ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିମାନ ବାଳକ

ଅନେକ ଦିନ ତଳର କଥା । ଗୋଟିଏ ଗ୍ରାମରେ ସସିମ୍ର ନାମକ ଜଣେ ବୃଦ୍ଧ ବ୍ୟକ୍ତି ବାସ କରୁଥିଲେ । ବୟସ ଥିବା ସମୟରେ ସସିମ୍ର ଜମିବାଡିରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତାଙ୍କର ଗୋଟିଏ ମାତ୍ର ପୁତ୍ର ଥିଲା । ତା’ର ନାମ ଦୁମନ୍ତ । ଗୋଟିଏ ପୁତ୍ର ହୋଇଥିବାରୁ ସସିମ୍ର ପୁଅକୁ ଖୁବ୍ ଗେଲ ବସରରେ ବଢାଇଥାଆନ୍ତି । ଧୀରେ ଧୀରେ ଦୁମନ୍ତ ପିଲାରୁ ଯୁବକରେ ପରିଣତ ହେଲା । ଏହାପରେ ସସିମ୍ର ଦୁମନ୍ତର ବିବାହ କରାଇ ଦେଲେ । ସସିମ୍ର ର ସେମିତି ବେଶୀ ଜମିବାଡି ନଥିଲା । ତା’ର ହଳ ବଳଦ ମଧ୍ୟ ସେମିତି ଭଲ ନଥିଲା । ତେଣୁ ଜମିରେ ହଳ କରିବାକୁ ସସିମ୍ର କୁ ବହୁତ କଷ୍ଟ ହୁଏ । ନିଜକୁ ଯେତେ କଷ୍ଟ ହେଲେ ମଧ୍ୟ ସେ କଦାପି ପୁତ୍ର ଦୁମନ୍ତଙ୍କୁ କୌଣସି କାର୍ଯ୍ୟ କରାଇ ଦିଅନ୍ତି ନାହିଁ । ସସିମ୍ର ସବୁ ସମୟରେ ନିଜ ସ୍ତ୍ରୀକୁ କହନ୍ତି – “ଭଗବାନ ଆମକୁ ଗୋଟିଏ ମାତ୍ର ସନ୍ତାନ ଦେଇଛନ୍ତି । ଆମେ ତାକୁ ଆଦୌ କୌଣସି କାର୍ଯ୍ୟ କରାଇଦେବା ନାହିଁ । ଖୁବ୍ ଆଦର ଯତ୍ନରେ ପାଳିବା ।”

       ସସିମ୍ରଙ୍କ କଥା ଶୁଣିଲେ ମଧ୍ୟ ତାଙ୍କ ସ୍ତ୍ରୀର ମନ ଏଥିରେ ମାନୁ ନଥାଏ । ସେ ସସିମ୍ରଙ୍କୁ କହେ – “ତୁମେ ଏତେ କଷ୍ଟ କରୁଛ ଯେ ସେ କଷ୍ଟ ଦେଖିଲେ ମୁଁ ସହି ପାରୁନି । ଯାହା ଫଳରେ ତୁମେ ବୟସ ନ ହେଉଣୁ ବୁଢା ଦେଖାଯାଉଛ ।” ସସିମ୍ର କିନ୍ତୁ ପୁତ୍ର ସ୍ନେହରେ ଅନ୍ଧ ହୋଇ ସ୍ତ୍ରୀ ସତ୍ୟବତୀକୁ କହେ – “ସତ୍ୟବତୀ ! ମୁଁ ବୁଢା ହୋଇଗଲେ ମୋର କୌଣସି ଦୁଃଖ ନାହିଁ । ଆମ ଦୁମନ୍ତ ତ’ ଯୁବକ ହୋଇଗଲାଣି ନା… । ମୋର କେବଳ ଏତିକି ଦରକାର । ମୋର ପୁତ୍ର ସବୁ ସମୟରେ ହସ ଖୁସିରେ କାଳାତିପାତ କରୁ । ପୁଅ ଯେତେବେଳେ ଆମର ରୋଜଗାର କରିବ, ସେତେବେଳେ କ’ଣ ଆମେ ଖୁସିରେ ରହିପାରିବା ନାହିଁ । ସେତେବେଳେ ତ’ ଆମେ ଖାଲି ଆରାମ୍ରେ ବସି ଖାଇବା ।” ସସିମ୍ର ଏହି କଥା କହୁଥିବା ବେଳେ ଗର୍ବରେ ତା’ର ଛାତି ଫୁଲି ଉଠେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ