ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବିଶ୍ୱାସରେ କେବେ ବିଷ ଦିଅନା

       ଏବେ ଠେକୁଆ ସେହି କଦଳୀ ବେପାରୀ ଆଗେ ଆଗେ ଚାଲିଲା ।ଅତି ଡଉଲଡାଉଲ ଶଙ୍ଖ ମଲମଲ ଧଳା ରଂଗର ଠେକୁଆଟିକୁ ଦେଖି ଲୋକଟି ଲୋଭ ସମ୍ବରଣ କରି ପାରିଲା ନାହିଁ । ଭାବିଲା ଯଦି ଠେକୁଆଟିକୁ ଧରିନେବି ଭଲ ଭୋଜିଟିଏ ହେବ । ସୁତରାଂ ଆଗରୁ ମାଙ୍କଡ ଜଗିବସିଥିବା ଗଛମୂଳେ କଦଳୀ ଟୋକେଇଟିକୁ ରଖିଦେଇ ବେପାରୀ ଜଣକ ଠେକୁଆକୁ ଧରିବା ପାଇଁ ଧାଇଁଲା । ଏହାଦେଖି ଠେକୁଆ କୁଦାମାରି ଜଙ୍ଗଲକୁ ଦୌଡିଲାରୁ ବେପାରୀ ତାକୁ ଧରିପାରିଲା ନାହିଁ ।

       ତେଣେ ବୋଝରେ ଥିବା କଦଳୀକୁ ମାଙ୍କଡ ଗଛ ଉପରକୁ ଟେକିନେଇ ସବୁତକ କଦଳୀ ଖାଇସାରି ଖାଲି ବୋଝକୁ ରାସ୍ତାଉପରକୁ ଫିଙ୍ଗି ଦେଲା । ବେପାରୀ ଠେକୁଆ ପଛରେ ଦୌଡି କିଛିବାଟ ଆଗକୁ ଚାଲିଯାଇଥିଲା । ଏବେ ପଛକୁ ଫେରି ଦେଖିଲା, ତା’ର କଦଳୀ ନାହିଁ ଟୋକେଇଟା ଖାଲି ପଡିଛି । ଗଛରେ ମାଙ୍କଡ ବସିଛି । ଏହାଦେଖି ବେପାରୀ କାନମୁଣ୍ଡା ଆଉଁସି ଖାଲି ଟୋକେଇ ଧରି ଘରକୁ ଫେରିଲା ।

       ଏଥର ଠେକୁଆ ଗଛ ମୂଳକୁ ଫେରି ଦେଖିଲା ତା’ପାଇଁ କିଛି କଦଳୀ ନାହିଁ । ସେ ମନେ ମନେ ଭାରି ରାଗିଲା ମାଙ୍କଡ ଉପରେ ସିନା ତା’ର କ’ଣ କରିବ, ଛୋଟ ଜୀବ ଠେକୁଆଟି । ଏବେ ସେ ଠିକ୍ କଲା ବେଳକାଳ ଦେଖି ଆଚ୍ଛା କରି ପାନେ ତାକୁ ଦେବ ।

       ଆଉ ଦିନେ ଠେକୁଆ ଏକ ବଡ ପୋଖରୀ କୂଳରେ ବସିଥାଏ । ଜହ୍ନରାତିଟାରେ ଚାରିଆଡେ ଚୂନ ଧଉଳା ହେଲାଭଳି ଦେଖଯାଉଥାଏ । ହଠାତ୍ ମାଙ୍କଡ ଆସି ସେଠାରେ ପହଂଚିଗଲା । ପଚାରିଲା, “ମଇତ୍ରେ! ଏଠି ବସି କ’ଣ କରୁଛ?”

       ଠେକୁଆ କହିଲା, “ରାଜା ପାରିଧିକୁ ଯାଇଛନ୍ତି । ତାଙ୍କ ପାଇଁ ଏଠି ନୀଳ ଗାଲିଚା ବିଛା ଯାଇଛି, ଫେରିଲେ ଏଇଠି ବିଶ୍ରାମ ନେବେ । ତା’ଉପରେ ଆଉ କିଏ ବସି ପଡିବ ବୋଲି ମୋତେ ଜଗେଇ ଯାଇଛନ୍ତି । ସେଇଥିପାଇଁ ମୁଁ ଜଗି ବସିଛି । ରାଜା ଫେରିଲେ ତାଙ୍କଠାରୁ ପୁରସ୍କାର ନେଇ ଯିବି । ଏ ରାତିଟାରେ କିଏ କାଳେ ବସିପଡିଥିବା କଥା ଶୁଣିଲେ, ରାଜା ମୋତେ ମୃତ୍ୟୁଦଣ୍ଡ ଦେବେ ବୋଲି ତାଗିଦ୍ ମଧ୍ୟ `କରିଛନ୍ତି । ସୁତରାଂ ନିଦ ଆସୁଥିଲେ ବି ନ ଶୋଇ ବସିଛି ।”

       ମାଙ୍କଡ ଏବେ ମନେ ମନେ ଭାବିଲା ମଇତ୍ର ମୋର ପୁରସ୍କାର ପାଇବା ପରିବର୍ତେ ମୃତ୍ୟୁଦଣ୍ଡ ଭୋଗିବା ହିଁ ଠିକ୍ ହେବ । ସୁତରାଂ ନିର୍ବୁଦ୍ଧିଆ ମାଙ୍କଡ କଲା କ’ଣ ନା ମଇତ୍ରକୁ ମୃତ୍ୟୁଦଣ୍ଡ ଦେବା, ଲକ୍ଷ୍ୟରେ ଭୁସ୍ କିନା ନୀଳରଂଗ ଦେଖା ଯାଉଥିବା ଗାଲିଚା ଉପରକୁ ଡେଇଁପଡିଲା । ପ୍ରକୃତରେ ଏହା ଗାଲିଚା ନଥିଲା, ଥିଲା ପୋଖରୀର ନୀଳ ଜଳରାଶି । ତହୁଁ ମାଙ୍କଡ ଗଭୀର ଜଳରେ ବୁଡି ଉବୁଟୁବୁ ହୋଇ ପ୍ରାଣ ହରାଇଲା । ପୋଖରୀରେ ଥିବା ପଦ୍ମନାଡରେ ତା’ର ଗୋଡ ହାତ ଛନ୍ଦିହୋଇ ଯିବାରୁ ସେ ପହଁରି ନପାରି ବୁଡିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ