ରାଜା ଝିଅ କହିଲା ତମେ ତ ଏ ଯାବତ୍ ବିବାହ କରିନାହଁ । ମୋ ପରି ସୁନ୍ଦରୀ ଝିଅକୁ ତମେ ଯେତେ ବେଳେ ଏତେ ବଡ ବିପଦରୁ ବଁଚାଇ ଆଣି ଏଠାରେ ପହଁଚାଇଲ । ଏହି କଥା ଯେବେ ମୁଁ ମୋର ପିତାଙ୍କ ଆଗରେ କହିବିନା, ପିତା ମୋର ତୁମ ଉପରେ ବହୁତ ଖୁସି ହୋଇଯିବେ । ମୁଁ ଯଦି ପିତାଙ୍କୁ କହିବି ୟାଙ୍କ ସାଙ୍ଗରେ ମୋର ବିବାହ କରିଦିଅ, ପିତା ମୋର ସଙ୍ଗେ ସଙ୍ଗେ ରାଜ ନଅରରେ ବିଭାଘରର ଆୟୋଜନ କରାଇ ଦେବେ ।
ରାଜା ଝିଅ ଏହା କହି ଜଗୁଆଳି ପୁଅକୁ ଟାଣି ନେଇ ପଲଙ୍କ ଉପରେ ପକାଇ ଦେଇ ନିଜ ଆଡକୁ ଭିଡି ନେଇ କହିଲା – ଭାଗ୍ୟରେ ଥିଲେ ତୁମ ପରି ଯୁବକର ସ୍ତ୍ରୀ ହୁଅନ୍ତି ଏହି ରାଜ ଜେମା ମାନେ । ଆଉ ମଧ୍ୟ ଯେଉଁ ଫୁଲଟିକୁ ତୁମେ ଦଳା ଚକଟାରୁ ସାଉଁଟି ଆଣି ତା’କୁ ଉପଯୁକ୍ତ ସମ୍ମାନ ଦେଇ ପୂର୍ବୋକ୍ତ ସ୍ଥାନରେ ପହଁଚାଇ ଦେଲ ସେ ଫୁଲ ଯଦି ଚାହେଁ ତୁମରି ଗଳାରେ ଗଳା ମାଳି ପରି ମରିବା ଯାଏଁ ଲାଗି ରହିବ, ତମେ କ’ଣ ରାଜା ଝିଅର ଏପରି ଅନୁରୋଧକୁ ସମ୍ମାନ ଦେଇ ରକ୍ଷା କରି ପାରିବ ନାହିଁ ।
ଜଗୁଆଳି ପୁଅ କହିଲା ନାଁ ରାଜଜେମା ନା, ଏଭଳି ଅପ୍ରାସଙ୍ଗିକ କଥା ମୋତେ ଆଦୌ ଭଲ ଲାଗେ ନାହିଁ । ମୁଁ ମୋର ଧର୍ମକୁ ସାକ୍ଷୀ ଦେଇ ତୁମକୁ ରକ୍ଷା କରିଛି । ଜଣେ ପୁରୁଷ ହିସାବରେ ମୁଁ ମୋର କର୍ତବ୍ୟ କରିଛି, ଏବେ ମୋତେ ଯିବାକୁ ଦିଅ ।
ରାଜା ଝିଅ କହିଲା ନାଁ, ମୁଁ ତୁମକୁ ପାଇଛି ଯେତେ ବେଳେ କଦାପି ଛାଡି ଦେଇ ପାରିବି ନାହିଁ । ତୁମକୁ ମୋ ରାଣ, ତୁମେ ମୋତେ ତୁମର କୋଳକୁ ନେଇ ଗୋଟିଏ ଚୁମ୍ବନ ଦିଅ । ତୁମର ଅଙ୍ଗ ସହିତ ମୋ ଅଙ୍ଗର ଯେତେ ବେଳେ ମିଳନ ହୋଇଛି ସେତେ ବେଳ ଠାରୁ ମୁଁ ତୁମର ସ୍ତ୍ରୀ ସେବାର ପଣବି କରି ସାରିଛି, ଦିଅନା, ମୋ ମୁଣ୍ଡରେ ଗୋଟିଏ ଚୁମ୍ବନ ଦିଅନା ।