କାଠ କୋଇଲାରେ ଛବି ଆଙ୍କେ ପୁଅ ନିଜର ପ୍ରତିଭା ଦେବ ଦେଖାଇ
ଝାଟିମାଟି କାନ୍ଥ ହେବାରୁ ମଇଳା ମାଆ ଗାଳିଦେଲେ କେତେଯେ କାହିଁ
ଗାଳିଶୁଣି ପୁଅ ଲୁଚିଚାଲିଯାଇ ଶାନ୍ତିନିକେତନେ ପହଁଚିଗଲା
ମନଦେଇ ଚିତ୍ରକଳା ପାଠପଢି ଦେଶ ବିଦେଶରେ ନାଆଁ ରଖିଲା ।
ଆଜିକାଲି ଭଳି ସେତେବେଳେ ସ୍କୁଲ କଲେଜ ବେଶୀ ନଥିଲା । କାଁ ଭାଁ କେଉଁଠି କେମିତି ହାଇସ୍କୁଲ କି କଲେଜ ଛାତ୍ରାବାସରେ ରହି ପିଲାମାନେ ପାଠପଢୁଥିଲେ । ପିଲାଟି ସେମିତି ପାଠପଢୁଥାଏ । ତା’ର ଭଲ ପାଠ ହୁଏନି ସିନା ମାତ୍ର ଛବି ଆଙ୍କିବାରେ ସେ ବେଶ୍ ଧୂରନ୍ଧର ।