ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ଏବଂ ରାକ୍ଷସୀ

ଯୋଦ୍ଧା କହିଲେ “ଦେଖେଁ, ବସିଲ ଟିକିଏ!” ଶିଳାରାମ ବସିଗଲା ଯେ ଯୋଦ୍ଧା ନିଜର ସମସ୍ତ ଶକ୍ତି ଖଟାଇ ମଧ୍ୟ ତାକୁ ଟଳାଇ ପାରିଲେ ନାହିଁ । ଆଶ୍ଚର୍ଯ୍ୟ ହୋଇ ସେ ଅନ୍ୟମାନଙ୍କର ଶକ୍ତି ବିଷୟରେ ପଚାରିଲେ ।

ଜଣକର ନାମ ଦିବ୍ୟକର୍ଣ୍ଣୀ ଥିଲା । ସେ ସମୁଦ୍ର ସେପଟରେ ହେଉଥିବା କଥାବାର୍ତ୍ତା ମଧ୍ୟ ଶୁଣି ପାରୁଥିଲା । ତୃତୀୟଟିର ନାମ ଦୂରଦର୍ଶୀ । ସେ ସମୁଦ୍ର ସେପାରିରେ ଥିବା ଛୋଟ ଜିନିଷ ମଧ୍ୟ ଦେଖି ପାରୁଥିଲା । ଚତୁର୍ଥଟିର ନାମ ମହାଜ୍ଞାନୀ । ସେ ସଂସାରର ସବୁ ଖବର କହିଦେଇ ପାରୁଥିଲା । ପଞ୍ଚମଟି ହେଲା ଲଘୁହସ୍ତି । ସେ କୁକୁଡା ପେଟତଳୁ ମଧ୍ୟ ଅଣ୍ଡା ନେଇ ଆସି ପାରୁଥିଲା । ଷଷ୍ଠଟିର ନାମ ଆରୋହୀ । ସେ ଏତେ ଚିକ୍କଣ ଥିଲା ଯେ ମାଛି ମଧ୍ୟ ତା’ ଉପରେ ବସିପାରୁ ନଥିଲା । ସପ୍ତମଟି ହେଲା ତୀରନ୍ଦାଜ । ସେ ଶହେ କୀଟ ମଧ୍ୟରୁ ଗୋଟିକୁ ଲକ୍ଷ୍ୟ କରି ମଧ୍ୟ ତୀର ମାରି ପାରୁଥିଲା । ଅଷ୍ଟମ ବ୍ୟକ୍ତିର ନାମ ଦାରୁଶକ୍ତି । ତା’ ହାତରେ କାଠ ଖଣ୍ଡେ ଧରାଇ ଦେଲେ ସେଥିରେ ସେ ଅନେକ କିଛି କରି ପାରୁଥିଲା ।

ଯୋଦ୍ଧା ପଚାରିଲେ “ସାବାସ୍, କୁହ ତ ଜାହାଜଟିଏ ତିଆରି କରିବାକୁ ତୁମକୁ କେତେ ସମୟ ଲାଗିବ?”

ଦାରୁବ୍ରହ୍ମ କହିଲା “ତମେ ଥରେ ଘୁରି ଯାଅ । ଦେଖିବ ଜାହାଜ ହୋଇ ସାରିଛି ।”

ଯୋଦ୍ଧା ପଚାରିଲେ “ବାସ୍? ଆଚ୍ଛା ମୁଁ ଘୁରିଲି ।” ଏହା କହି ସେ ଯୋଦ୍ଧା ଥରେ ଘୁରି ଦେଖିବା ବେଳକୁ ସତରେ ଜାହାଜଟିଏ ଭାସୁଛି । ମୁଁ ସମୁଦ୍ର ଭିତରେ ଥିବା ମହାକାୟଙ୍କ ଦ୍ୱୀପକୁ ଯିବି । ତମେମାନେ ମୋ ସାଥିରେ ଆସି ମୋତେ ସାହାଯ୍ୟ କରିବ?

ବାମନମାନେ କହିଲେ “ଅବଶ୍ୟ ଯିବୁ । ଆମେ ସେ ଦେଶ ବିଷୟରେ ଅନେକ କିଛି ଜାଣୁ ।”

ଜାହାଜରେ ଆଠଜଣ ବାମନଙ୍କୁ ଧରି ଯୋଦ୍ଧା ମହାକାୟ ଦ୍ୱୀପ ଆଡକୁ ଚାଲିଲେ । ସେଠାରେ ପହଁଚିବା ମାତ୍ରେ ରାଜା ଖବର ପାଇ ଅତ୍ୟନ୍ତ ଆନନ୍ଦିତ ହୋଇ ଯୋଦ୍ଧା ଓ ତାଙ୍କ ବନ୍ଧୁ ବାମନମାନଙ୍କୁ ହାର୍ଦ୍ଦିକ ସ୍ୱାଗତ କଲେ ।

ରାଜା କହିଲେ, “ତୁମେମାନେ ଠିକ୍ ସମୟରେ ଏଠାରେ ଆସି ପହଁଚିଛ । ଆଜି ରାଣୀଙ୍କର ପୁତ୍ରଟିଏ ଜନ୍ମ ହୋଇଛି । ତେଣୁ ଆଜି ରାତିହିଁ ବିପଦର ସମୟ । ତମେ ସବୁ ଯାହା କରିବାର କର ।”

ଯୋଦ୍ଧା କହିଲେ “ଆପଣ ଭୟ କରନ୍ତୁ ନାହିଁ । ଆମେମାନେ ଆଜି ସାରା ରାତି ଜଗିବୁ ଓ ତୁମ ପିଲାକୁ ରକ୍ଷା କରିବୁ, ନହେଲେ ଆପଣ ମୋର ମୁଣ୍ଡ କାଟି ଦେବେ ।”

ରାଜନଅରରେ ଲୁହାର କବାଟ ଥିବା ଘରେ ସେହି ନବଜାତ ଶିଶୁକୁ ରଖାଗଲା । ଶିଶୁ ସହିତ ଧାଈମାନେ ରହିଲେ । ସେ ଘରକୁ ଯୋଦ୍ଧା ଓ ବାମନମାନେ ଜଗି ରହିଲେ ।

ମହାଜ୍ଞାନୀ ଯୋଦ୍ଧାଙ୍କୁ କହିଲା, “ଶିଶୁକୁ ରକ୍ଷା କରି ନପାରିଲେ ଆପଣଙ୍କ ଶିର କଟାହେବ – ଏ ସର୍ତ୍ତ ରଖି ଆପଣ ବହୁତ ଭୁଲ୍ କଲେ । କାରଣ ଚୋରୀ ତ ନିଶ୍ଚୟ ହେବ । ଆମେ ମଧ୍ୟ ତାକୁ ରଖିପାରିବା ନାହିଁ ।”

ଯୋଦ୍ଧା ପଚାରିଲେ “ଏପରି କଥା? ଆଚ୍ଛା ମୋତେ ତମେ କହିଲ ପିଲାକୁ କିଏ ନେଇଯିବ?”

ମହାଜ୍ଞାନୀ କହିଲା “ଚୋର ତ ନିଜେ ରାଜାଙ୍କ ଭଉଣୀ! ଅନ୍ୟ ଦୁଇ ଶିଶୁଙ୍କୁ ମଧ୍ୟ ସେ ହିଁ ଉଠାଇ ନେଇଛି । ଭାଇ ଭଉଣୀଙ୍କ ମଧ୍ୟରେ ଶତ୍ରୁତା ଅଛି । ସେ ମନ୍ତ୍ର ଶିଖିଛି; ଅଦୃଶ୍ୟ ରୂପରେ ଶିଶୁକୁ ଉଠାଇ ନେଉଛି । ସେ ଧୂଆଁଯିବା ବାଟରେ ଛାତ ଉପରୁ ହାତ ବଢାଇ ଛୁଆକୁ ନେଇ ଯାଉଛି ।”

ଏ ଖବର ଶୁଣି ଶିଳାରାମ ଧୁଆଁଯିବା ନଳୀର ତଳ ଭାଗରେ ବସି ପଡିଲା ଓ କହିଲା, “ସେ ଏବାଟେ ହାତ ଗଳାଇଲେ ଆଉ ଫେରେଇ ନେଇ ପାରିବ ନାହିଁ ।” ତା’ପରେ ବାମନମାନେ ନିଜ ନିଜ ସ୍ଥାନରେ ବସି ଜଗିଲେ । ଅର୍ଦ୍ଧରାତ୍ରି ବ୍ୟତୀତ ହେବା ପରେ ଦିବ୍ୟକର୍ଣ୍ଣୀ କହିଲା, “ରାଜାଙ୍କ ଭଉଣୀ ନିଜ ଦୁର୍ଗରେ ପୂର୍ବରୁ ଚୋରାଇଥିବା ଶିଶୁଙ୍କୁ ସାବଧାନତାର ସହିତ ରକ୍ଷା କରିବାକୁ କହୁଛି ।” ଦୂରଦର୍ଶୀ କହିଲା, “ମନେ ହେଉଛି ସେ ନିଜ ଘରର ଛାତ ଉପରୁ ଏଠାକୁ ଆସୁଛି । ତା’ ଘରର କାନ୍ଥ ସବୁ କାଚପରି ଚିକ୍କଣ । ସେଥିରେ କୌଣସି ଦ୍ୱାର ବା ଝରକା ନାହିଁ ।” ତା’ପରେ ଦିବ୍ୟକର୍ଣ୍ଣୀ କହିଲା, “ଆସିଗଲା, ପ୍ରହରୀ ଆଖିରେ ଧୂଳି ଦେଇ ସେ ନଅରରେ ପ୍ରବେଶ କରୁଛି ।”

ସମସ୍ତେ ସାବଧାନ ହୋଇ ବସିଛନ୍ତି । ଦେଖିଲେ ଧୂଆଁ ନଳୀ ଭିତରୁ ଏକ କଳା ହାତ ତଳକୁ ଲମ୍ବି ଆସିଲା । ଏହା ଦେଖି ଶିଳାରାମ ଯାଇ ତା’ ହାତ ଉପରେ ବସିଗଲା । ସେ ଯେତେ ଟାଣିଲା କିଛିବି ଲାଭ ହେଲା ନାହିଁ । ତା’ପରେ ସମସ୍ତେ ସେହି ଅଦ୍ଭୁତ କଳା ଲମ୍ବା ହାତ ଚାରିପାଖରେ ଠିଆ ହୋଇ ଦେଖୁଥା’ନ୍ତି । ସେହି ସୁଯୋଗରେ ସେଇ ଭଉଣୀ ରାକ୍ଷସୀ ଅନ୍ୟ ହାତରେ ଦୋଳିରୁ ଛୁଆକୁ ଉଠାଇ ନେଇଗଲା । ଧାଈମାନେ ଦୋଳିକୁ ଚାହିଁ କହିଲେ, “ହାୟ ହାୟ, ଛୁଆକୁ କିଏ ନେଇଗଲା ।”

“ଚାଲ ସମସ୍ତେ ରାକ୍ଷସୀର ଦୁର୍ଗକୁ ଯିବା ।” ଯୋଦ୍ଧା ଏହା କହିଲେ ଓ ସମସ୍ତ ବାମନଙ୍କୁ ଧରି ଜାହାଜ ଚଢି ସେଠାରେ ଯାଇ ପହଁଚିଲେ । ସେଠାରେ ଆରୋହୀ ଓ ଲଘୁହସ୍ତି ଧୀରେ ଧୀରେ ଦୁର୍ଗ ଭିତରେ ପ୍ରବେଶ କରି ସେ ତିନି ଛୁଆଙ୍କୁ ଉଦ୍ଧାର କରି ନେଇ ଆସିଲେ । ଏମାନେ ସେମାନଙ୍କୁ ଧରି ଜାହାଜ ଚଳାଇ ଫେରି ଆସିଲେ । ହଠାତ୍ ରାକ୍ଷସୀ ସଚେତନ ହେଲା ଯେ କିଏ ଛୁଆମାନଙ୍କୁ ନେଇ ଯାଇଛି । ସେ କି କି କିଳି ରଡି କରି ଜାହାଜ ପଛରେ ଦୌଡିଲା । ସେ କଳ୍ପନା ମଧ୍ୟ କରିପାରିଲା ନାହିଁ କିଏ ଏତେ ସାହସ କରି ଏ କାମ କରି ପାରିଲା ।”

ତେଣେ ଜାହାଜ ଜୋର୍ରେ ଚାଲିଥାଏ । ରାକ୍ଷସୀ ମଧ୍ୟ ଜୋର୍ରେ ଦୌଡୁଥାଏ । ଦୂରଦର୍ଶୀ କହିଲା, “ଭାଇମାନେ, ସାବଧାନ ଥାଅ । ସେ ଅତିଶୀଘ୍ର ଆମ ପାଖରେ ପହଁଚି ଯିବ ଓ ଯୁଦ୍ଧ କରିବ । ସେଥିପାଇଁ ପ୍ରସ୍ତୁତ ଥାଅ । ତୀରନ୍ଦାଜ କହିଲା, “ମୁଁ ଥାଉ ଥାଉ ତମେ ସବୁ କାହିଁକି ଚିନ୍ତା କରୁଛ? ତାକୁ ଆସିବାକୁ ଦିଅ । ମୁଁ ଗୋଟିଏ ବାଣରେ ତାକୁ ଶେଷ କରିଦେବି । କେବଳ ମୋତେ କୁହ ସେ କେତେ ନିକଟକୁ ଆସିଲାଣି ।” କିଛି ସମୟ ପରେ ସେମାନେ କହିଲେ ଯେ ସେ ଅତି ନିକଟକୁ ଆସି ଗଲାଣି । ତା’ପରେ ଧନୁର୍ଦ୍ଧାରୀ ତୀର ଚଳାଇ ତା’ର କପାଳରେ ଥିବା ଆଖିକୁ ଫୁଟାଇ ଦେଲା । ତା’ପରେ ଅନେକ ତୀର ଚଳାଇ ତାକୁ ସେ ମାରିଲା ।

ସକାଳୁ ଉଠି ମହାରାଜା ପ୍ରସୂତି ଗୃହ ଦେଖିବାକୁ ଆସିଲେ । ନିଜର ତିନି ପୁତ୍ରଙ୍କୁ ଏକାଠି ପାଇ ସେ ଆନନ୍ଦରେ ବିହ୍ୱଳ ହେଲେ । ରାଜ୍ୟରେ ଏକ ସପ୍ତାହ ପର୍ଯ୍ୟନ୍ତ ଆନନ୍ଦ ଉତ୍ସବ ଚାଲିଲା । ଯୋଦ୍ଧା ଓ ଆଠ ବାମନଙ୍କୁ ରାଜା ବହୁତ ଉପଢୌକନ ଦେଲେ, ଅଭିନନ୍ଦିତ କଲେ ଓ ବହୁତ ସମ୍ମାନ ବି ଦେଖାଇଲେ । ସେମାନେ ସମସ୍ତେ ଖୁସି ହୋଇ ବିଦାୟ ନେଇ ଫେରି ଆସିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ