ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଶ୍ୱସ୍ତ ଭୃତ୍ୟ

ରାମଚନ୍ଦ୍ର ଜଣେ ବଡ ଚାଷୀ ଥିଲେ । ତାଙ୍କର ଗୋରୁଗାଈ ଚରାଇବାକୁ ଜଣେ ଲୋକ ଦରକାର ହେଲା । ଏହି ଖବର ଶୁଣି ଜଣେ ଯୁବକ ତାଙ୍କ ପାଖକୁ ଆସି କାମ ବିଷୟରେ ପଚାରିଲା ।

                ରାମଚନ୍ଦ୍ର କହିଲେ “ତୁମେ ଯଦି ବିଶ୍ୱାସୀ ହେବ ଓ ଭଲ ପରିଶ୍ରମ କରିବ, ତେବେ ମୁଁ ତୁମକୁ ରଖିନେବି; କାରଣ ତୁମ ଆଗରୁ ଥିବା ପିଲାଟି ମୋ ସହିତ ସେ ବଡ ବିଶ୍ୱାସଘାତକତା କଲା । ବାଛୁରୀଟିଏ ବାହାରେ ବିକିଦେଇ ସେ କହିଲା ତାକୁ କୁଆଡେ ବାଘ ଖାଇଗଲା । କିନ୍ତୁ ଏ ଜଙ୍ଗଲରେ ତ ବାଘ ଆଦୌ ନାହିଁ । ଏଭଳି ପରିସ୍ଥିତିରେ ମୁଁ ତା’ କଥା କିପରି ବା ବିଶ୍ୱାସ କରନ୍ତି?”

                ସେ ଯୁବକଟି କହିଲା “ମହାଶୟ, ମୁଁ ସେପରି ପିଲା ଆଦୌ ନୁହେଁ, ମୋର ନାମ ସତ୍ୟବାନ୍ । ମୁଁ ସର୍ବଦା ସତ୍ୟପଥରେ ଥାଏ ।” ତାହାର ଏପ୍ରକାର ଉତ୍ତର ଶୁଣି ରାମଚନ୍ଦ୍ର ମନେ ମନେ ହସିଲେ ଓ କହିଲେ, “ସକାଳୁ ମୁଁ ଗାଈଗୋରୁମାନଙ୍କୁ ନେଇ ବଣ ପାଖରେ ଛାଡି ଆସିଛି । ତୁମେ ଯାଇ ସେମାନଙ୍କୁ ଘରକୁ ଫେରାଇ ଆଣ । ତା’ପରେ ଯାଇ ମୁଁ ଚିନ୍ତା କରିବି ତୁମକୁ ମୁଁ କାମ ଦେବି କି ନାହିଁ ।”

                ସତ୍ୟବାନ ଜଙ୍ଗଲକୁ ଗଲା ଓ ସଂଧ୍ୟା ପୂର୍ବରୁ ଘରକୁ ଫେରି ଆସି କହିଲା, “ମହାଶୟ, ସବୁ ଗୋରୁଙ୍କୁ ମୁଁ ଠିକ୍ ଭାବେ ଅଡେଇ ଆଣିଛି । କିନ୍ତୁ କାଳିଆ ଗୋରୁଟା ମୋତେ ବହୁତ ହଇରାଣ କଲା । ସେ ମୋଟେ ଗୋରୁପଲଙ୍କ ସଙ୍ଗରେ ଆସିବାକୁ ମଙ୍ଗୁନାହିଁ । ଯାହା ହେଉ ପଛେ ବଡ କଷ୍ଟରେ ମୁଁ ତାକୁ ଅଡେଇ ଆଣିଲି ।”

                ରାମଚନ୍ଦ୍ରଙ୍କ ଗୋରୁପଲରେ ତ କେହି ବି କାଳିଗାଈ ନଥିଲେ । ତେଣୁ ଅତ୍ୟନ୍ତ ବ୍ୟସ୍ତ ହୋଇ ସେ ଦେଖିବାକୁ ପିଣ୍ଡାକୁ ଦୌଡି ଆସିଲେ । ଗାଈ ପଲ ମଧ୍ୟରେ ବଣୁଆ କଳା ମଇଁଷିଟିଏ ପଶିଛି । ଏ ତ ବଡ ବିପଦଜନକ କଥା । ନଜାଣି ସତ୍ୟବାନ୍ ତାକୁ ଅଡାଇ ଆଣିଛି । ରାମଚନ୍ଦ୍ର ଭାବିଲେ ଯିଏ ଗାଈ ମଇଁଷି ମଧ୍ୟରେ ପାର୍ଥକ୍ୟ ଜାଣିପାରୁନାହିଁ ତାକୁ କ’ଣ କାମ ଦିଆଯିବ? କିନ୍ତୁ ସେ ନିଶ୍ଚୟ ବିଶ୍ୱାସୀ ଓ ପରିଶ୍ରମୀ ତା’ପରେ ରାମଚନ୍ଦ୍ର ଖୁସିରେ ତାକୁ କାମଟି ଦେଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ