ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୃକ୍ଷର ଜୀବନ

       ଆମ୍ବଗଛର ଏଭଳି ମହତପଣିଆ କଥା ଶୁଣି ନିମ୍ବଗଛ ନୀରବ ରହିଲା । କାରଣ ସେ ଭଲ ଭାବରେ ଜାଣିଥିଲା ଯେ, ନିଜର ଫଳ କେତେ ତିକ୍ତ ଓ ଅନାଦୃତ । ଆମ୍ବଗଛକୁ ଏ ସମ୍ପର୍କରେ କହିବା ବେଳେ ନିଜ ହୀନ ଭାବନାର ପରିଚାୟକ ଥିଲା ମାତ୍ର । ସତେଯେପରି ଜଣେ କୃପଣ ବ୍ୟକ୍ତି ବଦାନ୍ୟ ବ୍ୟକ୍ତିକୁ କହୁଥାଏ ।

       ବାସ୍ତବରେ ଦେବାରେ ଯେଉଁ ଆନନ୍ଦ ନିହିତ, ତାହା ସଂଚୟରେ ନଥାଏ । ଯିଏ ଦାନକରି ନାହାନ୍ତି ସିଏ ଜୀବନରେ କେବେ ଶାନ୍ତି ଲାଭ କରିନାହାନ୍ତି । ସେହିମାନେ ହିଁ ଧନର ଦାସ ପାଲଟି ଯାଆନ୍ତି କେବଳ ଧନ ସଂଚୟ କରିକରି ।

       ପୃଥିବୀରେ କୋଟି କୋଟି ଲୋକ ଜନ୍ମନେଇ ମୃତ୍ୟୁବରଣ କରୁଛନ୍ତି, ହେଲେ କେହି କାହାକୁ ମନେ ରଖନ୍ତି ନାହିଁ । ବିପୁଳ ସମ୍ପତ୍ତିର ଅଧିକାରୀ ଯେମିତି ମଶାଣିରେ ମୁଠାଏ ପାଉଁଶ ହୋଇଯାଏ, ଦରିଦ୍ର ଲୋକଟି ମଧ୍ୟ ସେପରି ହୁଏ । ତେବେ ଫରକ ରହିଲା କେଉଁଠି?

       ମାତ୍ର ଏଇ କୋଟି କୋଟି ମଣିଷଭିତରୁ କେଇ ଜଣ ସମାଜରେ ବଂଚିରହିଥାନ୍ତି, କେବଳ ସେମାନଙ୍କର ସମାଜକୁ ଜୀବନ ଉତ୍ସର୍ଗ ଯୋଗୁଁ । ଠିକ୍ ଅନ୍ୟକୁ ଛାୟା ପ୍ରଦାନ, ଫଳବଂଟନ ଓ ଜାଳେଣି ଯୋଗଣ କରି ଚାଲିଥିବା ବୃକ୍ଷର ଜୀବନ ଭଳି ।


ଗପ ସାରଣୀ

ତାଲିକାଭୁକ୍ତ ଗପ