ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଢୀଟି କାନ୍ଦୁଥିଲା କାହିଁକି?

        ଜଗୁଆଳି ପୁଅ ତା’ର ପଛେ ପଛେ ଯାଉଥିଲା । ଏ ସ୍ତ୍ରୀ ଲୋକଟା ତା’ର ମନରେ ବି ଭୟ ନାହିଁ । ଏକା ଏକା ପୁଣି ଏପରି ଏକ ମଶାଣୀକୁ ଆସିଛି କାହିଁକି?

         ଏପରି କଥା ଭାବୁ ଭାବୁ ଜଗୁଆଳି ପୁଅ ଦେଖିଲା ଯେ ଖଣ୍ଡେ ଦୂରରେ ଜଣେ ସନ୍ନ୍ୟାସୀ ମଶାଣିରେ ଆସନ କରି ବସିଥିଲେ । ସେ ଯେତେ ବେଳେ ଏହି ସ୍ତ୍ରୀକୁ ଦେଖିଲେ ସଙ୍ଗେ ସଙ୍ଗେ ଆସନ ଭାଙ୍ଗି ଦାନ୍ତ କଡ ମଡ କରି ସ୍ତ୍ରୀ ପାଖକୁ ଧାଇଁ ଆସି କହିଲେ – ଆଲୋ ଦୁରାଚାରୀ, ଏତେ ବେଳ ଯାଏଁ ତୁ କେଉଁଠି ଥିଲୁ? ମୁଁ ତୋତେ ଚାହିଁ ବସିଛି ।

         ସ୍ତ୍ରୀ ଲୋକଟି ସନ୍ନ୍ୟାସୀର ନାଲି ଆଖିକୁ ପୁଣି ତା’ର ଯେଉଁ ରଡି ଦେଖି ଛାନିଆ ହୋଇଯାଇ କହିଲା – ମୋ ଉପରେ ତମେ ରାଗିଲେ ବା ମୁଁ କ’ଣ କରି ଥାଆନ୍ତି । ମୁଁ ପରା କଥା ବଳଦ ପରି ଗୋଟାଏ ସ୍ୱାମୀ ଖୁଂଟରେ ବନ୍ଧା ହୋଇଛି । ବନ୍ଧନ ଖୋଲିବାର ସୁବିଧା ପାଇଲେ ସିନା ମୁଁ ସେ ବନ୍ଧନ ଖୋଲି ତୁମ ପାଖକୁ ପଳାଇ ଆସିବି । ଆଜି ଘରକୁ ମୋର ସ୍ୱାମୀ ଆସିଛନ୍ତି, ସେଥିଲାଗି ଘର କାମରେ ମୋର ଆଜି ଅଧିକ ସମୟ ଥିଲା । ଏତେ ବ୍ୟସ୍ତ ମଧ୍ୟରେ ସେଥିରୁ ସମୟ ବାହାର କରି ତ ମୁଁ ଆସିଲି । ଯାହା ହେଉ ଆସିବି ଆସିବି ବୋଲି ମୁଁ ଯେଉଁ ବ୍ୟସ୍ତ ହେଉଥିଲି ସେ ବ୍ୟସ୍ତତା ଗଲା । ଏବେ ତମ ପାଖକୁ ଆସିଲି । ମୋର ତୁମକୁ ଅନୁରୋଧ ଯେ ଯାହାତ ହେବାର ହୋଇ ଗଲାଣି ତମେ ଏବେ ରାଗ ଶାନ୍ତ କର ।

         ସନ୍ନ୍ୟାସୀ ଜଣଙ୍କର ଯାହା ରାଗ ଶାନ୍ତ ହୋଇ ଥାଆନ୍ତା, ଯେ ଯେତେ ବେଳେ ତା’ର ସ୍ୱାମୀଙ୍କର ଆସିବା କଥା ଜାଣିଲା ତାହା ଜାଣି ଆହୁରି ରାଗ ବଢି ଗଲା । ସେ ଆଉ ଶାନ୍ତ ହେବ କ’ଣ ବରଂ କ୍ରୋଧରେ ପାଚିଗଲା । ସନ୍ନ୍ୟାସୀ ଆଉ କ୍ରୋଧ ସମ୍ଭାଳି ନପାରି ସଙ୍ଗେ ସଙ୍ଗେ ଯାଇ ସେହି ସ୍ତ୍ରୀ ଲୋକଟିର ନାକକୁ କାମୁଡି ଦେଇ ପୁଳାଏ ଉଠାଇ ନେଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ