ବୁଢୀକୁ ସେ କଥା ଦେଖି ଅନେକ ବାଧିଲା । ଦ୍ୱିତୀୟ ସାଙ୍ଗଟିକୁ ପାଖରେ ଦେଖିବାରୁ ତା’ର କ୍ରୋଧ ଅଧିକରୁ ଅଧିକ ହେଲାରୁ ସେ ଭୋ ଭୋ ହୋଇ କାନ୍ଦିଲା ।
ବୁଢୀ ପୁଣି କାନ୍ଦୁଛି । ଏହା ଦେଖି ଜଗୁଆଳି ପୁଅ ଯାଇ ତା’ ପାଖକୁ ଲାଗିଯାଇ ପଚାରିଲା – ଆଚ୍ଛା ମାଆ ତୁମକୁ ମୁଁ ଗୋଟିଏ କଥା ପଚାରିବି । ଆଚ୍ଛା କହିଲ ମାଆ, ଆମକୁ ଦେଖିବା ମାତ୍ରେ ତୁମେ ସେତେବେଳେ କାନ୍ଦି ପକାଇଲ । ପୁଣି ପାଖରେ ମୋତେ ଏକା ଦେଖି ତମେ ଭୋ ଭୋ ହୋଇ କାନ୍ଦିଲ କାହିଁକି?
ବୁଢୀ କହିଲା ମୋର ବି ଗୋଟିଏ ଯୁବକ ପୁଅ । ମୋରି ଆଖି ଆଗରେ ସେ ଅଧା ବୟସରେ ମଲା । ମୁଁ ଯେତେବେଳେ ଏକଥା ଜାଣିଲି ସେହି ଦିନରୁ ସବୁବେଳେ ଏହି ପିଣ୍ଢାରେ ବସୁଛି । ଆଗ ଯେ ମୋ ପାଖକୁ ଆସୁଛି, ତାକୁ ମୁଁ ପ୍ରଥମେ ସତର୍କ କରାଇ ଦେଇଥାଏ । ଯିଏ ମୋ କଥା ମାନେ ସେ ଏଠାରୁ ବଂଚିକି ଯାଏ, ଯିଏ ନ ମାନେ ତା’ର ମଲା ଶଢା ମୁର୍ଦ୍ଧାର ଯାଏ ଏଠାରୁ ।
ବୁଢୀର ପାଟିରେ ବାଟୁଳି ବାଜୁ ନାହିଁ । ଏକା ଥରକେ ଏତେ ଗୁଡାଏ କଥା ସେ କହି ଗଲାଣି । ତାହା ହେଲେ ଏଥିରେ ସତ ଘଟଣା କ’ଣ ।
ଜଗୁଆଳି ପୁଅ ବୁଢୀର କଥା ଅଟକାଇ ପଚାରିଲା – ମାଉସୀ ମୁଁ ତୁମକୁ ଗୋଟିଏ କଥା ପଚାରିବି । ତମେ କଥା ଲୁଚାଇବ ନାହିଁ । ମତେ ସବୁ ସତ କଥା କହିବ ।
ବୁଢୀ କହିଲା – କ’ଣ ଆଉ ପଚାରିବୁ ପୁଅ । ପଚାରେ……