ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିର ବଳ

       ଗ୍ରାମବାସୀମାନେ ମୁଖିଆଙ୍କର କଥାକୁ ଅକ୍ଷରେ ଅକ୍ଷରେ ପାଳନ କଲେ । ରାତି ରାତି ସବୁ ଠିକ୍ ଠାକ୍ କରି ସକାଳୁ ସକାଳୁ ଗ୍ରାମ ଛାଡିଲେ । ଆଗେ ଆଗେ ରାମା ତା’ର ଦଳବଳ ଘେନି ଯାଉଥାଏ । ସେମାନଙ୍କ ପଛରେ ମୁଖିଆଙ୍କ ଦଳବଳ ଯାଉଥାଆନ୍ତି । ରାସ୍ତାରେ ଯିବା ସମୟରେ ସ୍ଥାନେ ସ୍ଥାନେ କୂପ ଖୋଳା ହୋଇଥିବାର ସେମାନେ ଦେଖିଲେ । ମୁଖିଆ ଭାବିଲେ ଏହି କୂପ ନିଶ୍ଚିତ ଭାବେ ‘ରାମା’ର ଲୋକମାନେ ଖୋଳିଛନ୍ତି । ଯଦି ରାମା ଏବଂ ତା’ର ସାଥୀ ମୁଖିଆଙ୍କ କଥା ଶୁଣିଥାଆନ୍ତେ ତା’ ହେଲେ ତାଙ୍କୁ ଅଯଥାରେ ଏତେ ପରିଶ୍ରମ କରିବାକୁ ପଡିନଥାନ୍ତା । ତା’ପରେ ମରୁଭୂମିରେ ଏମାନେ ଯିବେ କିପରି? ରାମା ନିଜେ ତ’ ମରିବ, ତା’ପରେ ତାର ସାଥୀମାନଙ୍କୁ ମରାଇବ । ମୁଖିଆ ଏହିପରି ବିଭିନ୍ନ କଥା ଭାବି ଚାଲିଥାଆନ୍ତି ।

       ଠିକ୍ ଏହି ସମୟରେ ଦୂରରେ ଆଉ କିଛି ଲୋକ ଦଳବଳ ଘେନି ତାଙ୍କ ଆଡକୁ ଆସୁଥିବାର ମୁଖିଆ ଦେଖିପାରିଲେ । ସେମାନେ ଯେମିତି ପାଖକୁ ଆସିଛନ୍ତି, ସେମାନଙ୍କର ବେଶଭୂଷା ଦେଖି ମୁଖିଆଙ୍କ ସାଙ୍ଗରେ ଥିବା ଗ୍ରାମବାସୀମାନେ ଡରିଗଲେ । ସେହି ଲୋକମାନେ ମୁଖିଆଙ୍କ ପାଖକୁ ଆସି କହିଲେ,

       “ମୁଖିଆ ମହାଶୟ! ଆପଣ ବୋଧହୁଏ ବର୍ତ୍ତମାନ ଏଇ ମରୁଭୂମି ପାର ହୋଇ ସେପଟକୁ ଯିବେ । ବଳଦଗାଡିରେ ବହୁତ ପାଣି ବୋଝ ଲଦିଥିବାରୁ ବଳଦମାନେ ଚାଲି ପାରୁନାହାଁନ୍ତି । ପାଣି ବୋଝକୁ ଏଠାରେ ଫିଙ୍ଗି ଦିଅ । ଆଗରେ ବର୍ଷା ଜୋର୍ରେ ହେଉଛି । ଆମେ ପରା ବର୍ତ୍ତମାନ ସେଠାରୁ ଆସୁଛୁ । ଦେଖ, ଆମ ପୋଷାକ କେମିତି ଓଦା ହୋଇଛି ।” ଜଙ୍ଗଲୀ ଲୋକ ମାନଙ୍କର କଥା ଶୁଣି ଗ୍ରାମବାସୀ ମାନଙ୍କ ମଧ୍ୟରୁ କେତେଜଣ ପୁରା ବିଶ୍ୱାସ କରିଯାଇଥିଲେ । କିନ୍ତୁ ମୁଖିଆ କିଛି ସମୟ ଚିନ୍ତା କଲେ । ଗ୍ରାମବାସୀମାନଙ୍କୁ ଅନୁରୋଧ କରି କହିଲେ, “କେହି ଯେପରି ଗାଡିରୁ ପାଣି ମାଠିଆ ବାହାର ନ କରନ୍ତି?” ମୁଖିଆଙ୍କ କଥା ଶୁଣି କେତେକ ଲୋକ ମଧ୍ୟ ତାଙ୍କ ବିରୋଧରେ କେତେ କଥା କହିଲେ । ହେଲେ ଅଧାବାଟରେ ଯେତେବେଳେ ଆସି ପହଁଚିଛନ୍ତି, ପରସ୍ପର ମଧ୍ୟରେ ଯୁକ୍ତିତର୍କ କରି ଆଗକୁ ଚାଲିଲେ ।


ଗପ ସାରଣୀ

ତାଲିକାଭୁକ୍ତ ଗପ