ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିର ବଳ

       ମୁଖିଆଙ୍କ କଥାକୁ ହସରେ ଉଡାଇ ଦେଇ ‘ରାମା’ କହିଲା – “ମୁଖିଆ ମହାଶୟ! ଆପଣ ବୁଢା ହୋଇଗଲେଣି । ଆପଣଙ୍କ ପାଖରେ ସେତିକି ଶକ୍ତି ନାହିଁ । ଯେତିକି ଗ୍ରାମର ଯୁବକମାନଙ୍କ ପାଖରେ ଅଛି । ତେଣୁ ଆପଣ ଯଦି ଏହି ଗ୍ରାମ ଛାଡି ନଯିବେ ତା’ହେଲେ ଆଜି ଆମ୍ଭେମାନେ ଏହି ଗ୍ରାମ ଛାଡି ଚାଲିଯିବୁ ।” ରାମାର କଥାଶୁଣି ମୁଖିଆ କହିଲେ, “ରାମା! ହୋଇପାରେ ମୋର ବୟସ ଅଧିକ ହୋଇଗଲାଣି କିନ୍ତୁ ବୁଦ୍ଧି ସହିତ ବୟସର କୌଣସି ସଂପର୍କ ନାହିଁ । ମୁଖିଆଙ୍କ କଥା ଶୁଣି ରାମା କହିଲା, “ତା ହେଲେ ଆପଣ କ’ଣ କହୁଛନ୍ତି ଆମ୍ଭମାନଙ୍କର ବୁଦ୍ଧି ନାହିଁ । ମୁଖିଆ କହିଲେ, “ବୁଦ୍ଧି ନାହିଁ କାହିଁକି? ବୁଦ୍ଧିର ସଠିକ୍ ଉପଯୋଗ କରିବା ଆବଶ୍ୟକ ।” ମୁଖିଆଙ୍କ କଥା ଶୁଣି ରାମା କହିଲା, “ମୋର କୌଣସି ଉପଦେଶ ଶୁଣିବା ଦରକାର ନାହିଁ । ମଣିଷର ବୁଦ୍ଧି କହିଲେ ତା’ର ଶକ୍ତିକୁ ହିଁ ବୁଝାଏ । ଆପଣମାନେ ଯଦି ଏଠାରେ ଭୋକ ଉପାସରେ ମରିବାକୁ ଚାହାଁନ୍ତି ତା’ ହେଲେ ଆମର କିଛି ଦରକାର ନାହିଁ ।”

       ଏହାପରେ ମୁଖିଆ ଯେତେ କଥା କହି ରାମାକୁ ବୁଝାଇଲେ ମଧ୍ୟ ରାମା କୌଣସି କଥା ଶୁଣିଲା ନାହିଁ । ଗ୍ରାମର ମଧ୍ୟ କେତେକ ଜନତା ରାମାକୁ ସମର୍ଥନ କରୁଥିଲେ । ଆଉ କେତେକ ମୁଖିଆଙ୍କୁ ସମର୍ଥନ କରୁଥିଲେ । ମୁଖିଆ ମଧ୍ୟ ଆଉ ଏମାନଙ୍କୁ କୌଣସି ଉପଦେଶ ନଦେଇ ଚୁପ୍ ରହିଲେ । ରାମାର କଥାରେ କେତେକ ଯୁବକ ଜିନିଷ ପତ୍ର ଧରି ଅନ୍ୟ ସ୍ଥାନକୁ ଯିବାକୁ ବାହାରିଲେ । କେତେକ ବାହାର ଯାଗାରେ ଯାଇ ବେପାର କରିବା କଥା ଚିନ୍ତା କଲେ । ବଳଦ ଗାଡିରେ ଜିନିଷ ପତ୍ର ଲଦି ବିଦାୟ ନେବାକୁ ବାହାରିଲେ । ଗ୍ରାମରେ ଯେଉଁମାନେ ରହିଗଲେ ସେମାନେ ଏହି ବିଦାୟକାଳୀନ ଦୃଶ୍ୟଦେଖି କାନ୍ଦି ପକାଉଥାଆନ୍ତି । ବାକି ଯେଉଁ ଲୋକ ଗ୍ରାମରେ ରହିଗଲେ ସେମାନଙ୍କୁ ରାତିରେ ମୁଖିଆ କହିଲେ, “ଆମ୍ଭେମାନେ ଏହି ଗ୍ରାମ ଛାଡି ଚାଲିଯିବା । ମୁଁ ଏହି ନିଷ୍ପତି ଅତ୍ୟନ୍ତ ଦୁଃଖର ସହିତ ନେଉଛି । ଏହି ପ୍ରାକୃତିକ ବିପର୍ଯ୍ୟୟକୁ ରୋକିବା ମୋ ପକ୍ଷେ କଷ୍ଟକର । ପ୍ରକୃତି ଆମ ସହିତ ଭୟଙ୍କର ଖେଳ ଖେଳି ଚାଲିଛି । ସେଇଥିପାଇଁ ମୁଁ ବାଧ୍ୟ ହୋଇ ତୁମ ମାନଙ୍କୁ ଗାଁ ଛାଡି ଚାଲିଯିବାକୁ ବାଧ୍ୟ କରୁଛି । ଏବେ ଆମ୍ଭମାନଙ୍କ ନିକଟରେ ଆଉ କୌଣସି ରାସ୍ତା ନାହିଁ । ମୁଖିଆ କହିଲେ, ଆମ ଗାଁଠାରୁ କିଛି ଦୂରରେ ଯୋଉ ପୋଖରୀ ଅଛି । ସେଠାରେ ଅଳ୍ପ ପାଣି ଅଛି । ଚାଲ! ଆମ୍ଭେମାନେ ସମସ୍ତେ ସେହି ପୋଖରୀରୁ ମାଠିଆରେ ପାଣି ଭର୍ତି କରି ଆଣି ବଳଦ ଗାଡିରେ ରଖିଦେବା ଯାହାକି ଆମର ଯାତ୍ରା ସମୟରେ ଦରକାର ହେବ । ଦ୍ୱିତୀୟରେ ଦିନେ ଦୁଇଦିନ ପାଇଁ କିଛି ଖାଦ୍ୟ ନେଇଯିବା । ଯେଉଁଠାରେ ସୁବିଧା ହେବ ସେଠାରେ କୂଅ ଖୋଳିବା ଏବଂ ଖାଦ୍ୟ ଖାଇବା ।”


ଗପ ସାରଣୀ

ତାଲିକାଭୁକ୍ତ ଗପ