ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିର ବଳ

       କିଛି ସମୟ ପରେ ମରୁଭୂମି ପଡିଲା । ମରୁଭୂମିରେ ସୂର୍ଯ୍ୟଙ୍କର ପ୍ରଖର କିରଣ ସହ୍ୟ କରି ହେଉ ନଥାଏ । ଲୋକମାନେ ଗୋଟିଏ ଗୋଟିଏ ସ୍ଥାନରେ ରହି ପାଣି ପିଇବା ପରେ ପୁଣି ବାଟ ଚାଲୁଥାଆନ୍ତି । ଏହିପରି ଗୋଟିଏ ଦିନ ପରେ ସେମାନେ ମରୁଭୂମିକୁ ଅତିକ୍ରମ କରିଗଲେ । ଏହାପରେ ଗୋଟିଏ ସ୍ଥାନରେ ଛୋଟିଆ ଜଙ୍ଗଲଟିଏ ପଡିଲା । ସେଠାରେ ସେମାନେ କେତେକ ଲୋକଙ୍କ ହାଡ, ଖପୁରୀ ପଡିଥିବାର ଦେଖିଲେ । ପୁଣି କେତେକ ସ୍ଥାନରେ ଅଧା ଖଣ୍ଡିଆ ଶବ ସବୁ ପଡିଥାଏ । ଏହାକୁ ଦେଖି ଗ୍ରାମବାସୀମାନେ ରାମା ଏବଂ ତା’ର ଦଳ ମରିଯାଇଛନ୍ତି ବୋଲି ଜାଣିପାରିଲେ । ଏହାପରେ ମୁଖିଆ ଗ୍ରାମବାସୀମାନଙ୍କୁ କହିଲେ, “ଆମକୁ ବାଟରେ ଯେଉଁ ଲୋକମାନେ ଘେରି ଯାଇ କହିଥିଲେ ଯେ ଆଗରେ ବର୍ଷା ହେଉଛି ତୁମେମାନେ ପାଣି ମାଠିଆ ଏଠାରେ ଫିଙ୍ଗିଦିଅ । ସେମାନେ ପ୍ରକୃତରେ ମନୁଷ୍ୟ ନୁହଁନ୍ତି । ସେମାନେ ହେଉଛନ୍ତି ଜଙ୍ଗଲୀ ଲୋକ । ମନୁଷ୍ୟମାନଙ୍କୁ ମାରି ଖାଇବା ସେମାନଙ୍କର ଅଭ୍ୟାସ । ସେଇଥିପାଇଁ ସେମାନେ ଆମକୁ ପାଣି ମାଠିଆ ଫିଙ୍ଗି ଦେବାକୁ କହୁଥିଲେ । ଆମ୍ଭେମାନେ ଯଦି ତାଙ୍କ କଥାରେ ପଡି ପାଣି ମାଠିଆ ସେଠାରେ ଫୋପାଡି ଦେଇଥାଆନ୍ତେ, ମରୁଭୂମିରେ ଯିବା ସମୟରେ ସୂର୍ଯ୍ୟ ତାପ ହେତୁ ଶୋଷରେ ଆଉଟି ପାଉଟି ହୋଇଥାଆନ୍ତେ । ସେଠାରେ ଆମକୁ କୌଣସି ସ୍ଥାନରେ ପାଣି ମିଳି ନଥାନ୍ତା । ଏହାପରେ ଆମ୍ଭେମାନେ ଚାଲିବାକୁ ମଧ୍ୟ ସକ୍ଷମ ହୋଇପାରି ନଥାନ୍ତେ । ଏହାପରେ ସେମାନେ ଆସି ଆମକୁ ମାରି ଖାଇଥାଆନ୍ତେ । ମୁଁ ସେମାନଙ୍କ କଥାବାର୍ତ୍ତା ରୁ ସେମାନଙ୍କର ଉଦ୍ଧେଶ୍ୟ ସଂପର୍କରେ ଜାଣିପାରୁଥିଲି ।

       ସେହି ଜଙ୍ଗଲୀ ମନୁଷ୍ୟମାନେ ନିଶ୍ଚିତ ଭାବେ ‘ରାମା’ ଏବଂ ତାର ଦଳକୁ ଏହି କଥା କହିଥିବେ । ‘ରାମା’ ତାଙ୍କ କଥାରେ ବିଶ୍ୱାସ କରିଯାଇଥିବ । ଯାହା ଫଳରେ ତାକୁ ଆଜି ଏ ଦଶା ଭୋଗ କରିବାକୁ ପଡିଲା ।

        ମୁଖିଆଙ୍କର କଥା ଶୁଣି ଯେଉଁମାନେ ମୁଖିଆଙ୍କୁ ବିରୋଧ କରୁଥିଲେ, ସେମାନେ ପ୍ରଥମେ ମୁଖିଆଙ୍କୁ ଭୁଲ୍ ମାଗିଲେ । ଗ୍ରାମବାସୀମାନେ ସମସ୍ତେ ମୁଖିଆଙ୍କର ବୁଦ୍ଧିକୁ ଶତମୁଖରେ ପ୍ରଶଂସା କରୁଥିଲେ । ତେଣୁ ମହାପୁରୁଷମାନେ କହିଛନ୍ତି – “ସବୁ ସମୟରେ ଗୁରୁଜନମାନଙ୍କର ଉପଦେଶ ଅକ୍ଷରେ ଅକ୍ଷରେ ପାଳନ କରିବା ଉଚିତ୍ । କାରଣ ଗୁରୁଜନମାନେ ସର୍ବଦା ଆମର ମଙ୍ଗଳ କାମନା କରିଥାଆନ୍ତି ।” ଯେଉଁମାନେ ଗୁରୁଜନମାନଙ୍କର ଉପଦେଶକୁ ହେୟଜ୍ଞାନ କରନ୍ତି ସେମାନେ ‘ରାମା’ ଏବଂ ତାର ସାଥୀମାନେ ମୃତ୍ୟୁବରଣ କଲାପରି ଦୁର୍ଦ୍ଧଶା ଭୋଗ କରନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ