ବିଷ୍ଣୁଙ୍କଠାରୁ ବର ପାଇ ସେହିଦିନ ଠାରୁ ସେ ଶୁଆ ଅମର ହୋଇଗଲା । ଏଥର ମହାଦେବ ତାର ଅବା ଆଉ କଅଣ କରିବେ? ସେ ଶିବ ତେଣୁ ଖାଲି କ୍ରୋଧରେ ନିଜର ବିଶ୍ୱରୂପ ପ୍ରକାଶ କଲେ । ଶିବଙ୍କର ଜିଦ୍, ଯେମିତି ହେଉ ସେ ଶୁକପକ୍ଷୀକୁ ଧରି ଭସ୍ମ କରିବେ । ଶୁକ ବିଷ୍ଣୁଙ୍କୁ ସ୍ମରଣ କରିବାରୁ ବିଷ୍ଣୁ ତାକୁ ତୁରନ୍ତ କଳ୍ପବୃକ୍ଷକୁ ପଠାଇଦେଲେ । ନିଶ୍ଚିତ ମନରେ ସେହି କଳ୍ପବୃକ୍ଷର ଉପର ଶାଖାରେ ନିର୍ଭୟରେ ସେ ଶୁକପକ୍ଷୀଟି ବସିଥାଏ ଏବଂ ଖାଲି ପ୍ରଭୁଙ୍କର ନାମ ଜପ କରୁଥାଏ । ଈଶ୍ୱର ଯେତେ ହାତ ବଢାଇଲେ ମଧ୍ୟ ସେ କଳ୍ପବୃକ୍ଷକୁ ତାହା ଆଦୌ ପାଏ ନାହିଁ । ବିଷ୍ଣୁଙ୍କ ପ୍ରଭାବରେ ସେ ବୃକ୍ଷଟି ସେମିତି ଉପରକୁ ଉପରକୁ ବଢି ଚାଲିଥାଏ । ଈଶ୍ୱର ଅଷ୍ଟରତ୍ନଗିରି, ହୀରାପର୍ବତ, ନୀଳଗିରି, ମୋତିଗିରି ପ୍ରଭୃତି ପର୍ବତ ମାନଙ୍କୁ ରଖି ତା’ ଉପରେ ସେ ଚଢିଲେ; ତଥାପି ବି ସେ କଳ୍ପବୃକ୍ଷକୁ ଶିବଙ୍କର ହାତ ଆଦୌ ପାଇଲା ନାହିଁ । ଶେଷରେ ଈଶ୍ୱର କେବଳ ହତାଶ ହୋଇ ସେଠାରେ ରହିଲେ ।
ଠିକ୍ ଏହି ସମୟରେ ସେ ବ୍ୟାସଦେବଙ୍କ ପତ୍ନୀ ଶ୍ରୀୟାବତୀ ନଦୀରେ ସ୍ନାନ କରୁଥାଆନ୍ତି । ପାଟି ଆଁ କରି ପାଣି କୁଳୁ କୁଳୁ କରୁଥିବା ବେଳେ ଶୁକପକ୍ଷୀ ଶ୍ରୀୟାବତୀଙ୍କର ପାଟି ବାଟେ ତାଙ୍କ ଗର୍ଭରେ ଆଶ୍ରୟ ଗ୍ରହଣ କଲା । ଏତିକିବେଳେ ସେଠାରେ ଈଶ୍ୱର ଆସି ପହଁଚିଗଲେ । ତାପରେ ଶ୍ରୀୟାବତୀ ବି ପୁଅଟିଏ କାମନା କରି ଶିବଙ୍କୁ ପ୍ରାର୍ଥନା କଲେ । ଶିବ ସେ ଶ୍ରୀୟାବତୀଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ କହିଲେ, “ତୁମେ ପୁତ୍ରବତୀ ହୁଅ । ମହାଜ୍ଞାନୀ ଶୁକଙ୍କୁ ତୁମେ ପୁତ୍ର ରୂପେ ଲାଭ କର । ସେ ଏଣିକି ଶୁକମୁନି ଭାବରେ ପରିଚିତ ହେବେ ଏବଂ ସେ ସଂସାରରେ ପ୍ରଭୁଙ୍କର ନାମ ପ୍ରଚାର କରିବେ ।
ଶେଷରେ ତାହାହିଁ ହେଲା । ଶୁକପକ୍ଷୀଟି ବ୍ୟାସଦେବଙ୍କ ପୁତ୍ର ରୂପେ ଜନ୍ମନେଲା । ଏହି ପୁତ୍ରର ନାମ ହେଲା ଶୁକଦେବ । ଶୁକଦେବ ଥିଲେ ଜଣେ ମହାନ୍ ବ୍ରହ୍ମଜ୍ଞାନୀ । ଆଜି ପର୍ଯ୍ୟନ୍ତ ସଂସାରରେ ତାଙ୍କ ଯଶ ସେମିତି ଅକ୍ଷୟ ହୋଇ ରହିଛି ।
ବିଶେଷ ଦ୍ରଷ୍ଟବ୍ୟ:- କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ କେବଳ କଳ୍ପନା ଭାବଧାରା ଦ୍ୱାରାହିଁ ପ୍ରତିବେସିତ। ଯଦି କୌଣସି କାହାଣୀରେ ବୈଜ୍ଞାନିକ ଆଧାର ନଥାଏ ତାକୁ ସତ୍ୟ ମାନିବା ଅନୁଚିତ୍। କେତେକ କାହାଣୀ ମନୋରଂଜନ ଏବଂ ନୀତି ଶିକ୍ଷା ଉବ୍ଦେଶ୍ୟରେ ଲେଖା ହୋଇଥିଲେ ମଧ୍ୟ ସେଗୁଡିକ ଜାତି, ଧର୍ମ ଓ ବ୍ୟକ୍ତିବିଶେଷ ପ୍ରଚାର ଉଦ୍ଧେଶ୍ୟରେ ଲିଖିତ ଧୁର୍ତ୍ତ ଗପ । (Promotional racial con story)