ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଶ୍ୱର ମଙ୍ଗଳ

ତା’ପରେ ଯାଇ ସେ କହିଲେ “ମୁଁ ହୃଦୟଙ୍ଗମ କରିଛି ଯେ ଆମ ଦେଶରେ ଜଂଗଲ ହ୍ରାସ ପାଉଥିବାରୁ ଭଲ ବର୍ଷା ହେଉ ନାହିଁ । ଦିନ ଥିଲା ଏଠାରେ ବହୁ ସଂଖ୍ୟକ ବନ୍ୟଜନ୍ତୁ ବାସ କରୁଥିଲେ । ଲୋକେ ଜଂଗଲ କାଟିବାକୁ ସାହସ କରୁ ନଥିଲେ । ଯଦି ଆମେ ଜଂଗଲ ଧ୍ୱଂସ ପାଇବାରୁ ରକ୍ଷା କରିବା ନାହିଁ ତେବେ ଆମେ ନିଜେ ହାତରେ ପ୍ରକୃତିକୁ ଧ୍ୱଂସ କରିବା । ମୁଁ ଜଂଗଲ ରକ୍ଷା କରିବା ପାଇଁ ଏହି ଉଦ୍ୟମ ଆରମ୍ଭ କରିଛି । ଲୋକେ ଅନୁଭବ କରୁଛନ୍ତି ଯେ ଜଂଗଲରେ ଜୀବଜନ୍ତୁ ଅଛନ୍ତି ତେଣୁ ସେମାନେ ଜଂଗଲକୁ ଆସିବାକୁ ଭୟ କରୁଛନ୍ତି । ଗଛ କାଟିବା କମିଯାଇଛି । ମୋର ଆଶା ଲୋକେ ଏହି ପଥ ଦେଇ ଯିବା ଆସିବା ବନ୍ଦ କରିବା ପରେ ଜଂଗଲର ବୃଦ୍ଧି ଘଟିବ । ବୃକ୍ଷଲତାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ।”

ରାଜା ବିକ୍ରମକେତୁ ଭବିଷ୍ୟତ ପିଢିର ମଂଗଳ ପାଇଁ ଚିନ୍ତିତ ଶିଳ୍ପୀକୁ ପ୍ରଶଂସା କଲେ ଏବଂ ତାଙ୍କୁ ଉତ୍ସାହିତ କରିବା ପାଇଁ କହିଲେ, “ଦୟାକରି ମୋତେ କହନ୍ତୁ ମୁଁ ଆପଣଙ୍କ ପାଇଁ କଣ କରିପାରିବି?”

ରାଜାଦେଶ ପାଇ ଶିଳ୍ପୀ କହିଲେ  “ଦୟାକରି ମୋର ଗୋଟିଏ ଇଛା ପୂରଣ କରନ୍ତୁ, ଏହି ଗୁପ୍ତ କଥା ସାଧାରଣରେ ପ୍ରକାଶ କରିବେ ନାହିଁ? ଏହା ମୋ ଭିତରେ ଓ ଆପଣଙ୍କ ମଧ୍ୟରେ ସୀମିତ ରହିବ ।”

“ମୋର ଦୃଢ ବିଶ୍ୱାସ ଆଜିର ଆପଣଙ୍କର ଉଦ୍ୟମ ଫଳରେ ଭବିଷ୍ୟତରେ ଆମେ ଭଲ ବର୍ଷା ପାଇବୁ । ଆଗାମୀ ପିଢି ଆପଣଙ୍କ ପାଇଁ ଗର୍ବ କରିବ ।” ରାଜା ବିକ୍ରମକେତୁ ଏହା କହି ଆନନ୍ଦରେ ଶିଳ୍ପୀଙ୍କୁ କୁଣ୍ଢାଇ ପକାଇଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ