ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭଗବାନଙ୍କର ମୂର୍ତ୍ତି

                ଏସବୁ ଶୁଣି ରାଜା ଖୁବ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ – “ଭଗବାନଙ୍କର ସନ୍ଦେଶ । ଆପଣ ମୋତେ ଶୀଘ୍ର କୁହନ୍ତୁ ।” ତହୁଁ ସେ ସନ୍ନ୍ୟାସୀ କହିଲେ, “ମହାରାଜ! ଭଗବାନ ସ୍ୱୟଂ ତାଙ୍କର ସୁବର୍ଣ୍ଣ ପ୍ରତିମା ମନ୍ଦିର ପାଇଁ ପଠାଇ ଦେଇଛନ୍ତି । ସେହି ପ୍ରତିମା ବର୍ତ୍ତମାନ ମନ୍ତ୍ରୀଙ୍କ ଘରେ ହିଁ ଅଛି । ସେହି ପ୍ରତିମାକୁ ଆପଣ ତୁରନ୍ତ ମନ୍ତ୍ରୀଙ୍କ ଗୃହରୁ ଅଣାଇ ମନ୍ଦିରରେ ପ୍ରତିଷ୍ଠା କରନ୍ତୁ ।”

                ଏହାକହି ସେ ସାଧୁ ଦରବାରରୁ ବିଦାୟ ନେଲେ । ତାପରେ ରାଜା ମନ୍ତ୍ରୀଙ୍କ ଆଡକୁ ଚାହିଁଲେ । ରାଜା ସତ୍ୟ ଘଟଣା ଜାଣିପାରିଥିବାରୁ ମନ୍ତ୍ରୀଙ୍କ ମୁଣ୍ଡ ହଠାତ୍ ତଳକୁ ହୋଇଗଲା । ସେ ମନ୍ତ୍ରୀ ସୁବର୍ଣ୍ଣ ପ୍ରତିମା ରଖିଥିବା କଥା ସ୍ୱୀକାର କଲେ । ଏହାପରେ ରାଜା ଥରେ ସେ ସଭାସ୍ଥଳୀ ଉପରେ ନିଜ ଆଖି ବୁଲାଇ ଆଣିଲେ ।

                ସେତେବେଳେତ ସଭାସ୍ଥଳୀରେ ତ ତେନାଲୀରାମା ଉପସ୍ଥାତି ନଥାନ୍ତି । କିଛି ସମୟପରେ ତେନାଲୀରାମା ଆସି ପହଁଚିଗଲେ । ତାଙ୍କୁ ଦେଖିବା ମାତ୍ରକେ ସମସ୍ତେ ହସି ପକାଇଲେ । କହିଲେ – “ମହାରାଜ! ତେନାଲୀରାମା ବୋଧହୁଏ ସାଧୁ ବେଶରେ ଆସିଥିଲେ । ପୋଷାକ ଓ ଜଟା ସିନା ବାହାର କରିଦେଇ ଆସିଛନ୍ତି କିନ୍ତୁ ସେ ତାଙ୍କ ବେକରୁ ମାଳା ଓ ମୁଣ୍ଡରୁ ତିଳକ ଆଦୌ ଛଡାଇ ପାରିନାହାଁନ୍ତି ।

                ରାଜା ମଧ୍ୟ ସତକୁ ସତ ଏହା ଦେଖି ହସି ପକାଇଲେ । କହିଲେ – “ସୁବର୍ଣ୍ଣ ପ୍ରତିମାଟି ତେନାଲୀରାମାଙ୍କ ହେପାଜତ୍ରେ ରହିବ ।” ଶେଷରେ ରାଜାଙ୍କର ଏପରି କଥା ଶୁଣି ମନ୍ତ୍ରୀଙ୍କର ମୁହଁ ଲାଜରେ କଳା ପଡିଗଲା ।


ଗପ ସାରଣୀ

ତାଲିକାଭୁକ୍ତ ଗପ