ଗୋଟିଏ ସହରରେ ‘ବିଷ୍ଣୁ ଶର୍ମା’ ନାମକ ଜଣେ ବ୍ରାହ୍ମଣ ସପରିବାର ବାସ କରୁଥିଲେ । ଦିନେ ବ୍ରାହ୍ମଣୀ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲେ । ଠିକ୍ ସେହିଦିନ ତାଙ୍କ ଘର ପଛପଟେ ଏକ ନେଉଳ ଛୁଆଟିଏ ଜନ୍ମ କରି ସଂଗେ ସଂଗେ ଆରପାରିକୁ ଚାଲିଗଲା । ବ୍ରାହ୍ମଣୀ ସଂଗେ ସଂଗେ ନେଉଳ ଛୁଆକୁ ଘରକୁ ଆଣି ନିଜ ପୁଅ ପରି ପାଳିଲେ । କ୍ରମେ ନେଉଳ ଛୁଆ ଓ ଶିଶୁ ପୁତ୍ର ବଡ ହେବାକୁ ଲାଗିଲେ ।
ଦିନ କର କଥା । ବ୍ରାହ୍ମଣୀ ପାଣି ଆଣିବା ପାଇଁ କୁଅ ନିକଟକୁ ଯାଇଥାଆନ୍ତି । ପୁଅଟିକୁ ଶୋଇ ପକାଇଥାନ୍ତି । ବ୍ରାହ୍ମଣଙ୍କୁ ପୁଅ ପ୍ରତି ନଜର ରଖିବାକୁ କହି ବ୍ରାହ୍ମଣୀ ଯାଇଥାନ୍ତି । ବ୍ରାହ୍ମଣୀଙ୍କର ଆସିବାରେ ବିଳମ୍ବ ହେବାରୁ ବ୍ରାହ୍ମଣ ଭିକ୍ଷା କରିବାକୁ ବାହାରି ଗଲେ । ପୁଅ ପାଖରେ ନେଉଳ ଛୁଆଟି ବସିଥାଏ । ହଠାତ୍ ଅଗଣାରେ ଥିବା ଏକ ଗାତରୁ ଗୋଟିଏ ନାଗ ସାପ ବାହାରି ଆସିଲା, ନେଉଳ ସାପକୁ ଦେଖିବା ମାତ୍ରକେ ତା’ ସହିତ ଯୁଦ୍ଧ ଆରମ୍ଭ କରିଦେଲା । କିଛି ସମୟ ପରେ ନେଉଳ ସାପକୁ ମାରି ଟିକ୍ ଟିକ୍ କରିଦେଲା । ସାପ ମରିଗଲାପରେ ନେଉଳ ସଂଗେ ସଂଗେ ଧାଇଁଲା କୁଅ ନିକଟକୁ । ବ୍ରାହ୍ମଣୀ ଯେତେବେଳେ ଦେଖିଲା ନେଉଳର ପାଟିରେ ରକ୍ତ ଲାଗିଛି, ସେ ଭାବିଲେ ଯେ ନେଉଳ ବୋଧହୁଏ ପୁଅକୁ କାମୁଡି ମାରି ପକାଇଛି । ଏହା ଭାବି ବ୍ରାହ୍ମଣୀ ସଂଗେ ସଂଗେ ରାଗିଯାଇ ଏକ ବାଡିଆଣି ନେଉଳକୁ ସେଠାରେ ପିଟି ପିଟି ମାରିଦେଲେ ।