ଜଗୁଆଳି ପୁଅ ଯାହା ମନ ମଧ୍ୟରେ ଭାବି ଭାବି ଯାଇଥିଲା ସେହି କଥା ପଚାରିଲା – ସତ କହିବ ଆମେ ଆସିବା ବେଳେ ତମେ କାନ୍ଦିଲ ଆଉ ମୁଁ ପୁଣି ତମ ପାଖକୁ ଆସିବା ବେଳେବି ତା’ଠାରୁ ଅଧିକା କାହିଁକି କାନ୍ଦିଲ?
ବୁଢୀ କହିଲା ତୋ କଥାରେ ଆଉ ଉତ୍ତର ଦେଇ ଲାଭ କ’ଣ? କଥା ତ ସରି ଗଲାଣି । ଏବେ ଆଉ କଥାଟି କହି ଦେଲେ ଲାଭ ତ କିଛି ହେବ ନାହିଁ । କିରେ ଆଜି ରାତିକ ସିନା ତୋର ସାଙ୍ଗଟି ରାତ୍ରି ସାରା ମଜା କରିବ, ହେଲେ ସକାଳୁ ସେ ମୁର୍ଦ୍ଧାର ହୋଇ ସେ ଘରୁ ବାହାରିବ ।
ବୁଢୀ କଥା ଶୁଣି ଜଗୁଆଳି ପୁଅ ଆଶ୍ଚର୍ଯ୍ୟ ହୋଇଗଲା । ମୁଖରେ ତା’ର ଭୟର ଆଶଙ୍କା ଦେଖା ଗଲା । ସେ ପୁଣି ବୁଢୀକୁ ପଚାରିଲା କଣ ହୋଇଛି ତମେ ମୋତେ ସତ କରି କୁହ ।
ବୁଢୀ କହିଲା, ଏହି କଥା ପୁଅ ଆଗରୁ କହିଥିଲେ କେତେ ଭଲ ହୋଇ ଥାଆନ୍ତା । ଏବେ କହି ଦେଲେ ତୁ କ’ଣ କରିବୁ ହାତରୁ ତ ବାଡି ଖସି ଗଲାଣି ।
ଜଗୁଆଳି ପୁଅ କହିଲା ତମେ ଏପରି କ’ଣ କହୁଛ । ତମ କଥାର ସଠିକ୍ କାରଣ ତ ମୁଁ ଜାଣି ପାରୁ ନାହିଁ । କଥାଟାକୁ ଆଉ ଡେରି ନକରି ଖୋଲି କରି କୁହ । ମୋତେ ଜାଣି ବାକୁ ହେବ ।
ବୁଢୀ କହିଲା – ଶୁଣ ତାହା ହେଲେ – ତୋର ସାଙ୍ଗ ଯେଉଁ ସ୍ତ୍ରୀଲୋକ ପାଖରେ ଅଛି, ସେ ଗୋଟିଏ ବେଶ୍ୟା, ରୂପରେ ସୁନ୍ଦରୀ ହୋଇଥିବାରୁ ତା’ର ଦୃଷ୍ଟି ଯାହା ଉପରେ ପଡେ ସେ ନିଶ୍ଚୟ ତା’ ପାଖକୁ ଯାଏ, ଖୁବ୍ ଆନନ୍ଦ ମଉଜ କରେ । ରାତି ଅଧା ବେଳକୁ ସେ ଆଉ ଜୀବନରେ ନଥାଏ ।
ଜଗୁଆଳି ପୁଅ ପଚାରିଲା – କାହିଁକି ମାଆ !