ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୀର ହନୁମାନ

ସେ ପୁଣି ରାବଣକୁ ଚାହିଁ କହିଲା, “ଆପଣ ଆମ ସହିତ କେତେକ ଯୋଦ୍ଧା ଦିଅନ୍ତୁ । ଆମେ ରାମକୁ ମାରି ଯଥାଶୀଘ୍ର ଫେରି ଆସନ୍ତୁ । ସେତେବେଳେ ସାରା ଲଙ୍କା ସେ ଉତ୍ସବ ପାଳନ କରିବ । ଏହିପରି ଆପଣଙ୍କ ପରାକ୍ରମ ଦେଖି ସୀତାଙ୍କର ମଧ୍ୟ ମନ ପରିବର୍ତ୍ତନ ହେବ । ତତ୍ପତ୍ସାତ୍ ସେ ଆପଣଙ୍କୁ ବିବାହ କରିବେ ।”

ମହୋଦରର କଥା ଶୁଣି କୁମ୍ଭକର୍ଣ୍ଣ ରାଗରେ ଥରିଲା । ସେ ତାକୁ କହିଲା, “ତୋ ଜିଭକୁ ସମ୍ଭାଳି ରଖ । ଯେତିକି କହିଲୁଣି ସେତିକି । ଆଉ ଅଧିକ କିଛି କହନା । ତୋ ପରି ଭୟାଳୁ ଓ ବୁଦ୍ଧିହୀନ ଆଉ କେହି ବି ଏ ଜଗତରେ ନାହିଁ । ଏହିସବୁ କଥା ଶୁଣି ରାବଣ ଭୟ କରୁଛନ୍ତି ଓ ସଙ୍କଟରେ ପଡିଛନ୍ତି । ଏପଟେ ତମେସବୁ ଯୁଦ୍ଧ ନାମ ଶୁଣିଲେ ଡରୁଛ । ରାଜା ଯାହା କହୁଛନ୍ତି ତାହା ସ୍ୱୀକାର କରିନେଉଛ ଦେଖୁଛି ତୁମପରି କାପୁରୁଷମାନଙ୍କ ଯୋଗୁଁ ଅବସ୍ଥା ଏପରି ହୋଇଛି ଯେ ଏବେ ଲଙ୍କାର ସର୍ବନାଶ ହେବାକୁ ଯାଉଛି । ମୁଁ ଯାହା ବୁଝିଛି ଖଜଣା ଖାଲି ହୋଇଛି, ଅଧିକ ସୈନ୍ୟ ମଧ୍ୟ ନାହାଁନ୍ତି । ତୁମେମାନେ ହିଁ ରାଜାଙ୍କର ଶତୃ । ତୁମେମାନେ ଯେଉଁ ଭୁଲ୍ କରିଛ, ତାହା ମୁଁ ବୁଝିପାରିଛି, ଏବେ ମୁଁ ସେସବୁର ପ୍ରାୟଶ୍ଚିତ କରିବି । ମୁଁ ଏକେଲାହିଁ ସେ ଯୁଦ୍ଧ ଭୂମିକୁ ଯିବି ।”

କୁମ୍ଭକର୍ଣ୍ଣର ଏପରି ଉକ୍ତି ଶୁଣି ରାବଣ ଥଟ୍ଟାକରି ହସିହସି କହିଲା, “ମହୋଦର ରାମର ନାମ ଶୁଣି ଭୟଭୀତ, ତେଣୁ ସେ କହୁଛି ଯୁଦ୍ଧ ନହେଉ । ତୁ ତ ମୋର ନିକଟତମ ପ୍ରିୟ ଭାଇ । ତୋଠାରୁ ବଳି ଅଧିକ ବଳଶାଳୀ ଆଉ କିଏ ବା ଅଛି? ଶୀଘ୍ର ଯୁଦ୍ଧକୁ ଯାଇ ବାନରମାନଙ୍କୁ ଖାଇ ଖାଇ ଶେଷ କରିଦେ । ଆମର ବିଜୟ ଦରକାର । ତୋତେ ଦେଖିଲେ ହିଁ ବାନରମାନେ ଭୟରେ କିଏ କୁଆଡେ ପଳେଇ ଯିବେ । ଆଉ ଯଦି ଭୟରେ ରାମଲକ୍ଷ୍ମଣଙ୍କର ଛାତି ଫାଟିଯାଏ ତ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।”

ଶ୍ରୀରାମ ତ ପୂର୍ବରୁହିଁ ବାନର ସେନାମାନଙ୍କୁ ସାବଧାନ କରାଇ ଦେଇଥିଲେ । ତେଣୁ ସେମାନେ ଶିଳା ଓ ବୃକ୍ଷସବୁ ଧରି ପ୍ରସ୍ତୁତ ଥିଲେ । କୁମ୍ଭକର୍ଣ୍ଣକୁ ଦେଖିବା ମାତ୍ରେ ସେମାନେ ଉନ୍ମତ ହାତୀମାନଙ୍କ ପରି ଏକାବେଳେ ତାକୁ ଆକ୍ରମଣ କଲେ । କିନ୍ତୁ ତା’ପାଇଁ ତ ସେମାନେ ମଶାପରି । ସେ ବହୁତ ବାନରଙ୍କୁ ଖାଇଗଲା, ବହୁତ ବାନରଙ୍କୁ ମାରିପକାଇଲା । କୁମ୍ଭକର୍ଣ୍ଣର ଅତ୍ୟାଚାର ଆଉ ସହି ନପାରି ବାନରମାନେ ଯୁଦ୍ଧଭୂମିରୁ ପଳାଇଲେ । କେତେକ ବାନର ସାଗର ମଧ୍ୟକୁ ଡେଇଁ ପଡିଲେ, ଆଉ କେତେକ ଆକାଶରେ ଉଡୁଥିଲେ । ପୁଣି କେତେକ ଯାଇ ସେତୁବନ୍ଧ ପାଖରେ ଆଶ୍ରୟ ନେଲେ । ବାନରମାନଙ୍କର ଏପରି ଅବସ୍ଥା ଦେଖି ଅଙ୍ଗଦଙ୍କୁ ବହୁତ ଅସ୍ୱସ୍ତି ଲାଗିଲା । ସେ ଚିତ୍କାର କରି କହିଲେ, “କୁମ୍ଭକର୍ଣ୍ଣକୁ ଡରି ଏଠାରୁ ପଳାଇବା ଉଚିତ୍ ନୁହେଁ, ଆମର ସଂଖ୍ୟା ବେଶି । ଆମେ ଦୂରରେ ଥାଇ ପଥର, ଗଛସବୁ ଫିଙ୍ଗି ଯୁଦ୍ଧ କରିବା ।” କିନ୍ତୁ ଏସବୁ କଥା କିଏ ଶୁଣୁଛି? ଯାହାହେଉ ଶେଷରେ ହନୁମାନ ଆସି ଅଙ୍ଗଦ ପାଖରେ ପହଁଚିବାରୁ ସେମାନେ ମନରେ ବଳ ପାଇ ପୁଣି ଯୁଦ୍ଧକ୍ଷେତ୍ରକୁ ଫେରିଆସିଲେ ।

ଏଥର ହନୁମାନ ଆକାଶ ମାର୍ଗରେ ଥାଇ କୁମ୍ଭକର୍ଣ୍ଣ ଉପରେ ପଥର ଓ ବୃକ୍ଷସବୁ ବର୍ଷା କରୁଥିଲେ । କିନ୍ତୁ କୁମ୍ଭକର୍ଣ୍ଣ ସେସବୁ ନିଜ ଗଦା ଓ ତ୍ରିଶୁଳ ସାହାଯ୍ୟରେ ଛିନ୍ନଭିନ୍ନ କରି ଦେଉଥିଲା । ଯୁଦ୍ଧ ମଧ୍ୟରେ ହନୁମାନ ତା’ ଉପରେ ପାହାଡ ପରି ପଥର ସବୁ ପକାଇବା ଦ୍ୱାରା ତା ଦେହରୁ ରକ୍ତ ବୋହିଲା ଓ ସେ କ୍ରୁଦ୍ଧ ହୋଇ ଉଠିଲା । ତାପରେ ସେ ହନୁମାନଙ୍କ ଉପରକୁ ଏକ ଗଦା ଫିଙ୍ଗିଲା । ତାହା ହନୁମାନଙ୍କ ବକ୍ଷସ୍ଥଳରେ ବାଡେଇ ହେବା ଦ୍ୱାରା ସେ ରକ୍ତବାନ୍ତି କରି ମୂର୍ଚ୍ଛା ହେଲେ ।

ନୀଳ ଏକ ବିରାଟ ପଥର ତା ଉପରକୁ ଫିଙ୍ଗିଲେ । ସେ ତାକୁ ନିଜ ହାତ ମୁଠାରେ ଧରି ଚୁରି ଦେଲା । ତାପରେ ସମସ୍ତ ବାନରବୀର ଏକାଠି ତା’ଉପରେ ନାନା ଅସ୍ତ୍ରଶସ୍ତ୍ର ଧରି ଆକ୍ରମଣ କଲେ । କିନ୍ତୁ ତଦ୍ୱାରା ତା’ର କିଛିବି ହେଲେ କ୍ଷତି ହେଲାନାହିଁ । ବରଂ ଏସବୁ ତାକୁ ପିଲାଖେଳ ପରି ଲାଗୁଥାଏ । ତା’ପରେ ସେ ଏହି ସବୁ ପାଂଚବୀରଙ୍କୁ ଏକାଠି ଆକ୍ରମଣ କରି ଏଭଳି ଭାବରେ ପ୍ରହାର କଲା ଯେ, ସେମାନେ ସବୁ ରକ୍ତ ବାନ୍ତି କରି ମୂର୍ଚ୍ଛା ଗଲେ ।

ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ ମନଗଢା ବା କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। କିଛି କାହାଣୀରେ କିଛି ମାତ୍ରାରେ ସତ୍ୟତା ଥିଲେ ମଧ୍ୟ ତାହା ମନଗଢା କଥା ଦ୍ୱାରା ବର୍ଣ୍ଣିତ ଏବଂ ବଢ଼େଇ ଚଢେଇ ଲିଖିତ । ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। ଅନ୍ୟ କେତେକ କାହାଣୀ ମନୋରଞ୍ଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଅନ୍ଧବିଶ୍ୱାସ, ତର୍କ ହୀନତା, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ ତେଣୁ ତାକୁ ସତ୍ୟ  ମାନିବା ଅନୁଚିତ୍ । ଯଦି କୌଣସି ବ୍ୟକ୍ତିର କାଳ୍ପନିକସ୍ତର ବାସ୍ତବିକତା ସହ ମେଳନଖାଏ  ଏବଂ ଅନ୍ଧବିସ୍ଵାଶର ବଶବର୍ତ୍ତୀ ହୋଇ ଅଜ୍ଞାନତାର ଜନନୀ ହୁଏ ତେବେ ଏହାକୁ ମାନସିକ ବିକୃତତା କୁହାଯାଏ ।


ଗପ ସାରଣୀ

ତାଲିକାଭୁକ୍ତ ଗପ