ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବେଙ୍ଗ ବାହାଦୁର

ଗୋଟିଏ ଗାଁ’ରେ ଜଣେ କୃଷକ ଓ ତା’ସ୍ତ୍ରୀ ରହୁଥାନ୍ତି । ସେମାନଙ୍କର କୌଣସି ପିଲାପିଲି ନଥାନ୍ତି । ସେଥିପାଇଁ ସେମାନଙ୍କ ମନ ଭାରି କଷ୍ଟ ହେଉଥାଏ ।

                ବହୁତ ଓଷାବ୍ରତ କଲାପରେ ସେ କୃଷକ ସ୍ତ୍ରୀର ଗୋଟିଏ ପିଲା ଜନ୍ମ ହେଲା । ହେଲେ ଏଥିରେ ସେମାନେ ମୋଟେ ଖୁସି ହେଲେ ନାହିଁ । କାରଣ ସେ ପିଲାଟି ଥିଲା ଗୋଟିଏ ବେଙ୍ଗ ।

                ଏପରି ଏକ ଅଦ୍ଭୁତ ପିଲାକୁ ଦେଖି ସେ କୃଷକ କହିଲା, ‘ଏ ବେଙ୍ଗଟିକୁ ବିଲରେ ଛାଡିଦେଇ ଆସିବା ।’ ହେଲେ ଏ ପ୍ରକାର ପ୍ରସ୍ତାବରେ ସେ କୃଷକର ସ୍ତ୍ରୀ ଆଦୌ ରାଜି ହେଲା ନାହିଁ । ବରଂ କହିଲା, ‘ବେଙ୍ଗ ହେଲେ ବି ତ ଏ ମୋ’ରି ପିଲା । ମୁଁ ତା’ର ବୁଝାସୁଝା କରିବି ।’

                କୃଷକର ସ୍ତ୍ରୀ ସେ ବେଙ୍ଗ ପିଲାଟିର ଖୁବ୍ ଯତ୍ନ ନେଲା – ସତେ ଯେମିତି ସେ ମଣିଷ ପିଲାଟିଏ! ସମୟ କ୍ରମେ ସେ ବେଙ୍ଗ ପିଲାଟି ଡେଇଁବା ଶିଖିଲା; ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯାଇପାରିଲା – ଏମିତିକି ଟିକିଏ ଟିକିଏ କଥା ବି କହି ପାରିଲା ।

                ଦିନେ ସେ କୃଷକର ସ୍ତ୍ରୀ ତା’ ସ୍ୱାମୀ ପାଇଁ ଭାତ ପୁଡିଆଟି ଧରି ବିଲକୁ ବାହାରିଛି, ଏହି ସମୟରେ ହଠାତ୍ ସେ ବେଙ୍ଗ କହିଲା, ‘ମା, ମୋତେ ସେ ଭାତ ପୁଡିଆଟି ଦିଅ । ମୁଁ ବାପାଙ୍କ ପାଖକୁ ନେଇଯିବି ।’

        ଏକଥା ଶୁଣି ମା କହିଲା, ‘ତୁ ତ ସାମାନ୍ୟ ବେଙ୍ଗଟାଏ । ତୁ କେମିତି ଭାତ ପୁଡିଆ ନେବୁ? ବାଟରେ ଯଦି ତତେ କିଏ ମାଡି ପକାଇବ ।’

                ମା ର ଏଭଳି ପ୍ରଶ୍ନର ଭରସା ପୂର୍ଣ୍ଣ ଉତ୍ତର ଦେବାକୁ ଯାଇ ସେ ବେଙ୍ଗ ପିଲା କହିଲା – ‘ମୁଁ  ଭାତ ପୁଡିଆ ବାପାଙ୍କ ପାଖରେ ପହଁଚାଇ ଦେବି । ମୋର କେହି କିଛି ବି କ୍ଷତି କରିପାରିବେ ନାହିଁ’ ।


ଗପ ସାରଣୀ

ତାଲିକାଭୁକ୍ତ ଗପ