ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୋକା ନା ବିବେକୀ?

ଶେଖର ଗୁମାସ୍ତାଙ୍କ ସହ କଥା ହେଉଛି, ହଠାତ୍ ଜମିଦାର ଆସି ସେଠାରେ ପହଁଚିଯାଇ କହିଲେ, “ଗୁମାସ୍ତା, ତମେ କୌଣସି ଗୋଟାଏ କବି ଫବିକୁ ଚିହ୍ନିଛ? ସୂର୍ଯ୍ୟାସ୍ତ ପୂର୍ବରୁ ଧରି ଆଣି ପାରିବ?”

ଗୁମାସ୍ତା ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “କାହିଁକି ଆଜ୍ଞା? ସୂର୍ଯ୍ୟାସ୍ତକୁ ତ ଆଉ ମାତ୍ର ଘଂଟାଏ ବାକି!”

ଜମିଦାର କହିଲେ “କଥା କ’ଣ କି, ବାପା ମୃତ୍ୟୁ ପୂର୍ବରୁ ମୋତେ କହିଥିଲେ କି ସେ ତାଙ୍କ ସଭାରେ ଯୋଡାଏ ତିନୋଟି ଗାୟକ, ଯୋଡାଏ ତିନୋଟି ଶିଳ୍ପୀକୁ ପୋଷିଲେ; କିନ୍ତୁ କବିଟିଏ ରଖିପାରିଲେ ନାହିଁ । ମୁଁ କହିଲି ମୁଁ ଗୋଟାଏ କବି ଆଣି ପୋଷିବି । ଆଜି ସେକଥା ହଠାତ୍ ମନେ ପଡିଲା । ବାପାଙ୍କ ପବିତ୍ର ଶ୍ରାଦ୍ଧ ଦିବସ ବିତିଯିବା ପୂର୍ବରୁ କବିଟାଏ ଧରି ଆଣି ପାରିଲେ ବାପାଙ୍କ ଆତ୍ମା ଶାନ୍ତି ପାଆନ୍ତା ।”

ଗୁମାସ୍ତା ହସି ଜଣାଇଲେ, “ଆଜ୍ଞା, ବିଧିର ବିଧାନ ଏପରି, ଆପଶଙ୍କ ପୂଣ୍ୟାତ୍ମା ପିତାଙ୍କ ଇଛା ପୂରଣ ଲାଗି ବଳେ ବଳେ କବିଟିଏ ପହଁଚିଯାଇଛନ୍ତି । ମୁଁ ଏହାଙ୍କ କବିତ୍ୱର ପ୍ରମାଣ ପାଇଛି ।”

ଜମିଦାର କହିଲେ “ବାଃ, ବାଃ! ହଇହେ କବି! ତମେ ଆମ ଅତିଥି ଭବନରେ ରୁହ । ଆରାମ୍ରେ ଖିଆପିଆ କର । ମନଇଛା କବିତା ଲେଖୁଥାଅ । ମଝିରେ ମଝିରେ ମୋ ବାପାଙ୍କ ସମାଧି ପାଖରେ ବସି କବିତା ପଢିବ । ହେଲା? ମାସକୁ ଦରମା ଶହେ ସ୍ୱର୍ଣ୍ଣମୁଦ୍ରା!”

                ଶହେ ସ୍ୱର୍ଣ୍ଣମୁଦ୍ରା! ଏକଥା ଶୁଣି ଶେଖର ନିଜ କାନକୁ ବିଶ୍ୱାସ କରି ପାରିଲା ନାହିଁ ।

                ଜମିଦାର ପୁଣି କହିଲେ, “ମୁଁ ଏତେ ଅଧିକ ଦରମା ଦେଉଛି ହେଲେ ଗୋଟାଏ ସର୍ତ୍ତରେ । ମୁଁ ତମକୁ ଚାଲି ଯିବାକୁ କହିବା ପୂର୍ବରୁ ମୋ ଚାକିରୀ ଛାଡି ତୁମେ କୁଆଡେ ବି ଯାଇ ପାରିବ ନାହିଁ!”

                ଘରେ ଭୀଷଣ ଅଭାବ । ଯେ କୌଣସି ମୁହୂର୍ତ୍ତରେ ଘର ଦ୍ୱାର ନିଲାମ ହୋଇ ଯାଇ ପାରେ । ଅଗତ୍ୟା ଶେଖର ରାଜି ହେଲା ।

କିନ୍ତୁ କ୍ରମେ ସେ ବିଷର୍ଣ୍ଣ ଅନୁଭବ କଲା । କବିତା ସିନା ଜୀବନ୍ତ ରସିକମାନଙ୍କୁ ଶୁଣାନ୍ତା, ହେଲେ ଏ ସମାଧି ପାଖରେ ବସି ମୃତ କୁ ଶୁଣାଇବାରେ କି ସନ୍ତୋଷ?

ଜମିଦାର ନିଜେ ଶୁଣନ୍ତୁ ବୋଲି ସେ ଯେତେ ମନ କଲେ ବି ସୁଯୋଗ ପାଇଲା ନାହିଁ । ଅବଶ୍ୟ ଆର୍ଥିକ ସମସ୍ୟାର ସମାଧାନ ହୋଇଗଲା ।

ଦିନେ ସେ ଛୁଟିନେଇ ନିଜ ଗାଁକୁ ଯାଉଛି, ବାଟରେ ତାକୁ ଶୋଷ ଲାଗିବାରୁ ଗୋଟାଏ ସରୋବର କୂଳରେ ସେ ବସି ପାଣି ପିଇ ବିଶ୍ରାମ କଲା । ସେଠି ପଗଡି ଭିଡି ଜଣେ ପଥିକ ବସିଥିଲେ । ତାଙ୍କ ଘୋଡା ଅଦୂରରେ ଚରୁଥିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ