ଟୁଆଁ ଟୁଇଁ ଟୋକେଇଟିଏ ଧରି ବଣ ଭିତରେ ପଶି ଶୁଖିଲା କାଠ ଭାଙ୍ଗୁଥିବା ସମୟରେ ଗୋଟିଏ ମହାବଳ ବାଘ ସେଠାରେ ଆସି ପହଁଚି କହିଲା – ମୋ ଜଙ୍ଗଲରେ କିଏରେ? ଟୁଇଁ ବାଘକୁ ଦେଖି ଡରିଯାଇ କହିଲା – ବାଘ ମାମୁଁ ମୁଁ ଆସିଛି କାଠ ନେବା ପାଇଁ । ବାଘ ପଚାରିଲା – କାଠ ନେଇ କ’ଣ କରିବୁ? ଟୁଇଁ କହିଲା – ମା’ କାଠ ଜାଳି ପିଠା କଲେ ଆମେ ଖାଇବୁ । ବାଘ ମାମୁଁ କହିଲା – ମୋ ଜଙ୍ଗଲରୁ କାଠ ନେଇ ପିଠା ତିଆରି କଲେ ମୋତେ ଖାଇବାକୁ ଦବ ତ? ଟୁଇଁ ଆଖିରୁ ଲୁହ ପୋଛୁ ପୋଛୁ କହିଲା – ହଁ ବାଘ ମାମୁଁ ତମେ ସନ୍ଧ୍ୟା ବେଳକୁ ଆମ ଘରକୁ ଯିବ, ମା’ ପିଠା କଲେ ମୁଁ ତୁମକୁ ଖାଇବାକୁ ଦେବି । ବାଘ ମାମୁଁ କହିଲା ହଉ ଭଲ କଥା, ମୁଁ ତମ ଘରେ ସନ୍ଧ୍ୟାବେଳେ ଯାଇ ପହଁଚିବି କହି ବାଘଟି ହାଂଟୁରା ମାରି ଜଙ୍ଗଲ ଭିତରକୁ ଚାଲିଗଲା ।
ଟୁଆଁ ଟୁଇଁ ଜଙ୍ଗଲରୁ ଫେରିବା ଡେରି ହେବାରୁ ତା’ର ମା’ ବାପା ବହୁତ ବ୍ୟସ୍ତ ହୋଇ ପଡିଥିଲେ । ଟୁଆଁ ଟୁଇଁ ସମସ୍ତ କଥା ବାପା ମାଆଙ୍କୁ କହିଲେ । ସନ୍ଧ୍ୟା ବେଳକୁ ପିଠା ତିଆରି ହେଲା । ଟୁଇଁ ପିଠା ତିଆରି କଲା ଓ ଟୁଆଁ ନେଇ ବୁଢା ବୁଢୀଙ୍କୁ ଖାଇବାକୁ ଦେଲା । ପିଠା ତିଆରି ଚାଲିଥାଏ, ବୁଢା ବୁଢୀ ଖାଉ ଥାଆନ୍ତି । ହାଣ୍ଡିରେ ଆଉ ଅଳ୍ପ ପିଠୋଉ ଆଣ ଥାଏ, ଏହି ସମୟରେ କବାଟରେ ଠକ୍ ଠକ୍ ଶବ୍ଦ ହେଲା । ଟୁଇଁ ଯାଇ ଦେଖିଲା ବାଘ ମାମୁଁ ପିଠା ଖାଇବା ପାଇଁ ଆସି ଗଲେଣି । ଟୁଇଁ ବହୁତ ଚାଲାକ୍ ଥିଲା । ବାଘ ପିଠା ଖାଇବାକୁ ଆସିବା ପୂର୍ବରୁ ସେ କୂଅ ଉପରେ ସଉପ ପକାଇ ଦେଇଥିଲା । ଟୁଇଁ ବାଘ ମାମୁଁକୁ କହିଲା – ବାଘ ମାମୁଁ ଆସ… ଏଇଠି ବସ । ମୁଁ ପିଠା ତିଆରି କରି ନେଇ ଆସୁଛି । ବାଘ ମାମୁଁ କହିଲା – ହଉ ଭଲ କଥା, ମୋତେ ବହୁତ ଭୋକ ଲାଗିଲାଣି, ଯା ଶୀଘ୍ର ଶୀଘ୍ର ପିଠା ତିଆରି କରିଆଣ, ତୋ ହାତରୁ ଗରମ ଗରମ ଚକୁଳି ଖାଇବି । ଏହା କହି ବାଘ ମାମୁଁ ସଉପ ଉପରେ ବସି ପଡନ୍ତେ ଭୁସ୍କିନା କୂଅ ଭିତରକୁ ଗଳି ପଡିଲା । ଟୁଆଁ ପିଠା ନେଇ ଆସି ଦେଖିଲା ବାଘ ମାମୁଁ କୂଅ ଭିତରେ ପଡିଯାଇଛି । ଟୁଇଁ ପଚାରିଲା – ବାଘ ମାମୁଁ ପିଠା ଖାଇଲ? ବାଘ ମାମୁଁ କହିଲା – ମୋତେ ଏଠାରୁ ଉଦ୍ଧାର କର, ନଚେତ୍ ମୁଁ ମରିଯିବି, ଏକଥା ଦେଖି ଗାଁ ଲୋକେ ଟୁଆଁ ଟୁଇଁକୁ ବହୁତ ପ୍ରଶଂସା କଲେ । ସେଇଦିନ ଠାରୁ ଗାଁରୁ ବାଘ ଭୟ ଦୂର ହେଲା ।