ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୁଦ୍ଧିହୀନ କୁଆ

ଦିନେ ଜଙ୍ଗଲରେ ବୁଲୁ ବୁଲୁ କୁଆ ଦେଖିଲା ଯେ ମୟୂରମାନଙ୍କର ବହୁତ ପର ପଡିଛି । ସେ ମୟୂର ପରସବୁକୁ କୁଆ ନିଜ ଦେହରେ ଖୋସି ଦେଲା ଓ ଭାବିଲା ଏ ପରସବୁ ଲଗାଇ ସେ ଠିକ୍ ମୟୂର ପରି ଦିଶୁଛି । ସେହି ଦିନଠାରୁ ସେ ଅନ୍ୟ କୁଆମାନଙ୍କ ସାଙ୍ଗରେ ଆଉ ମିଶିଲା ନାହିଁ । ଖାଲି ସେ ମୟୂରମାନଙ୍କ ସାଙ୍ଗରେ ବୁଲିଲା । କିଛି ଦିନ ପରେ ମୟୂରମାନେ ତା’ର ପ୍ରକୃତ ସ୍ୱରୂପ ଜାଣିପାରି ତା’ ଦେହରେ ଲଗାହୋଇଥିବା ମୟୂର ପର ଗୁଡିକୁ ବାହାର କରି କୁଆକୁ ତାଙ୍କ ଗୋଠରୁ ତଡି ଦେଲେ । ମୟୂରମାନଙ୍କ ଠାରୁ ତଡା ଖାଇ କୁଆ ପୁଣି ତା’ର ପୁରୁଣା ସାଙ୍ଗସାଥୀ କାଉମାନଙ୍କ ପାଖକୁ ଫେରି ଆସିଲା । ହେଲେ କାଉମାନେ ସେ କୂଆର ପୁରୁଣା ବ୍ୟବହାର ଭୁଲିବେ ବା କେମିତି? ସେମାନେ ମଧ୍ୟ ତାଙ୍କ ସାଙ୍ଗରେ ଏ କୂଆକୁ ଆଉ ପୂରାଇ ଦେଲେ ନାହିଁ । ତାପରେ ସେ ମନ ଦୁଃଖରେ ଏକଘରକିଆ ହୋଇ ରହିଲା ।

ନିଜ ସାଙ୍ଗ ସାଥୀଙ୍କୁ ଛାଡିଦେଲେ ବିପଦ ବେଳେ ସାହାଯ୍ୟ କରିବାକୁ ଆଉ କେହି ବି ନଥାନ୍ତି ।


ଗପ ସାରଣୀ

ତାଲିକାଭୁକ୍ତ ଗପ