କିନ୍ତୁ ସୀତା କହିଲେ ସେ ଯେପରି ଅଛନ୍ତି ସେପରି ତାଙ୍କର ଦର୍ଶନ କରିବାକୁ ଚାହାଁନ୍ତି । କିନ୍ତୁ ପରେ ଶ୍ରୀରାମଙ୍କ ଇଚ୍ଛା ଅନୁସାରେ ସେ ନିଜକୁ ପ୍ରସ୍ତୁତ କଲେ । ତା’ପରେ ବିଭୀଷଣ ଓ ଅନ୍ୟରାକ୍ଷସୀ ରାକ୍ଷସମାନେ ପାଲିଙ୍କିରେ ସୀତାଙ୍କୁ ବସାଇ ଶ୍ରୀରାମଙ୍କ ପାଖକୁ ନେଇଗଲେ । ବିଭୀଷଣ ଶ୍ରୀରାମଙ୍କୁ କହିଲେ, “ଆପଣଙ୍କ ଆଜ୍ଞା ଅନୁସାରେ ସୀତାଙ୍କୁ ମୁଁ ଏଠାକୁ ନେଇ ଆସିଛି ।” ଶ୍ରୀରାମ ଏକଥା ଶୁଣି ମୌନ ହୋଇ କିଛି ସମୟ ବସି ରହିଲେ । ସେତେବେଳେ ତାଙ୍କୁ ମଧ୍ୟ ବହୁ କଷ୍ଟ ଦେଇ ଯିବାକୁ ପଡୁଥିଲା ।
ପ୍ରଥମେ ଏତେ ଦିନ ପରେ ସୀତାଙ୍କ ସହିତ ଭେଟ ଯୋଗୁଁ ଆନନ୍ଦ ଓ ତାଙ୍କୁ ତ୍ୟାଗ କରିବାର ଚିନ୍ତା ତେଣୁ ସେ ଭାବି ଚିନ୍ତି କହିଲେ, “ସୀତାଙ୍କୁ ମୋ ସମ୍ମୁଖକୁ ନେଇ ଆସ ।” ତା’ପରେ ବିଭୀଷଣ ସେଠାରେ ଉପସ୍ଥିତ ଥିବା ବାନରମାନଙ୍କୁ ଦୂରେଇ ଦେବାକୁ ଚେଷ୍ଟାକଲା । କିନ୍ତୁ ଶ୍ରୀରାମ ଏଥିରେ ତାଙ୍କୁ ବାରଣ କରି କହିଲେ, “ସେମାନେ କ’ଣ ଆମ ପରଲୋକ? ଯାହାଙ୍କ ପାଇଁ ସେମାନେ କେତେ କଷ୍ଟ ସହି ପ୍ରାଣ ଉତ୍ସର୍ଗ କରିଛନ୍ତି, ସେମାନେ ତ ତାଙ୍କୁ ନିଶ୍ଚୟ ଦେଖିବେ ।” ତା’ପରେ ବିଭୀଷଣ ସୀତାଙ୍କୁ ଆଣିଲେ । ଶ୍ରୀରାମଙ୍କ କଥା ଶୁଣି ଲକ୍ଷ୍ମଣ ଓ ସୁଗ୍ରୀବ ଭାବିଲେ ଯେ ସୀତାଙ୍କ ପାଇଁ ଏବେ ତାଙ୍କ ହୃଦୟରେ ଆଉ କୌଣସି ସ୍ଥାନ ନାହିଁ, ଶ୍ରୀରାମଙ୍କର କଥାବାର୍ତ୍ତା ଓ ବ୍ୟବହାର ଦେଖି ସେମାନେ ଅତ୍ୟନ୍ତ ଭୟଭୀତ ହେଲେ ।
ସୀତା ରାମଙ୍କୁ ଦେଖିବା ମାତ୍ରେ ଧୀରେ ଧୀରେ କାନ୍ଦିବାକୁ ଆରମ୍ଭ କଲେ; ଦୁଃଖ ଓ ଆନନ୍ଦ ଉଭୟ ଯୋଗୁଁ । କିନ୍ତୁ ଶ୍ରୀରାମ ସୀତାଙ୍କୁ ଦେଖିବାମାତ୍ରେ ହଠାତ୍ ରାଗିଯାଇ କହିଲେ, “ସୀତା, ଯୁଦ୍ଧରେ ତୁମପାଇଁ ଶତ୍ରୁନାଶ କରି ମୁଁ ମୋର କର୍ତ୍ତବ୍ୟ ପାଳନ କରିସାରିଛି । ମୁଁ ମୋର ଅପମାନର ପ୍ରତିଶୋଧ ନେଇସାରିଛି, ସେଥିପାଇଁ ହନୁମାନ ସମୁଦ୍ର ଲଙ୍ଘନ କଲେ, ଲଙ୍କା ଦହନ କଲେ, ଯୁଦ୍ଧ କରି ନିଜର ବୀରତ୍ୱ ଦେଖାଇଲେ । ମହାରାଜ ବିଭୀଷଣ ଓ ମହାରାଜ ସୁଗ୍ରୀବ ଏହି ଯୁଦ୍ଧରେ ମୋର ସହାୟତା କରିବାରୁ ଆଜି ଆମେ ବିଜୟୀ ହୋଇଛୁ ।” ସୀତା ଦେଖିଲେ ଶ୍ରୀରାମ ତାଙ୍କ ବିଷୟରେ କାହିଁ କିଛି ହେଲେବି କହୁନାହାଁନ୍ତି, ତେଣୁ ସେ ବଡ ଦୁଃଖୀ ହେଲେ । ସେ କ୍ରୋଧବଶରେ କହିଲେ, “ମୁଁ ଯାହା କରିବାର କରିଛି । ଏବେ ତୁମର ଯେଉଁଆଡେ ଇଚ୍ଛା ସିଆଡେ ତୁମେ ଯାଅ । କାରଣ ତୁମେ ଅସୁର ଘରେ ଏତେ ଦିନ ଥିଲ । ତା’ପରେ ତୁମକୁ ଗ୍ରହଣ କରିବା ଦ୍ୱାରା ମୋର ବଂଶମର୍ଯ୍ୟାଦା କ୍ଷୁର୍ଣ୍ଣ ହେବ । ଅଯୋଧ୍ୟାର ପ୍ରଜାମାନେ ମୋତେ ସେଇଥିପାଇଁ କଦାପି ମଧ୍ୟ କ୍ଷମା କରିବେ ନାହିଁ ।”
ଏସବୁ କଠୋର ବାକ୍ୟଶୁଣି ସୀତା ଅତ୍ୟନ୍ତ ଦୁଃଖି ହେଲେ । ଶ୍ରୀରାମଙ୍କ ମୁଖରୁ ଏପରି ବାକ୍ୟ ଶୁଣି ସେ ସ୍ତବ୍ଧ ଚକିତ ହେଲେ । ଏତେ ଦିନ ଧରି କଠୋର ଯାତନା, ଓ ଦାରୁଣ କଷ୍ଟ ମଧ୍ୟରେ କେବଳ ଶ୍ରୀରାମଙ୍କୁ ଥରେ ଦର୍ଶନ କରିବେ ବୋଲି ସେ ତାଙ୍କ ଜୀବନ ବଂଚାଇ ରଖିଥିଲେ । କିନ୍ତୁ ଭାଗ୍ୟର ଏ କି ବିଡମ୍ବନା । ଏସବୁ କଥା ଶୁଣି ତାଙ୍କ ଶରୀର ହଠାତ୍ କମ୍ପି ଉଠିଲା । ଚକ୍ଷୁରୁ ଅବାରିତ ଭାବରେ ଲୁହ ଝରିବାକୁ ଲାଗିଲା । ସୀତା କିଂକର୍ତ୍ତବ୍ୟବିମୁଢା ହୋଇ ସେହିଠାରେ ମଥା ନତ କରି ସେ ସେମିତି ଦଣ୍ଡାୟମାନ ଅବସ୍ଥାରେ ରହିଥା’ନ୍ତି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।