୀର ଛାଡିଲେ ।
ମନ୍ତ୍ରୀ କହିଲେ “ମଣିମା, ଏହା ମଧ୍ୟ ଏକ ମୂର୍ତ୍ତି ।” ତା’ପରେ ସେମାନେ ଚାଲି ଚାଲି ଯାଇ ଜଂଗଲ ଭିତରେ ଦେଖିଲେ ସେଠାରେ ମଧ୍ୟ ଅନେକ ବନ୍ୟଜନ୍ତୁଙ୍କର ପ୍ରତିକୃତି, ଯାହାକି ଜୀବନ୍ତ ମନେ ହେଉଥିଲା ।
ରାଜା ଭାବିଲେ ଯେ ଏହା ବୋଧହୁଏ ପଡୋଶୀ ରାଜ୍ୟର ଏକ କୌଶଳ । ସେ ଏହା ଦ୍ୱାରା ଆମ ରାଜ୍ୟବାସୀଙ୍କୁ ଡରାଇବାକୁ ଚାହୁଁଛନ୍ତି । ସେମାନେ ଆହୁରି ଆଗକୁ ଗଲେ ଦେଖିଲେ ଯେ ସେଠାରେ ଜଣେ ବ୍ୟକ୍ତି ଏହିପରି ଭାସ୍କର୍ଯ୍ୟରେ ରଂଗ ଦେଉଛନ୍ତି । ମନ୍ତ୍ରୀ ଅନୁଭବ କଲେ ଯେ ଏ ହେଉଛନ୍ତି ସେହି ବ୍ୟକ୍ତି । ତେଣୁ ମନ୍ତ୍ରୀ ଆଦେଶ ଦେବା ପରି ସେ ବ୍ୟକ୍ତିଙ୍କୁ ପଚାରିଲେ, “ତୁମେ କିଏ?” ଏହା ଶୁଣି ଭାସ୍କର୍ଯ୍ୟରେ ରଂଗ ଦେଉଥିବା ଲୋକଟି ଠିଆ ହୋଇପଡିଲା ।
ଲୋକଟି ଉତ୍ତର ଦେଲା “ମୁଁ ଆପଣଙ୍କ ରାଜ୍ୟର ଜଣେ ଚିତ୍ରକର । ମୋର ପେସା ହେଉଛି ଭାସ୍କର୍ଯ୍ୟ ପ୍ରସ୍ତୁତ କରିବା ଏବଂ ସେଥିରେ ରଂଗ ଦେବା ।”
ମନ୍ତ୍ରୀ ରାଗିଯାଇ ପଚାରିଲେ “ତୁମେ କଣ ଏସବୁ କରିବା ପାଇଁ ଶତ୍ରୁ ରାଜ୍ୟ ସହିତ ସାମିଲ ହୋଇଛ କି?”
“ମୁଁ ମୋ ମାତୃଭୂମି ପାଇଁ ଭଲ ପାଇବା କାରଣରୁ ଏହା କରୁଛି । ଏଥିରେ କୌଣସି ଶତ୍ରୁଙ୍କର ହାତ ନାହିଁ । ମୁଁ ମୋର ଚିତ୍ରକଳା ଦ୍ୱାରା ଆମ ଦେଶର ସମ୍ମାନ ବୃଦ୍ଧି କରିଛି ।”ଏହି କଥା ସେ ଶିଳ୍ପୀ ଜଣକ ଅତ୍ୟନ୍ତ ଗର୍ବ ପ୍ରକାଶ କରି କହିଲେ ।
ତା’ପରେ ରାଜା ବିକ୍ରମକେତୁ ତାଙ୍କୁ ପଚାରିଲେ, “ପଶୁମାନଙ୍କର ଅବିକଳ ପ୍ରତିକୃତି ପ୍ରସ୍ତୁତ କରିବା ପାଇଁ ମୁଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି । କିନ୍ତୁ ଏହା ଦ୍ୱାରା ଆପଣ ମୋ ରାଜ୍ୟର କ୍ଷତି କରୁଛନ୍ତି । ଲୋକେ ଏହି ପ୍ରତିକୃତିଗୁଡିକୁ ସତ ଜୀବଜନ୍ତୁ ଭାବି ଭୟଭୀତ ହୋଇ ପଡୁଛନ୍ତି । ତଥା ସେମାନେ ଜଂଗଲକୁ ଆସିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଏହା ଏକ ଅପରାଧ ନୁହେଁ କି? ଲୋକଙ୍କୁ ଡରାଇବା କଣ ଭଲ?”
ତହୁଁ ସେ ଶିଳ୍ପୀ ଉତ୍ତର ଦେଲେ “ହଁ, ମଣିମା! ମୁଁ ଲୋକମାନଙ୍କୁ ଭୟଭୀତ କରିବା ପାଇଁ ହି ଏହି ଭାସ୍କର୍ଯ୍ୟକୁ ପ୍ରସ୍ତୁତ କରିଛି ।”
ତା’ପରେ ମନ୍ତ୍ରୀ ରାଗିଯାଇ ପ୍ରଶ୍ନ କଲେ “ତୁମର ଏତେ ସାହସ? ଏହା ଦ୍ୱାରା ତୁମେ କଣ ହାସଲ କରିବାକୁ ଚାହୁଁଛ?”
ଶିଳ୍ପୀ କହିଲେ “ଦୟାକରି ଶାନ୍ତ ହୁଅନ୍ତୁ!”