ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଢୀଟି କାନ୍ଦୁଥିଲା କାହିଁକି?

         ବଣିଆ ପୁଅ ବିଭା ହୋଇଥିଲା ସିନା ହେଲେ ତା’ର ସ୍ତ୍ରୀ ଯାଇ ତା’ର ବାପ ଘରେ ରହୁଥିଲା ।

         ଦିନକର କଥା – ସାଙ୍ଗ ହୋଇ ତିନି ସାଙ୍ଗ ବସି ଥାଆନ୍ତି । ବଣିଆ ପୁଅ କହିଲା – ଆଉ ଦୁଇ ଦିନ ପରେ ମୁଁ ଶ୍ୱଶୁର ଘରକୁ ଯିବା ଲାଗି ସ୍ଥିର କରିଛି । ମୋ ମତରେ ଆମେ ତିନି ସାଙ୍ଗ ଏକାଠି ହୋଇ ମୋ ଶ୍ୱଶୁର ଘରକୁ ଯିବା କ’ଣ ଭଲ ହୁଅନ୍ତା ନାହିଁ ।

         ବଣିଆ ପୁଅ ଠାରୁ ଏକଥା ଶୁଣି ଅନ୍ୟ ଦୁଇ ଜଣ ସାଙ୍ଗ କହିଲେ – ଭଲ ହେବ । ତୋ ଶ୍ୱଶୁର ଘରକୁ ଗଲେ ଖୁବ୍ ମଜା ବି ହେବ, ହେଲେ ଆମ ମତରେ ତୋ ଶ୍ୱଶୁର ଘରକୁ ଆମେ କାହିଁକି ତିନି ସାଙ୍ଗ ଏକାଠି ହୋଇଯିବା । ବରଂ ଆମେ ବାହାରେ ରହିବୁ । ତମେ ତୁମ ଶ୍ୱଶୁର ଘରକୁ ଯିବ । ଏ କଥା ହେଲେ ସିନା ତୁମେ ସ୍ତ୍ରୀ ସାଙ୍ଗରେ ମଜା ମଜଲିସ୍ରେ ସମୟ କାଟିବ ।

         ବଣିଆ ପୁଅ କହିଲା – ଏହା କଲେ ତ ମୋର ମନ ଦୁଃଖ ହେବ । ଅନ୍ୟ ଦୁଇ ସାଙ୍ଗ କହିଲେ – ତମେ କହିଲ ଦେଖି ଆମ ଦୁଇ ଜଣଙ୍କର ଯେଉଁଥିରେ ଆନନ୍ଦ ହେବ ସେଥିରେ ତମର ଆନନ୍ଦ ନା ନାହିଁ ।

         ବଣିଆ ପୁଅ କହିଲା ଠିକ୍ ଅଛି । ଆମେ ଏଠାରୁ ସାଙ୍ଗ ହୋଇଯିବା, ସହରରେ ପହିଲି ମୋତେ ଶ୍ୱଶୁର ଘର ପାଖରେ ପହଁଚାଇ ଦେଇ ତମେ ମାନେ ସହରରେ ଗୋଟିଏ ଘର ଭଡା ନେଇ ରହିବ । ଆଉ ସହରରେ ବୁଲି ଆନନ୍ଦ କରିବ ।

         ତିନି ସାଙ୍ଗଙ୍କ ମଧ୍ୟରେ ଏମିତି କଥା ସରିଲା । ସମସ୍ତେ ନିଜ ନିଜର ଜିନିଷ ପତ୍ର ଧରି ସହର ଅଭିମୁଖେ ଯାତ୍ରା କଲେ ।

         ସଂଧ୍ୟା ହେବାକୁ ଆଉ ଅଳ୍ପ ସମୟ ଥାଏ । ସେମାନେ ଯାଇ ସେହି ସହରରେ ପହଁଚି ଗଲେ – ଆଗରୁ ତ ସେମାନେ ସହରରେ ପହଁଚି ଯାହା କରିବା କଥା ଚିନ୍ତା କରିଥିଲେ ସେମାନେ ସେୟା ହିଁ କଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ