ଘଂଚ ଜଙ୍ଗଲ ଭିତରେ ଏକ ବିରାଟ ପିପ୍ପଳ ବୃକ୍ଷ । ତା’ ଡାଳରେ ଅନେକ ପକ୍ଷୀ ବସାବାନ୍ଧି ଥାଆନ୍ତି । ପକ୍ଷୀମାନେ ସେମାନଙ୍କର ଛୁଆମାନଙ୍କୁ ଛାଡି ସକାଳୁ ସକାଳୁ ବାହାରିଯାଆନ୍ତି ଖାଦ୍ୟ ଅନ୍ୱେଷଣରେ ଯେ, ସଂଧ୍ୟାବେଳକୁ ଫେରନ୍ତି ।
ସେହି ବୃକ୍ଷରେ ଏକ ବଗ ଦମ୍ଫତ୍ତି ଓ କାକ ଦମ୍ଫତ୍ତି ବି ବାସ କରୁଥାନ୍ତି । ଆଉ ବୃକ୍ଷର କୋରଡରେ ବାସ କରୁଥାଏ ଏକ କଳାସାପ । ଯେତେବେଳେ ପକ୍ଷୀମାନେ ବାହାରକୁ ଯାଆନ୍ତି ସାପଟି ଗଛ ଡାଳରେ ବୁଲିବୁଲି ପକ୍ଷୀ ଶାବକମାନଙ୍କୁ ଖାଇଯାଏ । ଏଥିରୁ ବଗ ଓ କାକ ଦମ୍ଫତ୍ତି ମଧ୍ୟ ବାଦପଡି ନଥିଲେ । ଏହି କାରଣରୁ ସେମାନେ ଦୁଃଖୀ ଥିଲେ ।
ଦିନେ ବଗ ଓ କାଉ ଦମ୍ଫତ୍ତି ବସି ଏହାର ନିରାକରଣ ଚିନ୍ତା କଲେ ।
ସେଇ ବୃକ୍ଷ ନିକଟରେ ଏକ ନେଉଳ ବି ବାସ କରୁଥାଏ । ସେ ଅତି ଦୟାଳୁ ଓ ପରୋପକାରୀ ଥିଲା । ଏହି ଗୁଣ ଯୋଗୁଁ ନେଉଳ କେବେ ଅସୁସ୍ଥ ହୋଇ ପଡିଲେ ବୃକ୍ଷଟିଯାକର ପକ୍ଷୀ ତାକୁ ସାହାଯ୍ୟ କରୁଥିଲେ । ସୁତରାଂ ନେଉଳ ସବୁ ପକ୍ଷୀମାନଙ୍କ ପ୍ରତି କୃତଜ୍ଞ ଥିଲା ।
ଦିନକର କଥା ପକ୍ଷୀମାନଙ୍କର ଏଭଳି ଅସହାୟ ଓ ଚିନ୍ତିତ ଅବସ୍ଥା ଦେଖି ନେଉଳ କହିଲା, “ଦୁଃଖ କରନ୍ତୁ ନାହିଁ । ସାପ ତ ମୋତେ ଲୁଚିଛପି ରହି ଏକାମ କରୁଛି । ସୁତରାଂ ତୁମମାନଙ୍କ ଭିତରୁ କେହି ଯଦି ସାପର ଉପସ୍ଥିତି ମୋତେ ଜଣାଇ ଦେବ ତେବେ ମୁଁ ତାକୁ ମାରିଦେବି ।”