ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ବୋକା ନା ବିବେକୀ?

ପଥିକ ପଚାରିଲେ “ତୁମେ କିଏ ଯୁବକ?”

“ସୌଭାଗ୍ୟର ସନ୍ତାନ ମୁଁ

ଦୁର୍ଭାଗ୍ୟର ଅଟେ କ୍ରୀତଦାସ,

ବାହାରଟି ଚମତ୍କାର,

ହୃଦେ କିନ୍ତୁ ଭରା ହାହୁତାଶ!”

କବିତାର କହିଲା ଶେଖର ।

ପଥିକ ବିସ୍ମିତ ତଥା ଆନନ୍ଦିତ ହୋଇ ତା’ର ହାଲ୍ଚାଲ୍ସବୁ ପଚାରି ବୁଝିଲେ ଓ ଘୋଡା ଚଢି ଚାଲିଗଲେ ।

ପରଦିନ ଶେଖରର ଘର ଆଗରେ ରାଜଦୂତ ଓ ସୁସଜ୍ଜିତ ଅଶ୍ୱଯାନ ଆସି ପହଁଚିଲେ । ରାଜଦୂତ କହିଲେ “ମହାରାଜ ଆପଣଙ୍କୁ ଅଭିବାଦନ ଜଣାଇ ରାଜସଭାକୁ ନିମନ୍ତ୍ରଣ କରିଛନ୍ତି ।”

ସେମାନଙ୍କଠାରୁ ଏଭଳି କଥା ଶୁଣିବା ମାତ୍ରେ ଶେଖରର ବିସ୍ମୟ ଆଉ ସୀମା ରହିଲା ନାହିଁ । ସେ ତତ୍କ୍ଷଣାତ୍ ବାହାରିପଡିଲା । ରାଜାଙ୍କୁ ଦେଖିବାମାତ୍ରେ ସେ ଠିକ୍ ବୁଝିଲା, ପୂର୍ବଦିନ ସରୋବର କୂଳରେ ସେ ଯାହାଙ୍କୁ ଭେଟିଥିଲା, ସେ ଆଉ କେହି ନୁହଁନ୍ତି ଛଦ୍ମବେଶୀ ରାଜା!

ରାଜା କହିଲେ “ଯୁବକ! ତମେ ମୋ ରାଜସଭାରେ କବି ରୂପେ ଯୋଗ ଦିଅ ।”

ଶେଖର କହିଲା “ମହାରାଜ! ଆପଣଙ୍କ ଦୟାପାଇଁ ମୁଁ କୃତଜ୍ଞ । କିନ୍ତୁ ଯେଉଁ ଜମିଦାର ପୂର୍ଣ୍ଣ ପ୍ରକାଶ ମୋତେ ଘୋର ସଙ୍କଟରୁ ରକ୍ଷାକରିଛନ୍ତି ତାଙ୍କଠି ମୁଁ ଆହୁରି କୃତଜ୍ଞ । ତାଙ୍କ ଠାରେ ମୁଁ ସର୍ତ୍ତବଦ୍ଧ : ସେ ନ କହିଲେ ମୁଁ ତାଙ୍କ ସଭା ଛାଡି ଆଦୌ ଆସି ପାରିବି ନାହିଁ । ଏଣୁ ମୋତେ କ୍ଷମା କରନ୍ତୁ ।”

ରାଜା ଖଣ୍ଡିଏ କାଗଜ ଦେଖାଇବା ସଙ୍ଗେ ସଙ୍ଗେ କହିଲେ, “ତମେ ଖାଲି ପ୍ରତିଭାବାନ୍ କବି ନୁହଁ, ତତ୍ସହିତ ବିବେକୀ ଓ ସାହସୀ ମଧ୍ୟ ।”

ସେ କାଗଜରେ ଜମିଦାର ପୂର୍ଣ୍ଣ ପ୍ରକାଶ ଲେଖିଦେଇଥିଲେ କି ଶେଖରକୁ ସେ ରାଜ ସଭାରେ ଯୋଗ ଦେବା ନିମନ୍ତେ ନିର୍ଦ୍ଧେଶ ଦେଉଛନ୍ତି ।

ଶେଖରଙ୍କ ଆଖିରୁ ଆନନ୍ଦାଶ୍ରୁ ଝରିପଡିଲା । ଏହାପରେ ସେ ରାଜସଭାରେ ଯୋଗ ଦେଲେ ।

କାହାଣୀଟି ଏଇଠି ଶେଷ କରି ବେତାଳ ପ୍ରଶ୍ନ କଲା, “ରାଜା! ଶେଖର କବି ବୋଲି ହୁଏତ ରାଜା ପ୍ରମାଣ ପାଇଥିଲେ । ତେଣୁ ତା’କୁ ରାଜସଭାକୁ ସ୍ୱାଗତ କଲେ । କିନ୍ତୁ ତାକୁ ବିବେକୀ ଓ ସାହସୀ ବୋଲି କହି ନିଜେ ଅବିବେକୀ ବୋଲି ଧରାପଡିଗଲେ ନାହିଁକି? ଯିଏ ରାଜାଙ୍କଠୁଁ ପ୍ରସ୍ତାବ ପାଇ ମଧ୍ୟ ଜମିଦାରଠାରେ ରହିବ ବୋଲି କହୁଥିଲା, ସେ ପୁଣି କିପରି ବା ବିବେକୀ ହୋଇପାରେ? ଆଉ ସାହସର ପ୍ରମାଣ ବା ସେ କେତେବେଳେ ଦେଲା? ନା ଚନ୍ଦ୍ରଶେଖର କେବେ ଯୁଦ୍ଧ କ୍ଷେତ୍ରକୁ ଯାଇଛି, ନା ସେ କେବେ ଚୋର ଡାକୁଙ୍କୁ ସାମ୍ନା କରିଛି । ସାହସର ପ୍ରମାଣ ଦେବାର ସୁଯୋଗ ଜୀବନରେ ସେ ତ କାହିଁ କେବେବି ପାଇନାହିଁ । ଅଥଚ ରାଜା ତାକୁ ସାହସୀ ବୋଲି କହିଲେ । ଏହା ଆଉ ସେ ରାଜାଙ୍କ ବୋକାମି ନୁହେଁ ତ ଆଉ କ’ଣ? ପାରିଲେ ମୋର ଏସବୁ ପ୍ରଶ୍ନର ଯଥାର୍ଥ ଉତ୍ତର ଦିଅ । ଆଉ ଉତ୍ତର ଜାଣି ସୁଧା ତମେ ଯଦି କିଛି ବି ଉତ୍ତର ନ ଦେବ ତେବେ ତୁମର ଶିର ସ୍କନ୍ଧଚ୍ୟୁତ ହେବ ।”

ରାଜା ବିକ୍ରମାର୍କ ମୁହୂର୍ତ୍ତେ ମଧ୍ୟ ବିଳମ୍ବ ନକରି ତୁରନ୍ତ ଉତ୍ତର ଦେଲେ, “ଯାହାଠୁଁ ଉପକାର ମିଳିଥାଏ, ତାହା ପ୍ରତି କୃତଜ୍ଞ ରହିବା ମହତ୍ୱର ଓ ସୁବିବେକିତାର ପରିଚୟ । ରାଜାଙ୍କ ପ୍ରସ୍ତାବ ସତ୍ତ୍ୱେ ଶେଖର ଯେ ଜମିଦାରଙ୍କଠିଁ ରହିବାକୁ ପ୍ରସ୍ତୁତ ଥିଲା, ତାହା ତା’ର ଉଜ୍ଜ୍ୱଳ ବିବେକ୍ର ପରିଚୟ ଦେଉଥିଲା । ଆଉ ବାକି ରହିଲା ସାହସର କଥା । ସାହସୀ ନ ହେଲେ ରାଜାଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବା କାହା ପକ୍ଷରେ ସମ୍ଭବପର ନୁହେଁ । ଏଠାରେ ସାଧାରଣ ସାହସ କଥା ପଡିନାହିଁ । ନୈତିକ ସାହସ କଥା କୁହାଯାଉଛି । ରାଜାଙ୍କ କଥା ଉପରେ ଆପତ୍ତିର ସୂଚନା ଦେବା ବି କୌଣସି ସାଧାରଣ ଲୋକ ପକ୍ଷରେ ସମ୍ଭବପର ନଥିଲା ।”

ରାଜାଙ୍କ ମୌନ ଭଙ୍ଗ ହେବା ମାତ୍ରେ ଶବସହ ଶବସ୍ଥିତ ସେ ବେତାଳ ବି ତାଙ୍କ କାନ୍ଧରୁ ଖସିଯାଇ ପୂନର୍ବାର ବୃକ୍ଷ ଡାଳରେ ଝୁଲି ପଡିଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ