ତା’ ପରଦିନ ସେଇ ବାଟେ ଦେବତାମାନଙ୍କର ରାଜାଗଲେ । ସେ ମଧ୍ୟ ଆଶ୍ରମ ନିକଟରେ ଘୋଡାରୁ ଓହ୍ଲାଇ ନିଜର ରାଜ ପୋଷାକ ଦେହରୁ ଢାଙ୍କି ଜଣେ ସାଧାରଣ ଲୋକର ବେଶଧାରଣ କରି ଆଶ୍ରମ ଭିତରକୁ ପ୍ରବେଶ କଲେ ।
ସେ ସେଠାରେ ବୁଲୁଥିବା ଜଣେ ଚେଲାକୁ ଦେଖି ଖାଇବାକୁ ମାଗିଲେ । ସେ ଲୋକଟି ବିନମ୍ରତାର ସହିତ ଚେଲାକୁ କହିଲେ – “ରେ ପିଲା ! ମୋତେ ବହୁତ ଭୋକ ଲାଗୁଛି । ତମ ଆଶ୍ରମରେ ଯଦି କିଛି ଥାଏ ତେବେ ମୋତେ ଆଣି ଦେଲେ ତାହା ମୁଁ ଖାଇ କ୍ଷୁଧା ନିବାରଣ କରିବି? ଚେଲାମାନେ ଆନନ୍ଦ ମନରେ ତାଙ୍କୁ ଜଳଖିଆ ଆଣିଦେଲେ । ସେ ଖାଇ ସାରିବା ପରେ ଆଶ୍ରମର ଚେଲାମାନଙ୍କୁ ବିନୟର ସହିତ ଚା’ ଖାଇବା ପାଇଁ ଅନୁରୋଧ କଲେ । ସେ ଚା’ ପିଇସାରି ହସ ହସ ମୁହଁରେ ଆଶ୍ରମର ଚେଲାମାନଙ୍କୁ ଧନ୍ୟବାଦ ଦେଇ ଓ ସେମାନଙ୍କ ଆତିଥେୟତାରେ ସେ ଖୁସି ବୋଲି କହି ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରି ଚାଲିଗଲେ ।
ସେ ଚାଲିଯିବା ପରେ ଶିଷ୍ୟମାନେ ଖୁସି ହୋଇ ତାଙ୍କର ଭୁରିଭୁରି ପ୍ରଶଂସା କରିବାକୁ ଲାଗିଲେ । ତାଙ୍କ ସକାଶେ ସମସ୍ତଙ୍କ ମୁହଁରୁ ମିଠାକଥା ବାହାରିଲା । ଏଇ ସମୟରେ ଗୁରୁ ସେଠାରେ ହଠାତ୍ ପ୍ରବେଶ କରି କହିଲେଯେ ଏ ହେଉଛନ୍ତି ଦେବତାମାନଙ୍କର ରାଜା ।
ତା’ପରେ ଗୁରୁ କହିଲେ – “ଦେଖିଲତ ସଇତାନଙ୍କ ରାଜାଗଲା ପରେ ତୁମେମାନେ ତା’ଉପରେ ରାଗୁଥିଲ, ମନେମନେ ଗାଳି ଦେଉଥିଲ । ତା’ଉପରେ ବିଷୋଦ୍ଗାର କରୁଥିଲ ଅଥଚ ଦେବତାମାନଙ୍କ ରାଜା ଗଲାପରେ ତୁମ ମୁହଁରୁ ମିଠାମିଠା କଥା ବାହାରିଲା । ତୁମେ ଦେବତାଙ୍କ ରାଜାଙ୍କୁ ବହୁତ ପ୍ରଶଂସା କଲ, ତା’ର ଗୁଣଗାନକଲ । ଦେଖିଲ ତ ଏଇ ଖୁବ୍ କମ୍ ସମୟ ବ୍ୟବଧାନରେ ଯେଉଁ ସବୁ ଘଟଣା ଘଟିଗଲା ତା’ ଭିତରେ ଥିବା ପ୍ରଭେଦ ତୁମେ ବୁଝି ପାରୁଛତ? ଏହି ଘଟଣାର ସାର ମର୍ମ ହେଲା – ଖଳ ବା ମନ୍ଦ ପ୍ରବୃତ୍ତିର ଲୋକଙ୍କ ସହିତ ମିଶିଲେ ଲୋକ ମନ୍ଦ ପ୍ରକୃତିର ହୋଇଯାଏ ଓ କୁ-ଫଳ ଭୋଗି ବିଷର ସଂଚାର ହୋଇଥାଏ କିନ୍ତୁ ଉତ୍ତମ ବା ଭଲ ଲୋକ ସହିତ ବନ୍ଧୁତା କଲେ ବା ଉତ୍ତମ ସଙ୍ଗ ଲାଭକଲେ ଅମୃତ ଆଣି ଦେଇଥାଏ ।
ତେଣୁ ତୁମେମାନେ ସାଙ୍ଗ ହେଲାବେଳେ ବା ବନ୍ଧୁତ୍ୱ ଭାବ ସୃଷ୍ଟି କଲାବେଳେ ଭଲ ଲୋକଙ୍କ ସହିତ ବା ଭଲ ପିଲାଙ୍କ ସହିତ ବନ୍ଧୁତା କରିବ । ଏହାଦ୍ୱାରା ତୁମେ ଜୀବନରେ ଅନେକ ଉନ୍ନତି ସାଧନ କରିବ । ଗୁରୁଙ୍କ କଥାରେ ସମସ୍ତ ଚେଲାମାନେ ଏକ ସ୍ୱରରେ କହିଲେ – “ହଁ ଗୁରୁଦେବ ! ଆମେ ସମସ୍ତେ ସବୁବେଳେ ଉତ୍ତମ ସଙ୍ଗ ଲାଭ ପାଇଁ ଚେଷ୍ଟା କରିବୁ ।”