ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିମାନ ବୃଦ୍ଧ

ବହୁ ପୁରୁଣା କାଳର କଥା । ଗ୍ରୀସ୍ ଦେଶର ଏକ ଛୋଟ ଗ୍ରାମରେ ଜଣେ ବୁଢା ଓ ତା’ର ସ୍ତ୍ରୀ ରହୁଥାନ୍ତି । ଦିନେ ବୃଦ୍ଧ ତାଙ୍କ ପତ୍ନୀଙ୍କୁ କହିଲେ, “ଶୁଣ, ଏବେ କିଛି ପଇସାର ଦରକାର । ତୁମେ ହାଟକୁ ଯାଇ ଗାଈଟିଏ ବିକ୍ରି କରି ଆସ । ମୁଁ ନିଜେ ଯାଇଥା’ନ୍ତି ଯେ ହେଲେ ମୋ ଗୋଡରେ ବ୍ୟଥା ହେଉଛି ।”

                ସ୍ତ୍ରୀ ଗାଈଟିଏ ଧରି ହାଟକୁ ଗଲା । ବାଟରେ ତିନୋଟି ଚୋର ତାକୁ ଦେଖିଲେ ।

ଅଳ୍ପବାଟ ଯିବା ପରେ ପ୍ରଥମ ଚୋର ଆସି କହିଲା, “ଏ ଛେଳିଟିକୁ କୁଆଡେ ନେଉଛ?”

ତହୁଁ ସେ ବୁଢୀ ରାଗିକି କହିଲା “ବୋକା, ଗାଈଟାକୁ ଦେଖି ଛେଳି ବୋଲି କହୁଛୁ?

ଚୋର ଆଖି ମଳି ମଳି ପୁଣି ଚାହିଁଲା ଓ କହିଲା, “ହେ ଆଈ, ଭଗବାନଙ୍କ ଦ୍ୱାହି ମୁଁ ମିଛ କହୁନାହିଁ । ଇଏ ତ ଛେଳିଟାଏ । ତିରିଶ ଟଙ୍କାରେ ଦେଇଦେବୁ ତ ମୋତେ ଏହା ତୁ ବିକି ଦେ ।”

ବୁଢୀ ହାତରେ ଧରିଥିବେ ବାଡିଟିକୁ ହଲାଇ ହଲାଇ କହିଲା, “ଯା ଯା, ଆସିଲା କେଉଁଠୁ ମୁଲାଲ କରିବାକୁ । ଭାରି କିଣିବା ବାଲାଟା!”

ବୁଢୀ ପୁଣି ଅଳ୍ପ କିଛି ବାଟ ଚାଲିଲା । ତା’ପରେ ଆସିଲା ଦ୍ୱିତୀୟ ଚୋର । ସେ କହିଲା, “ଆଈମା କୁଆଡେ ଚାଲିଛୁ?”

ଏହାପରେ ସେ ବୁଢୀ କହିଲା “ହାଟକୁ ଯାଉଛିରେ ନାତି ।”

ଏକଥା ଶୁଣି ଦ୍ୱିତୀୟ ଚୋର କହିଲା “ଓ ଏପରି କଥା? ତେବେ ଏତେ କଷ୍ଟ କରି ହାଟକୁ କାହିଁକି ଯିବୁ? ମୋତେ ପଚିଶ ଟଙ୍କାରେ ତୁ ଏହାକୁ ବିକି ଦେ । ମୁଁ ନେବି ।”

ତା’କଥା ଶୁଣି ସେ ବୁଢୀ ପୁଣି ରାଗିଯାଇ କହିଲା, “ଆରେ ବୋକା, ତୋ ମୁଣ୍ଡରେ ଗୋବର ଅଛି ନା କ’ଣ? ମୋ ଗାଈ ତ ଏକଦମ୍ ହୀରା । କହୁଛି କ’ଣ ନା ପଚିଶ ଟଙ୍କା ।” ଦ୍ୱିତୀୟ ଚୋର ବୁଢୀକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲା ଓ କହିଲା, “ଆଈଲୋ, ତୁ ବୁଢୀ ହୋଇଗଲୁଣି କିନା! ସେଥିପାଇଁ ଭଲକରି ଦେଖି ପାରୁନାହୁଁ । ଏଇଟା ପରା ତୁଚ୍ଛା ଛେଳିଟା । ତୁ ପୁଣି ତାକୁ ଗାଈ ବୋଲି କହୁଛୁ?”

ବୁଢୀ ରାଗି କରି ଆଗକୁ ଚାଲିଲା । ହେଲେ ଭାବିବାରେ ଲାଗିଲା ସତରେ ଏତେ ଲୋକ ଛେଳି ବୋଲି ଗାଈକୁ କହୁଛନ୍ତି କାହିଁକି? କିଛିବାଟ ଯିବା ପରେ ତୃତୀୟ ଚୋର ଆସି କହିଲା, “ହେ ଆଈବୁଢୀ, ତୋ ଛେଳିକୁ କୋଡିଏ ଟଙ୍କାରେ ବିକ୍ରି କରିବୁ ତ ମୁଁ ଏହାକୁ କିଣିନେବି ।”


ଗପ ସାରଣୀ

ତାଲିକାଭୁକ୍ତ ଗପ