ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିର ବଳ

       ଗୋଟିଏ ଜଙ୍ଗଲରେ ଗଛ ଡାଳରେ କପୋତଟିଏ ବସା ବାନ୍ଧି ରହିଥାଏ । ଥରେ ସେ ବସାରେ କେତୋଟି ଅଣ୍ଡା ଦେଲା । ମାଆ କପୋତ ମନରେ ଆନନ୍ଦ କହିଲେ ନସରେ । ଅଣ୍ଡାରୁ ଛୁଆ ବାହାରିବେ, ସେମାନଙ୍କର ଲାଳନ ପାଳନ କରି ବାତ୍ସଲ୍ୟ ମମତା ବାଂଟିଦେବ ଆଦି ଭାବନା ମନରେ ନେଇ ଖୁସି ହେଉଥାଏ ସେ ।

       ହେଲେ ଦିନେ ମାଆ କପୋତର ସମସ୍ତ ଆଶା ମଉଳିଗଲା । ସେହି ଜଙ୍ଗଲରେ ରହୁଥିବା ହାତୀଟି କପୋତ ବସା ବାନ୍ଧିଥିବା ଡାଳକୁ ଭାଙ୍ଗି ପକାଇଲା । କପୋତ ଯେତେ କାକୁତି ମିନତୀ କହି କହିଲେ ମଧ୍ୟ ହାତୀ କିଛି ଶୁଣିଲା ନାହିଁ । ଗଛ ଡାଳରୁ ଅଣ୍ଡାଗୁଡିକ ତଳେ ଖସିପଡି ଚୁରମାର ହୋଇଗଲା । ଏହା ଦେଖି ମାଆ କପୋତ ଆଖିରୁ ଲୁହ ଗଡାଇ ବସି କାନ୍ଦିଲା ଆଉ ମନେ ମନେ ଦୃଢ ପ୍ରତିଜ୍ଞା କଲା ଯେ ଦିନେ ନା ଦିନେ ଏହାର ପ୍ରତିଶୋଧସେ ନିଶ୍ଚୟ ନେବ ।

       କପୋତର କଠୋର ପ୍ରତିଜ୍ଞା କଥା ଶୁଣି ହାତୀ ଅଟ୍ଟହାସ୍ୟ କଲା । ମନେ ମନେ ଭାବିଲା କପୋତ ଭଳି ଛାର ଜୀବଟିଏ ମୋ ଭଳି ପ୍ରକାଣ୍ଡ ଜୀବର କି କ୍ଷତି କରି ପାରିବ? ସୁତରାଂ ଏହି କଥାକୁ ଅତି ହାଲୁକା ଭାବରେ ଗ୍ରହଣ କରି ସେଠାରୁ ଚାଲିଗଲା ।

       ଏଣେ କପୋତ ତା’ର ପ୍ରତିଜ୍ଞା ରକ୍ଷା ପାଇଁ ତତ୍ପର ହୋଇ ପଡିଲା । ତା’ର ବନ୍ଧୁ କାଠହଣା ଚଢେଇକୁ ଏହି କଥା କାନ୍ଦି କାନ୍ଦି କହିଲା । କପୋତ ଦୁଃଖରେ କାଠହଣା ଚଢେଇ ଦମ୍ଫତି ତରଳିଗଲେ । ସେମାନେ ସମସ୍ତେ ଏକାଠି ହୋଇ ବନ୍ଧୁ ବେଙ୍ଗ ପାଖକୁ ଗଲେ । ସେଠାରେ ସମସ୍ତେ ଏକାଠି ବସି ହାତୀର ମରଣ କଥା ଚିନ୍ତା କଲେ । ଏଥିଲାଗି ଭଅଁରର ସାହାଯ୍ୟ ଲୋଡା ଉପଲବ୍ଧକରି ସେମାନେ ଭଅଁର ପାଖରେ ପହଂଚିଗଲେ । କଥାଟି ଶୁଣୁ ଶୁଣୁ ଭଅଁର ବି ରାଜି ହୋଇଗଲା । ଏଥର ଉପାୟଟିଏ ପାଂଚି ସମସ୍ତେ ହାତୀକୁ ମାରିବା ପାଇଁ ଚାଲିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ