ଓଡ଼ିଆଙ୍କ ବୁଦ୍ଧ ସଭ୍ୟତା

ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ

ରାମଗଡ ନାମରେ ଗୋଟିଏ ରାଜ୍ୟ ଥିଲା । ମହାରାଜା ବିକ୍ରମସିଂହ ସେଠାରେ ରାଜୁତି କରୁଥାନ୍ତି । ପ୍ରଜାମାନଙ୍କୁ ସେ ବେଶ୍ ସୁଖରେ ପାଳୁଥାନ୍ତି । ତାଙ୍କର ତୀକ୍ଷ୍ନବୁଦ୍ଧି ବିଶିଷ୍ଟ ଜଣେ ମନ୍ତ୍ରୀ ଥିଲେ । ସେ ପ୍ରତ୍ୟେକ କ୍ଷେତ୍ରରେ ସୁଚିନ୍ତିତ ପରାମର୍ଶ ଦେଉଥିଲେ । ଥରେ ଜଣେ କାରିଗର ଗୋଟିଏ ସୁନ୍ଦର ତରବାରୀ ଆଣି ସେ ମହାରାଜାଙ୍କୁ ଭେଟି ଦେଲା । ମହାରାଜା ସେହି ତରବାରୀର ଧାର ପରୀକ୍ଷା କରିବା ପାଇଁ ସେଥିରେ ଆଙ୍ଗୁଳି ମାରିବାରୁ ଭୁଲ୍ କ୍ରମେ ତାଙ୍କର ଗୋଟିଏ ଆଙ୍ଗୁଳି କଟିଗଲା । ଫଳରେ ଅନେକ ରକ୍ତ ବୋହିଲା । ମନ୍ତ୍ରୀ ଏହା ଦେଖି ତୁରନ୍ତ କହିଲେ, “ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।” ମହାରାଜଙ୍କୁ ଏ କଥା ଖୁବ୍ ବାଧିଲେ ମଧ୍ୟ ସେ କିଛି ବି କରିପାରିଲେ ନାହିଁ, କାହିଁକିନା କାଳେ ମନ୍ତ୍ରୀ କିଛି ଭାବିବେ?

ଆଉଦିନେ ସେ ମହାରାଜା ଶିକାର କରିବା ପାଇଁ ଜଙ୍ଗଲକୁ ଗଲେ । ସେତେବେଳେ ତାଙ୍କ ସହିତ ମନ୍ତ୍ରୀ ମଧ୍ୟ ଗଲେ । ଗୋଟିଏ ସୁନ୍ଦର ହରିଣୀକୁ ସେମାନେ ଦୁହେଁ ଦେଖିଲେ । ସେ ହରିଣୀଟି ତା’ର ଛୋଟ ଛୋଟ ଦୁଇଟି ପିଲାଙ୍କ ସହିତ ଡେଇଁ ଡେଇଁକା ଖେଳୁଥାଏ । ରାଜା ତାକୁ ମାରିବାକୁ ମନ ବଳାଇଲେ । ରାଜାଙ୍କ ମନ କଥା ଜାଣିପାରି ମନ୍ତ୍ରୀ କହିଲେ କେଡେ ସୁନ୍ଦର ପିଲା ଦି’ଟା ତାଙ୍କ ମାଆ ସାଥିରେ ଖେଳୁଛନ୍ତି । ମା’କୁ ମାରିଦେଲେ ତ ପିଲାମାନେ ଅନାଥ ହୋଇଯିବେ । ଏଣେ ସେ ରାଜା କିନ୍ତୁ ନିଜ ଜିଦ୍ରେ ଅଟଳ ରହି ଧନୁତୀର ଯୋଖି ସେ ହରିଣୀ ପଛରେ ଗୋଡାଇଲେ । ହରିଣୀ ନିଜ ପିଲାଙ୍କୁ ଧରି ଏମିତି ଲୁଚକାଳି ଖେଳିଲା ଯେ ରାଜା ତାକୁ ମୋଟେ ଶିକାର କରିପାରିଲେ ନାହିଁ । ହରିଣୀ ପଛରେ ଗୋଡାଇ ଗଭୀର ଜଙ୍ଗଲ ମଧ୍ୟକୁ ରାଜା ଓ ତାଙ୍କ ମନ୍ତ୍ରୀ ପଶିଯାଇଥିଲେ, ଏପରିକି ବାଟବଣା ବି ହୋଇଗଲେ । ଏଣେ ପରିଶ୍ରମ ସାଙ୍ଗକୁ ଅତ୍ୟନ୍ତ ଭୋକ ହେଉଥାଏ ସେମାନଙ୍କୁ । ଶୋଷବି ଲାଗୁଥାଏ । ମହାରାଜ ଶେଷରେ ହାଲିଆ ହୋଇ ଥକ୍କା ମାରି ବସିପଡି ଦୀର୍ଘଶ୍ୱାସ ଛାଡିଲେ । ଏସବୁ ଦେଖି ମନ୍ତ୍ରୀ ନିର୍ବିକାର ଭାବେ କହିଲେ “ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।” ଏଥର ଏକଥା ସେ ମହାରାଜାଙ୍କୁ ଖୁବ୍ ବାଧିଲା । ତେଣୁ ସେ ରାଜା ମନ୍ତ୍ରୀଙ୍କୁ ପାନେ ଦେବେବୋଲି ମନେ ମନେ ଚିନ୍ତା କଲେ । ଦୁହେଁଯାକ ଫେରିବା ସମୟରେ କିଛି ଦୂରରେ ଏକ ଖାଇ ଦେଖାଗଲା । ରାଜା କହିଲେ, “ଖୁବ୍ ଶୋଷ କରୁଛି । ଚାଲ ଦେଖିବା ସେଇ ଖାଇରେ ପାଣି ଥିଲେ ଅନ୍ତତଃ ଶୋଷରୁ ତ ରକ୍ଷା ପାଇ ପାରିବା?


ଗପ ସାରଣୀ

ତାଲିକାଭୁକ୍ତ ଗପ